Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମକର ସଂକ୍ରାନ୍ତିରେ ନିର୍ମିତ ରାମ ମନ୍ଦିରର ହେବ ପ୍ରାଣ ପ୍ରତିଷ୍ଠା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମକର ସଂକ୍ରାନ୍ତିରେ ନିର୍ମିତ ରାମ ମନ୍ଦିରର ହେବ ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟା : ମକର ସଂକ୍ରାନ୍ତି ଅବସରରେ ଅର୍ଥାତ ଆସନ୍ତା ବର୍ଷ ଜାନୁୟାରୀ ୧୪ ତାରିଖରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ହେବ ପ୍ରାଣ ପ୍ରତିଷ୍ଠା । ଏହି ଉତ୍ସବ ୧୦ ଦିନ ପର୍ଯ୍ୟନ୍ତ ଖୁବ୍? ଜାକଜମକରେ ପାଳନ ହେବ । ଏହା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଥିବାରୁ ଏଥିରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରୀତ କରାଯିବ ବୋଲି ମନ୍ଦିର ନିର୍ମାଣ ସମିତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ସ୍ଥାନର ସାଧୁସନ୍ଥ ଯୋଗ ଦେବେ । ଏହି କାର୍ଯ୍ୟକ୍ରମର ପ୍ରଚାର, ପ୍ରସାର ଦେଶ ସମେତ ବିଦେଶରେ କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେବ ବୋଲି ନୃପେନ୍ଦ୍ର ମିଶ୍ରା କହିଛନ୍ତି । ଏଥିସହ ସେ କହିଛନ୍ତି, ରାମ ମନ୍ଦିରର ଆୟୂଷ ପ୍ରାୟ ପାଖାପାଖି ହଜାରେ ବର୍ଷ ପର୍ଯ୍ୟନ୍ତ ରହିବ । ଏହା ସବୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ । ମନ୍ଦିର ତଳେ ମଧ୍ୟ ବହୁ କାରୁକାର୍ଯ୍ୟପୂର୍ଣ୍ଣ ନିର୍ମାଣ କାମ ହୋଇଛି, ଯାହାକି ରାମ କଥା ପ୍ରଦର୍ଶୀତ କରିବ । ସୂଚନାଯୋଗ୍ୟ, ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ୩ ମହଲା ବିଶିଷ୍ଟ ରାମ ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାମ ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ଶେଷ ହେବ । ମନ୍ଦିରର ୩ ପାର୍ଶ୍ୱରେ ଦ୍ୱାର ରହିବ ତଥା ତାହାର ଶିଖର ସୁନାରେ ନିର୍ମିତ ହେବ ବୋଲି ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ରାମ ମନ୍ଦିରର ଲମ୍ବା ୩୮୦ ଫୁଟ, ଚଉଡ଼ା ୨୫୦ ଫୁଟ, ଉଚ୍ଚତା ୧୬୧ ଫୁଟ ଓ ମନ୍ଦିରରେ ୩୯୨ଟି ପିଲାର ରହିବ । ସାଗୁଆନ କାଠରେ ମନ୍ଦିରର ୪୬ଟି ଦ୍ୱାର ନିର୍ମାଣ କରାଯିବ । ଗର୍ଭଗୃହର କବାଟରେ ସ୍ୱର୍ଣ୍ଣ ଲେପ ରହିବ । ଏହି ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଆସନ୍ତା ବର୍ଷ ଜାନୁଆରୀରେ ହେବ ବୋଲି କୁହାଯାଇଥିଲେ ବି ଏହାର ତାରିଖ ଘୋଷଣା କରାଯାଇ ନ ଥିଲା । ଏବେ ତାରିଖ ଘୋଷଣା କରାଯିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି ।

Leave a Reply