Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କୁ ଗୁଳି କରି ହତ୍ୟା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କୁ ଗୁଳି କରି ହତ୍ୟା

ଅଟୱା : କାନାଡାରେ ରହୁଥିବା ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରଙ୍କୁ ଗୁରୁଦ୍ୱାରାରେ ହତ୍ୟା କରାଯାଇଛି । ବ୍ରିଟିଶ କଲମ୍ବିଆ ପ୍ରଦେଶର ପଞ୍ଜାବୀ ପ୍ରାଧାନ୍ୟରେ ଥିବା ସୁରେ ସହରର ଗୁରୁ ନାନକ ଶିଖ ଗୁରୁଦ୍ୱାରାରେ ତାଙ୍କୁ ଗୁଳି କରାଯାଇଛି । ସେ ଏହି ଗୁରୁ ନାନକ ଶିଖ ଗୁରୁଦ୍ୱାରାର ସଭାପତି ଥିଲେ । ନିଜ୍ଜାର ବିଚ୍ଛିନ୍ନତାବାଦୀ ସଂଗଠନ, ଶିଖ ଫର ଜଷ୍ଟିସ (ଏସଏଫଜି) ର ଜଣେ ସକ୍ରିୟ ସଦସ୍ୟ ଥିଲେ । ଭାରତର ଏନଆଇଏ ତାଙ୍କୁ ପଳାତକ ଘୋଷିତ କରିଥିଲା । ସେ ବ୍ରମ୍ପଟନ ସହରରେ ଖାଲିସ୍ତାନ ଉପନିର୍ବାଚନ ଆୟୋଜନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ର କରିଥିବା ଅଭିଯୋଗରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ନିଜ୍ଜାର ବିରୋଧରେ ଏକ ଚାର୍ଜଶିଟ ଦାଖଲ କରିଥିଲା । ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭାରତ କାନାଡା କର୍ତ୍ତୃପକ୍ଷଙ୍କୁ ନିଜ୍ଜାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ ।

Leave a Reply