Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋ-ମାଂସ ଖୁଆଇ ଧର୍ମ ପରିବର୍ତ୍ତନ କରିବାକୁ ଚେଷ୍ଟା- ରାଜି ନହେବାରୁ ଘରୁ ବାହାର କରିଦେବା ନେଇ ଥାନାରେ ଅଭିଯୋଗ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋ-ମାଂସ ଖୁଆଇ ଧର୍ମ ପରିବର୍ତ୍ତନ କରିବାକୁ ଚେଷ୍ଟା- ରାଜି ନହେବାରୁ ଘରୁ ବାହାର କରିଦେବା ନେଇ ଥାନାରେ ଅଭିଯୋଗ

ରାଜନଗର: ରାଜନଗର ବ୍ଲକ ଗୁପ୍ତି ଗ୍ରାମରେ ଗୋ-ମାଂସ ରୋଷେଇ କରିବା ଓ ଖୁଆଇବାକୁ ଚେଷ୍ଟା କରିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଗ୍ରାମର ହୃଷିକେଶ ଦଳାଇଙ୍କ ଝିଅ ନନ୍ଦିନୀ ଦଳାଇ ରାଜନଗର ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଦୀର୍ଘ ୧୫ବର୍ଷ ହେବ ତାର ପିତା ହୃଷିକେଶ ନିଖୋଜ ଅଛନ୍ତି । ତାଙ୍କର ତିନି ପୁଅଙ୍କ ସହିତ ନନ୍ଦିନୀ ଏକମାତ୍ର ଝିଅ । ପିତା ନିଖୋଜ ଥିବାରୁ ଭାଇ ଭାଉଣୀମାନେ କେରଳରେ ରହି କାମ କରନ୍ତି । ସେମାନେ ରଜରେ ଘରକୁ ଆସିଥିବା ବେଳେ ତାଙ୍କ ଘରେ ରହୁଥିବା ରାଜକନିକା ଥାନା ଅନ୍ତର୍ଗତ ମଲ୍ଲିସାରା ଗ୍ରାମର ଜଣେ ମୁସଲିମ୍ ସଂପ୍ରଦାୟର ମିହିର ରାଜା ନାମକ ବ୍ୟକ୍ତି ତାଙ୍କ ମାଆ ଜୟନ୍ତୀ ଦଳାଇଙ୍କ ସହିତ ରହିଆସୁଛନ୍ତି । ମାଆଙ୍କ ସହିତ ମିଶି ମିହିର ଗୋ-ମାଂସ ରାନ୍ଧି ଭାଇ ଭଉଣୀଙ୍କୁ ଖାଇବାକୁ ବାଧ୍ୟ କରିଥିଲେ । ସେମାନେ ନଖାଇବାରୁ ମା ଜୟନ୍ତୀ ରନ୍ଧା ଯାଇଥିବା ଖାଦ୍ୟକୁ ଫୋପାଡି ଦେଇଥିଲେ । ମାଆ ଜୟନ୍ତୀ ଓ ମିହିର ମିଶି ତିନିଜଣ ପୁଅ ଝିଅଙ୍କୁ ମାଡ ମାରି ଘରୁ ବାହାର କରିଦେଇଥିଲେ । ସେମାନେ ଗ୍ରାମର ମୁରବୀମାନଙ୍କ ସହିତ ଆଲୋଚନା କରିବା ପରେ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି । ପୂର୍ବରୁ ମିହିର ରାଜା ଜୟନ୍ତୀ ସହିତ ରହିବାକୁ ନେଇ ଗ୍ରାମବାସୀ ବିରୋଧ କରିଆସୁଥିଲେ । ଅନେକ ସମୟରେ ଜୟନ୍ତୀ ଗ୍ରାମବାସୀଙ୍କ ନାମରେ ମିଥ୍ୟା ମକଦ୍ଦମା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଜୟନ୍ତୀ ଶନିବାର ଦିନ ରାଜନଗର ଥାନାରେ ତା ମଝିଆ ପୁଅ ଦୁର୍ଘଟଣାଗସ୍ତ ହେବା ପରେ ତାକୁ ଭଲ କରିବା ପାଇଁ ଦୁଇଲକ୍ଷ ଟଙ୍କା ମାଗିବାରୁ ପୁଅ ଝିଅମାନେ ଟଙ୍କା ଦେଇନଥିବା ନେଇ ଅଭିଯୋଗ କରିଥିଲା । ଏନେଇ ଆଇଆଇସି ଶ୍ରୀକାନ୍ତ ବାରିକଙ୍କୁ ପଚାରିବାରୁ ମା ଜୟନ୍ତୀ ମଝିଆ ପୁଅକୁ ଭଲ କରିବା ପାଇଁ ଆଣିଥିବା କରଜ ଟଙ୍କାକୁ ସୁଝିବା ନିମନ୍ତେ ମାଗିବାରୁ ସେମାନେ ମନା କରିଥିଲେ । ମା ଜୟନ୍ତୀ ସେମାନଙ୍କ ନାମରେ ଶନିବାର ଦିନ ଅଭିଯୋଗ କରିଥିବା ବେଳେ ରବିବାର ଦିନ ପୁଅ ଝିଅମାନେ ମା ଜୟନ୍ତୀଙ୍କ ସହ ତାଙ୍କ ଘରେ ରହି ଆସୁଥିବା ମିହିର ରାଜା ତାଙ୍କୁ ଗୋ-ମାଂସ ଖୁଆ ଧର୍ମ ପରିବର୍ତନ କରିବାକୁ ଚେଷ୍ଟା କରିଥିବା ନେଇ ଅଭିଯୋଗ କରିଛନ୍ତି । ଏହି ଘଟଣାର ଅନୁସନ୍ଧାନ ଜାରି ରହିଛି ବୋଲି କହିଛନ୍ତି ।

Leave a Reply