ପୁରୀ,୨୦/୬: ପୁରୀ ରଥଯାତ୍ରାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ୮ ପ୍ରକାର ସେବାକାର୍ଯ୍ୟ ଚାଲୁଅଛି । ଏହି ସେବାକାର୍ଯ୍ୟରେ ୧୧୦୦ ସ୍ୱୟଂସେବକ ସେବାକାମ ଜାରି ରଖିଛନ୍ତି । ଆହତ ଓ ମୂର୍ଚ୍ଚିତମାନଙ୍କୁ ଚିକିତ୍ସାଳୟରେ ଭର୍ତି କରିବାରେ ଆମ୍ବୁଲାନ୍ସ ଯିବା ଆସିବା ନିମନ୍ତେ ଭିଡ ଭିତରେ ଆମ୍ବୁଲାନ୍ସ ପାଇଁ ୫୦୦ ମିଟର ମାନବୀୟ ରାସ୍ତା ନିର୍ମାଣ କରିଛନ୍ତି । ଯାହା ଦ୍ୱାରା ରୋଗୀମାନଙ୍କୁ ଭିଡ ମଧ୍ୟରେ ରଥ ପାଖରୁ ଆମ୍ବୁଲାନ୍ସ ନିକଟରେ ସହଜରେ ପହଂଚାଯାଇ ପାରୁଥିଲା । ଏତଦ୍ ବ୍ୟତୀତ ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ସେବା, ଷ୍ଟ୍ରେଚର ସେବା, ପାନୀୟ ଜଳ ବିତରଣ, ଭ୍ରାମ୍ୟମାଣ ପାନୀୟ ଜଳ ବିତରଣ, ଜଳ ସିଂଚନ, ଆମ୍ବୁଲାନ୍ସ ଗମନାଗମନ ପଥ, ହଜି ଯାଇଥିବା ବ୍ୟକ୍ତିଙ୍କୁ ଖୋଜି ଆଣିବା,ଡାକ୍ତରଖାନାରେ ରୋଗୀ ସହାୟତା ଯୋଗାଇ ଦିଆଯାଉଛି । ସ୍ୱୟଂସେବକମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନିରବଛିନ୍ନ ଭାବରେ ସେବାକାର୍ଯ୍ୟ କରି ଆସୁଛନ୍ତି । ୨୦୦୫ ମସିହାରୁ ସ୍ୱୟଂସେବକମାନେ ଏପରି ଅନେକ କାର୍ଯ୍ୟ ପ୍ରଶାସନ ସହ ମିଶି କରି ଆୁସଛନ୍ତି । ଏହି ୮ ପ୍ରକାର ସେବା ମଧ୍ୟରୁ ପ୍ରାଥମିକ ଚିିକିତ୍ସା ଦୀର୍ଘ ୯ ଦିନ ବ୍ୟାପି ଅନୁଷ୍ଠିତ ହେବ । ଭୁବନେଶ୍ୱର,କଟକ ଓ ବ୍ରହ୍ମପୁରର ଡାକ୍ତରମାନେ ଆସି ପ୍ରାଥମିକ ଚିକିତ୍ସା ପ୍ରଦାନ କରୁଛନ୍ତି । ଏହି ପ୍ରାଥମିକ ଚିକିତ୍ସା ଯୋଗୁଁ ସେହି ଡାକ୍ତରମାନେ ଉତ୍ସାହିତ ହେବା ସହ ୯ ଦିନ ଧରି ସବା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଛନ୍ତି । ଜୁନ ୧୯ ତାରିଖ ସନ୍ଧ୍ୟା ସମୟରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଘୋଡା ବଜାର ଠାରେ ସଂଘର ଅଧିକାରୀମାନେ ସମସ୍ତ ସ୍ୱୟଂସେବକମାନଙ୍କୁ ୮ ଭାଗରେ ସେବାର ଗୁରୁ ଦାୟିତ୍ୱ ସମ୍ପର୍କରେ ବୁଝାଇ ଥିଲେ । ଆଜି ପ୍ରାତଃ ୭ ଘଟିକା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ସମସ୍ତେ ଏକଜୁଟ ହୋଇ ସେବାକାର୍ଯ୍ୟର ଉଦ୍ଘାଟନ ପରେ ରଥଯାାତ୍ରାରେ ସେବା ଯୋଗାଇ ଦେବା ପାଇଁ ସମସ୍ତ ସ୍ୱୟସେବକ ବାହାରିଥିଲେ ବୋଲି ସଂଘର ପ୍ରାନ୍ତ ପ୍ରଚାର ପ୍ରମୁଖ ରବି ନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି ।
.jpeg?w=1110&ssl=1)

.jpeg?w=1110&ssl=1)


.jpeg?w=1110&ssl=1)

