ଗ୍ରାହକ ପଂଚାୟତର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ବଲାଙ୍ଗୀରରେ ପ୍ରସ୍ତୁତି ପାଇଁ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗୀର: ଆଗାମୀ ସେପ୍ଟମ୍ବର ୨୦୨୩ରୁ ଆଗଷ୍ଟ୨୦୨୪ ପଯ୍ୟନ୍ତ ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ ପାଇଁ ବଲାଙ୍ଗିର କାର୍ଯ୍ୟକାରିଣୀ ରେ ପ୍ରସ୍ତୁତି ଓ ରୂପରେଖ ଉପରେ ଆଲୋଚନା ବୈଠକ ରବିବାର ମଧ୍ୟାହ୍ନରେ ସଂଘ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଯାଇଅଛି । ପୂର୍ବ କ୍ଷେତ୍ର ସାଂଗଠାନିକ ସମ୍ପାଦକ ରାମଚନ୍ଦ୍ର ସ୍ୱାଇଁ ଏଥିରେ ଯୋଗଦେଇ ବଲାଙ୍ଗିର ଜିଲ୍ଲାରେ ବର୍ଷ ତମାମ କଣ କଣ କରାଯିବ ତାର ଗୋଟିଏ ରୂପରେଖ ଦେଇଥିବା ବେଳେ ଗ୍ରାହକ ପଂଚାୟତ ଖାଉଟିମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସୃଷ୍ଟି ହୋଇ ୫୦ ବର୍ଷ କାମ କରି ଆସୁଥିବା ଗ୍ରାହକ ପଂଚାୟତ ଜିଲ୍ଲାରେ ଛାତ୍ର ଛାତ୍ରୀମାନକ ସହିତ ମହିଳା ଗ୍ରାମୀଣ ପେଶାଦାର ଓକିଲ ସାମ୍ବାଦିକ ଇତ୍ୟାଦି ସବୁ ସ୍ତରର ଲୋକଙ୍କୁ କିପରି ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ବିସ୍ତାରିତ କରାଯିବ ତାହା ଆଲୋଚନା କରିଥିଲେ । ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଭାପତି ଶଶୀଭୂଷଣ ପୁରୋହିତ, ପ୍ରାନ୍ତ ସମ୍ପାଦକ ମାଣିକ ଲାଲ ବର୍ମା, ରାଜ୍ୟ ମହିଳା ପ୍ରମୁଖ ସଂଯୁକ୍ତା ମିଶ୍ର,ଜିଲ୍ଲା ଉପସଭାପତି ମହେଶ୍ୱର ସାହୁ, ସଂଯୁକ୍ତା ମିଶ୍ର , କୋଷାଧ୍ୟକ୍ଷ ନବକିଶୋର ପଟେଲ, ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର, ସହ ସମ୍ପାଦକ ନିହାରିକା ମିଶ୍ର, ସଦସ୍ୟ ଜୟଚନ୍ଦ୍ର ସାହୁ, ଗୋବର୍ଦ୍ଧନ ପାଣ୍ଡିଆ, ଦିବାକର ହୋତା, ଧର୍ମ ବ୍ରତ ରଥ, କାଳୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ବୈଠକ ଆରମ୍ଭ ରେ ଓଁକାର ଶେଷରେ ସମ୍ପାଦକ ଙ୍କ ଧନ୍ୟବାଦ ଅର୍ପଣ ପରେ ଶାନ୍ତି ପାଠ ହୋଇଥିଲା ।

Leave a Reply

Your email address will not be published. Required fields are marked *