Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଧର୍ମାନ୍ତୀକରଣ ବେଳେ ବଜରଙ୍ଗ ଦଳର ଚଢ଼ାଉ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଧର୍ମାନ୍ତୀକରଣ ବେଳେ ବଜରଙ୍ଗ ଦଳର ଚଢ଼ାଉ

ଜଗତସିଂହପୁର: ଗଞ୍ଜାମ ପରେ ଏବେ ଜଗତସିଂହପୁର ଧର୍ମାନ୍ତି କରଣ ଚାଲିଥିବା ଦେଖିବାକୁ ମିଳିଛି । ତେବେ ଏହି ସମୟରେ ବଜରଙ୍ଗ ଦଳ ପକ୍ଷରୁ ଚଢ଼ାଉ କରାଯାଇଛି । ସୂଚନା ଅନୁସାରେ ଜଗତସିଂହପୁର ଥାନା ନିକଟ ସିଂହପୁର ଜାରେ ଥିବା ଏକ ଆଜବେଷ୍ଟ ଘରେ ଚାଲିଥିଲା ଧର୍ମାନ୍ତୀ କରଣ । ଏ ବିଷୟରେ ସୂଚନା ପାଇଥିଲା ଜଗତସିଂହପୁର ଜିଲ୍ଲା ବଜରଙ୍ଗ ଦଳ ଏବଂ ସେଠାରେ ପହଞ୍ଚି ସେମାନଙ୍କୁ କଡା ବିରୋଧ ମଧ୍ୟ କରିଛି । ତେବେ ଏହି ଧର୍ମାନ୍ତୀକରଣ କରିବା ପାଇଁ ସୁଦୂର କାନାଡ଼ାରୁ ଇପାନ ମୋହନ କିଡାଙ୍ଗ ଗଲିଲ, ତିର୍ତୋଲର ପ୍ରଶାନ୍ତ ସାମଲ, ଏବଂ ଅନଗଡ଼ ଲକ୍ଷ୍ମୀ ପ୍ରିୟା ମଲ୍ଲିକ କିଛି ସହଯୋଗୀଙ୍କ ସହ ଆସି କରୁଥିଲେ ଧର୍ମ ପରିବର୍ତ୍ତନ । ଜଗତସିଂହପୁର ବଜରଙ୍ଗ ଦଳ ଏହାର ପର୍ଦ୍ଦାଫାସ କରିବା ସହିତ ସିଂହପୁରର ହେଉଥିବା ଧର୍ମ ପରିବର୍ତନକୁ ବନ୍ଦ କରିଛନ୍ତି । ଏନେଇ ବଜରଙ୍ଗ ଦଳ ପକ୍ଷରୁ ଜଗତସିଂହପୁର ସଦର ପୁଲିସକୁ ସୂଚନା ଦୀଆ ଯାଇଥିଲା । ଘଟଣାସ୍ଥଳରେ ଜଗତସିଂହପୁର ପୁଲିସର ଗୋଟେ ଟିମ ଓ ଏସଡିପିଓ ରମେଶ ଚନ୍ଦ୍ର ସିଂ ସେଠାରେ ପହଞ୍ଚି ଧର୍ମ ପରିବର୍ତନ କରାଇବାକୁ ଆସିଥିବା ତିନି ଜଣ ଲୋକମାନଙ୍କୁ ନିଜ ହେପାଜତକୁ ନିଆଯିବା ସହିତ ଘଟଣା ର ତଦନ୍ତ କରାଯିବ ବୋଲି କହିଛନ୍ତି ।

Leave a Reply