Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆତଙ୍କବାଦର ସମର୍ଥନରେ ଚୀନ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆତଙ୍କବାଦର ସମର୍ଥନରେ ଚୀନ୍

ନ୍ୟୁୟର୍କ: ପୁଣି ଥରେ ପାକିସ୍ତାନୀ ଆତଙ୍କବାଦୀଙ୍କ ସମର୍ଥନରେ ଛିଡ଼ା ହୋଇଛି ଚୀନ । ଲସ୍କର ଆତଙ୍କବାଦୀ ସାଜିଦ୍ ମୀରକୁ ଜାତିସଂଘରେ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରିବା ପାଇଁ ଭାରତ ଓ ଆମେରିକା ଆଣିଥିବା ପ୍ରସ୍ତାବକୁ ଚୀନ୍ ଭେଟୋ ପ୍ରୟୋଗ କରି ଅଟକାଇ ଦେଇଛି । ଏହା ଫଳରେ ଜାତିସଂଘରେ ପ୍ରସ୍ତାବଟି କାଟ ଖାଇଯାଇଛି । ସାଜିଦ ମୀର ଉପରେ ଆମେରିକା ୫ ନିୟୁତ ଡଲାର ପୁରସ୍କାର ଘୋଷଣା କରିଛି । ଆତଙ୍କବାଦୀ ସାଜିଦ ମୀର ୨୬/୧୧ ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ଥିଲା । ସେ ଏହି ଆକ୍ରମଣର ମୁଖ୍ୟ ଚକ୍ରାନ୍ତକାରୀ ବୋଲି କୁହାଯାଉଛି । ଆକ୍ରମଣ ସମୟରେ ସେ ଆତଙ୍କବାଦୀଙ୍କୁ ଫୋନରେ ନିଦେ୍ର୍ଦଶ ଦେଉଥିଲା । ସାଜିଦ ମୀର ୨୦୦୮ରୁ ୨୦୦୯ ମଧ୍ୟରେ ଡେନମାର୍କର ଏକ ଖବରକାଗଜର କର୍ମଚାରୀଙ୍କ ବିରୋଧରେ ଆତଙ୍କବାଦୀ ଆକ୍ରମଣ ପାଇଁ ମଧ୍ୟ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା ।

Leave a Reply