Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଜ୍ୟରେ ଅଧାରୁ ପାଠ ଛାଡିଛନ୍ତି ୫ ହଜାରୁ ଅଧିକ ପିଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଜ୍ୟରେ ଅଧାରୁ ପାଠ ଛାଡିଛନ୍ତି ୫ ହଜାରୁ ଅଧିକ ପିଲା

ଭୁବନେଶ୍ୱର: ଓଡ଼ିଶାରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବଢୁଛି । ରାଜ୍ୟରେ ୭୬୮୨ ପିଲା ଅଧାରୁ ପାଠ ଛାଡ଼ିଛନ୍ତି । ତନ୍ମଧ୍ୟରୁ ସ୍କୁଲକୁ ଅଢେଇ ହଜାର ପିଲା ଫେରିଛନ୍ତି ।କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଦ୍ୱାରା କରାଯାଇଥିବା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସର୍ଭେ ରିପୋର୍ଟରେ ଏହା କୁହାଯାଇଛି । ରିପୋର୍ଟରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୭ ହଜାର ୬୮୨ ଜଣ ପିଲା ପାଠ ଛାଡିଥିବାର ଦର୍ଶାଯାଇଛି । କେନ୍ଦ୍ର ସରକାରଙ୍କ ରିପୋର୍ଟ ପରେ ଓସେପା ପ୍ରକଳ୍ପ ନିଦେ୍ର୍ଦଶକ ଅନୁପମ ସାହା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ତୁରନ୍ତ ସେହି ପିଲାମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ଲାଗି ନିଦେ୍ର୍ଦଶ ଦେଇଛନ୍ତି ।ସୂଚନା ମୁତାବକ, ସମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଦେଶର ସମୁଦାୟ ୩୯୮ଟି ଜିଲ୍ଲାର ୫ ହଜାର ୧୧୮ଟି ଗ୍ରାମରେ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ୧.୮୩ ଲକ୍ଷ ପିଲା ଅଧାରୁ ପାଠ ଛାଡ଼ିଥିବା ନେଇ ତଥ୍ୟ ପ୍ରକାଶ ପାଇଥିଲା । ସେଥିମଧ୍ୟରୁ ଓଡ଼ିଶାର ୭ ହଜାର ୬୮୨ ପିଲା ଡ୍ରପ୍ ଆଉଟ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୫୯୬ ପିଲା ବିଦ୍ୟାଳୟକୁ ଫେରିଛନ୍ତି । କିନ୍ତୁ ଏବେ ବି ୫୦୮୬ ଜଣ ପିଲା ବିଦ୍ୟାଳୟ ଆସୁନାହାନ୍ତି ।ପ୍ରାଥମିକ ଶ୍ରେଣୀରେ ୨ ହଜାର ୨୯୯ ପିଲା ଅଧାରୁ ପାଠ ଛାଡ଼ିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୭୯୭ ପିଲା ସ୍କୁଲ ଫେରିଥିଲେ । କିନ୍ତୁ ଏବେ ବି ୩୦ଟି ଜିଲ୍ଲାରୁ ୧୫୦୨ ପିଲା ବିଦ୍ୟାଳୟ ଆସୁନାହାଁନ୍ତି । ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ପର୍ଯ୍ୟନ୍ତ ୧ ହଜାର ୧୯୮ ପିଲା ଅଧାରୁ ପାଠ ଛାଡ଼ିଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୪୧୮ ପିଲା ସ୍କୁଲ ଫେରିଥିଲେ । କିନ୍ତୁ ଏବେ ମଧ୍ୟ ୨୯ଟି ଜିଲ୍ଲାରୁ ୭୮୦ ପିଲା ଆସୁନାହାଁନ୍ତି ।ସେହିଭଳି ଭାବରେ ନବମରୁ ଦଶମ ଶ୍ରେଣୀ ମଧ୍ୟରେ ୧ ହଜାର ୪୪୬ ପିଲା ଅଧାରୁ ପାଠ ଛାଡ଼ିଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୪୮୧ ପିଲା ସ୍କୁଲ ଫେରିଥିଲେ । ମାତ୍ର ୨୮ଟି ଜିଲ୍ଲା ୯୬୫ ପିଲା ବିଦ୍ୟାଳୟ ଆସୁନାହାଁନ୍ତି । ଉଚ୍ଚ ମାଧ୍ୟମିକ ବା ଯୁକ୍ତ ଦୁଇ ଶ୍ରେଣୀରେ ୨ ହଜାର ୭୩୯ ପିଲା ଅଧାରୁ ପାଠ ଛାଡିଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୯୦୦ ପିଲା ସ୍କୁଲ ଫେରିଥିଲେ । ଏବେ ବି ୧୮୩୯ ପିଲା ସ୍କୁଲ ଯାଉନାହାନ୍ତି ।

Leave a Reply