Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନାବାଳିକାଙ୍କୁ ଯୌନ ନିର୍ଯାତନା ମହଙ୍ଗା ପଡ଼ିଲା; ଗିରଫ ହେଲେ ପାଦ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନାବାଳିକାଙ୍କୁ ଯୌନ ନିର୍ଯାତନା ମହଙ୍ଗା ପଡ଼ିଲା; ଗିରଫ ହେଲେ ପାଦ୍ରୀ

ଚେନ୍ନାଇ: ଜନୈକା ନାବାଳିକାଙ୍କୁ ଦୀର୍ଘ ୫ ବର୍ଷ ଧରି ଯୌନ ନିର୍ଯାତନା ଦେବା ଅଭିଯୋଗରେ ତାମିଲନାଡୁର ଜଣେ ପାଦ୍ରୀଙ୍କୁ ପୋକ୍ସୋ ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି । ତାମିଲନାଡୁର ଏକ ଗାଁର ଜଣେ ୪୦ ବର୍ଷୀୟ ପାଦ୍ରୀଙ୍କୁ ୧୫ ବର୍ଷୀୟା ଜନୈକା ନାବାଳିକାଙ୍କୁ ଦୀର୍ଘ ୫ ବର୍ଷ ଧରି ଯୌନ ନିର୍ଯାତନା ଦେଉଥିବା ଅପରାଧରେ ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ (ପୋକ୍ସୋ) ଅଧୀନରେ ଗିରଫ କରାଯାଇଛି । ହସ୍ତଗତ ରିପୋର୍ଟରୁ ପ୍ରକାଶ, ପୀଡ଼ିତା ନାବାଳିକା ଜଣକ କାଦମ୍ବୁର ମହିଳା ଥାନାରେ ଅଭିଯୋଗ କରିଥିଲେ ଯେ ପାଦ୍ରୀ (ପାଷ୍ଟର) ବିନୋଥ ଜୋସୁଆ ୨୦୧୮ରୁ ପୀଡ଼ିତା ୧୫ ବର୍ଷୀୟା ନାବାଳିକା ଥିବାବେଳେ ତାଙ୍କୁ ଯୌନ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ପୁଲିସ କହିଛି ଯେ ଅଭିଯୁକ୍ତ ଭେଲୋରର ବିନୋଥ ଜୋସୁଆ କିଜାକୋଟ୍ଟାଇ ଗ୍ରାମର ଅସିରବଧା ସଗୋଧରା ସଭାଇ ପେଣ୍ଟିକୋଷ୍ଟାଲ ଚର୍ଚ୍ଚରେ ପାଦ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ପୀଡ଼ିତା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ଗତବର୍ଷ ବିବାହ କରିଥିଲେ ଏବଂ ୮ ମାସର ଗର୍ଭବତୀ ଥିଲେ ଏବଂ ନିକଟରେ ବିନୋଥ ଜୋସୁଆ ତାଙ୍କୁ ହ୍ୱାଟ୍?ସଆପରେ ଯୋଗାଯୋଗ କରିଥିଲେ ଏବଂ ପୁଣି ଥରେ ହଇରାଣ କରିବା ଆରମ୍ଭ କରିଥିଲେ । ଅଭିଯୋଗ ମିଳିବା ପରେ କାଦମ୍ବର ପୁଲିସ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଥିଲା ଯାହା ଆଧାରରେ ବିନୋଥ ଜୋସୁଆଙ୍କୁ ମଦୁରାଇର ମଟ୍ଟୁଥାଭାନୀ ବସ୍ ଷ୍ଟାଣ୍ଡ ନିକଟରୁ ଗିରଫ କରାଯାଇଥିଲା । କଦମ୍ବର ପୁଲିସ ବିନୋଥ ଜୋସୁଆଙ୍କ ବିରୋଧରେ ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ (ପୋକ୍ସୋ) ଅଧୀନରେ ରୁଜୁ କରିଛି ଏବଂ ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛ

Leave a Reply