Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାହାନଗା ଟ୍ରେନ ଟ୍ରାଜେଡି ସିଗନାଲ ଜେଇଙ୍କ ଘର ସିଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାହାନଗା ଟ୍ରେନ ଟ୍ରାଜେଡି ସିଗନାଲ ଜେଇଙ୍କ ଘର ସିଲ

ବାହାନଗା: ଗତ ୨ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟଣାରେ ସିବିଆଇ ସୋମବାର ଅପରାହ୍ନରେ ସୋର ସେକ୍ସନ ସିଗନାଲ ଜେଇ ଅମିର ଖାନଙ୍କ ଭଡ଼ାଘରକୁ ସିଲ୍ କରିଛି । ଜିଆର୍ପି ପୋଲିସ ଉପସ୍ଥିତିରେ ସିବିଆଇ ପକ୍ଷରୁ ସିଲ କରାଯାଇଛି । ଦୁର୍ଘଟଣା ପରେ ସିଗନାଲ ଜେଇ ଓ ତାଙ୍କ ପରିବାର ଏଠାରେ ଅନୁପସ୍ଥିତ ରହିଛନ୍ତି । ଏବେ ତାଙ୍କ ଘରକୁ ଜିଆର୍ପି ପୋଲିସ ଜଗି ବସିଛି । ସିବିଆଇ ଏହି ଘଟଣାର ତଦନ୍ତ ଦାୟିତ୍ୱ ନେବା ପରେ ଗତ ୧୬ ତାରିଖରେ ବାହାନଗାରୁ ଫେରି ଯାଇଥିଲା । ପୂର୍ବରୁ ମଧ୍ୟ ସିଗନାଲ ଜେଇଙ୍କୁ ପଚରାଉଚରା କରିବା ସହ ଷ୍ଟେସନ ମାଷ୍ଟର ଏସ୍ପି ମହାନ୍ତିଙ୍କୁ ପଚରାଉଚରା କରିଥିଲା । ତେବେ ସିଗନାଲ ଜେଇ ଘରେ ନଥିବା ବେଳେ ସିବିଆଇର ଦୁଇ ଜଣିଆ ଟିମ୍ ଜିଆର୍ପି ପୋଲିସ ଉପସ୍ଥିତିରେ ତାଙ୍କ ଭଡ଼ା ଘରକୁ ସିଜ କରିବା ଘଟଣା ଆଲୋଚନା ବିଷୟ ପାଲଟିଛି । ସିଗନାଲ ଜେଇ ଏବେ କେଉଁଠି ଅଛନ୍ତି ସେନେଇ ମଧ୍ୟ ସୂଚନା ମିଳିପାରି ନାହିଁ । ସୂଚନାଯୋଗ୍ୟ ଯେ ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୯୨ ଜଣଙ୍କର ମୃତୁ୍ୟ ଘଟିଛି । ଉଭୟ ସିବିଆଇ ଓ ରେଲୱେ ସେଫ୍ଟି ବୋର୍ଡ ଏହି ଘଟଣାର ତଦନ୍ତ କରୁଛି । ହେଲେ ଏହି ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇ ନାହିଁ । ଗତ ୨ ତାରିଖରେ ବାହାନଗା ରେଳ ଷ୍ଟେସନ ନିକଟରେ ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁର ହାୱଡ଼ା ସୁପର ଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା ।

Leave a Reply