Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ରଥ, ପଥ, ଭକ୍ତ ପ୍ରସ୍ତୁତ; ତିନି ରଥ ଦକ୍ଷିଣମୋଡ଼ ହୋଇ ସିଂହଦ୍ୱାରରେ ଲାଗିଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ରଥ, ପଥ, ଭକ୍ତ ପ୍ରସ୍ତୁତ; ତିନି ରଥ ଦକ୍ଷିଣମୋଡ଼ ହୋଇ ସିଂହଦ୍ୱାରରେ ଲାଗିଲା

ପୁରୀ : ଆସନ୍ତାକାଲି ମଙ୍ଗଳବାର ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା । ରଥ, ପଥ ଓ ଭକ୍ତ ସମସ୍ତେ ଚାହିଁଛନ୍ତି କେତେବେଳେ ମହାପ୍ରଭୁ ରଥାରୁଢ ହେବେ । ପହଣ୍ଡ ପହଣ୍ଡ ପାଦ ପକାଇ ଟାହିଆ ଲଗାଇ କାଳିଆ ସୁନା ସିଂହଦ୍ୱାର ଗୁମୁଟରୁ ବାହାରିବା ସମୟକୁ ଭକ୍ତ ଅପେକ୍ଷା କରିଛନ୍ତି । ଆଜି ତିନି ରଥ ଦକ୍ଷିଣ ମୋଡ଼ ହୋଇ ସିଂହଦ୍ୱାରରେ ଲାଗିଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଶେଷ ହେବା ପରେ ଖେଚେଡ଼ି ଅନ୍ନ ପ୍ରସାଦ ପାଇ ପହଣ୍ଡି କାର୍ଯ୍ୟ ଆରମ୍ଭ ହେବ । ପ୍ରଥମେ ଶ୍ରୀ ସୁଦର୍ଶନ ମା ସୁଭଦ୍ରା ରଥାରୁଢ ହେବେ । ପରେ ପ୍ରଭୁ ବଳଭଦ୍ର ଏବଂ ଏହାପରେ କାଳିଆ ଠାକୁର ଗହଳି ଲଗାଇ ହଲି ହଲି ଝୁଲି ଝୁଲି ରଥ ଉପରକୁ ବିଜେ କରିବେ । ଭକ୍ତ ପ୍ରିୟ ଭଗବାନ ଶ୍ରୀଜଗନ୍ନାଥ ସମସ୍ତ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଉଭା ହେବେ । ଏହି ପରମ୍ପରା ବିଶ୍ୱରେ ଅନନ୍ୟ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ନୀତି ନିର୍ଘଂଟ ମଧ୍ୟରେ ସକାଳ ୬ଟାରେ ମଙ୍ଗଳ ଆଳତି ପରେ ପରେ ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ ପରେ ୭ଟା ୧୦ରେ ସୂର୍ଯ୍ୟପୂଜା ଅନୁଷ୍ଠିତ ହେବ । ୭ଟା ୩୦ରେ ଦ୍ୱାରପାଳ ପୂଜା ଓ ସକାଳ ୮ଟାରୁ ୯ଟା ମଧ୍ୟରେ ଖେଚୁଡ଼ି ଭୋଗ ଲାଗି ହେବ । ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ୯ଟା ୩୦ରେ ପହଣ୍ଡି ଆରମ୍ଭ ହେବ । ମଧ୍ୟାହ୍ନ ୧୨ଟା ୩୦ରେ ପହଣ୍ଡି ଶେଷ ହେବ । ପରେ ମଦନମୋହନ, ରାମକୃଷ୍ଣ ରଥକୁ ବିଜେ କରିବେ । ଅପରାହ୍ନ ୧ଟା ୩୦ରେ ଚିତା ଲାଗି ହେବା ପରେ ବେଶ ଶେଷ ହେବ । ଗଜପତି ମହାରାଜା ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ତିନି ରଥରେ ଛେରା ପହଁରା କରିବେ । ପରେ ଚାରମାଳ ଫିଟାଯାଇ ଘୋଡ଼ା ଯୋଚା ଯିବ । ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ଆଜି ରଥ ଖଳାରୁ ତିନି ରଥର ଦକ୍ଷିଣମୋଡ଼ ହୋଇ ସିଂହଦ୍ୱାର ସମ୍ମୁଖରେ ଲାଗିଛି । ଆସନ୍ତାକାଲି ରଥ ପ୍ରତିଷ୍ଠା ପରେ ଚତୁର୍ଦ୍ଧାମୂର୍ତି ରଥରୁଢା ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ । ସୋମବାର ଅପରାହ୍ନରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଠାରୁ ଆଜ୍ଞାମାଳ ଆସି ରଥ ଖଳାରେ ତିନି ରଥରେ ଲାଗି ହେବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ରଥର ଫିଟନେସ୍ ସାର୍ଟିଫିକେଟ ପୂର୍ତ ବିଭାଗ ପକ୍ଷରୁ ଦିଆଯିବା ପରେ ରଥ ଟଣା ଯାଇଥିଲା । ଘଂଟ ଘଂଟୁଆ ଓ ସେବାୟତଙ୍କ ମେଳରେ ପୋଲିସମାନେ ରଥଟାଣି ସିଂହଦ୍ୱାର ସମ୍ମୁଖରେ ଲଗାଇଥିଲେ । ସଂନ୍ଧ୍ୟା ସୁଦ୍ଧା ତିନି ରଥ ସିଂହଦ୍ୱାରରେ ଲାଗିଛି । ଆଜି ମହାପ୍ରଭୁ ବୀର ବେଶରେ ନବଯୌବନ ଦର୍ଶନ ଦେଇଥିଲେ । ଯାତ୍ରା କରିବା ପୂର୍ବରୁ ସେନାପଟା ଲାଗି ହୋଇ ମହାପ୍ରଭୁ ଜନ୍ମ ବେଦିକୁ ବିଜେ କରିବେ । ଆଜି ଠାରୁ ହଜାର ହଜାର ଭକ୍ତ ଟ୍ରେନ, ବସ୍ ଓ ବିଭିନ୍ନ ଯାନରେ ଆସି ପୁରୀରେ ଠୁଳ ହେଲେଣି । ବିଭିନ୍ନ ଧର୍ମଶାଳା, ଲଜିଂ ଓ ଭକ୍ତ ନିବାସ ଅଧିକ ଟଙ୍କା ଭଡ଼ା ପଡ଼ୁଥିବାରୁ ଗରିବ ଭକ୍ତମାନେ ବଡ଼ଦାଣ୍ଡର ଦୁଇପାଶ୍ୱର୍ରେ ଥିବା ଘର ବାରଣ୍ଡାମାନଙ୍କରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି

Leave a Reply