ଭୁବନେଶ୍ୱର-ନୀଳାଦ୍ରିବିହାର ସରସ୍ୱତୀ ବିଦ୍ୟା ମନ୍ଦିରର ଦୀକ୍ଷାନ୍ତ ସମାରୋହ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପନିୟନ୍ତ୍ରକ ଡ଼ ପ୍ରଶାନ୍ତ କୁମାର ପରିଡା, ମୁଖ୍ୟ ବକ୍ତା ଭାବେ ରଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅଖିଳ ଭାରତୀୟ ସଦ୍ଭାବନା ସହ ପ୍ରମୁଖ ଗୋପାଳ ପ୍ରସାଦ ମହାପାତ୍ର ଓ ସ୍ୱାମୀ ବିଭୂଦାନନ୍ଦ ଦାସ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଜଣେ ଜଣେ ସଫଳ ନାଗରିକ ହୋଇ ପିତାମାତା, ସମାଜ, ରଷ୍ଟ୍ର ଓ ଦେଶମାତୃକାର ସେବା କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାମନ୍ଦିର ପରିଚାଳନା ସମିତିର ସମ୍ପାଦକ ଇନ୍ଦ୍ରମଣି ସେଣ୍ଡ, ଉଚ୍ଚ ମାଧ୍ୟମିକ ବିଦ୍ୟାଲୟର ଅଧ୍ୟକ୍ଷ ଅକ୍ଷୟ କୁମାର ଭଞ୍ଜ ଓ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ କେଦାର ନାଥ ସେଠୀ ଯୋଗଦେଇ ବିଦ୍ୟାଳୟ ଓ ଶିଶୁ ବିଦ୍ୟାମନ୍ଦିର ଶତ ପ୍ରତିଶତ ସଫଳତା ହାସଲ କରିଥିବାରୁ ସମସ୍ତ ଅଭିଭାବକ ଓ ଗୁରୁଜୀ, ଗୁରୁମା ମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭାଶୀର୍ବାଦ ପ୍ରଦାନ କରିଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସ୍ମୃତିଚିହ୍ନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଗୁରୁଜୀ ସୁରେଶ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ପ୍ରକାଶ ଥାଉକି ଚଳିତ ବର୍ଷ ପ୍ରକାଶିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ବିଦ୍ୟାମନ୍ଦିରର ୩ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉଦ୍ଧ୍ୱର୍, ୧୫ ଜଣ ୮୦ରୁ ଉଦ୍ଧ୍ୱର୍ ଓ ୮୫ ଭାଗ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉ•ୀର୍ଣ୍ଣ ହେବା ସହିତ ଶତ ପ୍ରତିଶତ ଫଳାଫଳ ହୋଇଛି । ସେହିପରି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୪୩ ଜଣ ଛାତ୍ରଛାତ୍ରୀ ଏ-୧ ଓ ୯୯ ଜଣ ଏ-୨ ରେ ଉ•ୀର୍ଣ୍ଣ ହୋଇଛନ୍ତି । ଶିଶୁ ବିଦ୍ୟାମନ୍ଦିର ଶତପ୍ରତିଶତ ଫଳାଫଳ ହାସଲ କରି ପୂର୍ବବର୍ଷ ପରି ଏଥର ମଧ୍ୟ ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଏକ ନମ୍ବର ସ୍ଥାନ ବଜାୟ ରଖିଛି ।