Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଛୋଟ ବସ୍ତ୍ର ପିନ୍ଧିଲେ ମନ୍ଦିର ପ୍ରବେଶ ମନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଛୋଟ ବସ୍ତ୍ର ପିନ୍ଧିଲେ ମନ୍ଦିର ପ୍ରବେଶ ମନା

ଶିମଲା : ହିମାଚଳ ପ୍ରଦେଶ ଶିମଲା ସ୍ଥିତ ଜୈନ ମନ୍ଦିରରେ ଡ୍ରେସ କୋଡ ଲାଗୁ ହୋଇଛି । ଏଠାକୁ ଛୋଟ ପୋଷାକ ପିନ୍ଧି ଆସୁଥିବା ଲୋକଙ୍କୁ ପ୍ରବେଶ ଅନୁମତି ମିଳିବନି । ଶିମଲା ସ୍ଥିତ ଏହି ଜୈନ ମନ୍ଦିର ପ୍ରାୟ ୧୦୦ ବର୍ଷ ପ୍ରାଚୀନ ବୋଲି କୁହାଯାଉଛି । ମନ୍ଦିରର ଅଧିକାରୀ ଓ କାର୍ଯ୍ୟକର୍ତ୍ତା ମନ୍ଦିରର ଅନୁଶାସନ, ମର୍ଯ୍ୟଦା ଓ ସଂସ୍କୃତିକୁ କାୟମ ରଖିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଶ୍ରୀ ଦିଗମ୍ବର ଜୈନ ସଭା ଦ୍ୱାରା ସଞ୍ଚାଳିତ ଏହି ମନ୍ଦିର ଜୈନ ସମ୍ପ୍ରଦାୟର ଲୋକଙ୍କ ଆସ୍ଥାର କେନ୍ଦ୍ରସ୍ଥଳ । ନିକଟରେ ମନ୍ଦିର ପ୍ରଶାସନ ପକ୍ଷରୁ ଡ୍ରେସକୋଡ ସମ୍ପର୍କିତ ବିଜ୍ଞାପନ ମନ୍ଦିର ବାହାରେ ଲଗାଇଛନ୍ତି । ତେବେ କେବଳ ସିମଲାର ଏହି ଜୈନ ମନ୍ଦିର ନୁହେଁ ଏହା ପୂର୍ବରୁ ମହାରାଷ୍ଟ୍ର ମନ୍ଦିର ମହାସଂଘ ପକ୍ଷରୁ ନାଗପୁରର ୪ଟି ମନ୍ଦିରରେ ଡ୍ରେସକୋଡ ଲାଗୁ ହୋଇଥିଲା । ଏଥିରେ ମନ୍ଦିରର ପବିତ୍ରତା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଥିଲା । ଏହି ଡ୍ରେସକୋଡ ଶ୍ରୀ ଗୋପାଳ କୃଷ୍ଣ ମନ୍ଦିର, ଶ୍ରୀ ସଙ୍କଟମୋଚନ ହନୁମାନ ମନ୍ଦିର, ଶ୍ରୀ ବୃହସ୍ପତି ମନ୍ଦିର ଓ ଶ୍ରୀ ଦୁର୍ଗାମାତା ମନ୍ଦିରରେ ଲାଗୁ ହୋଇଛି । ରାଜ୍ୟର ସବୁ ମନ୍ଦିରରେ ଡ୍ରେସକୋଡ ଲାଗୁ ହେବ ବୋଲି ମନ୍ଦିର ମହାସଂଘ କହିଥିଲେ । ଡ୍ରେସକୋଡ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟରେ ଲାଗୁ ହେଉଛି । ଦେଶର ଅନେକ ମନ୍ଦିର, ଗୁରୁଦ୍ୱାର, ଚର୍ଚ୍ଚ, ମସଜିଦ ଓ ଅନ୍ୟ ପୂଜାସ୍ଥଳମାନଙ୍କରେ ମଧ୍ୟ ଡ୍ରେସକୋଡ ଲାଗୁ ହେଉଛି । ମହାରାଷ୍ଟ୍ରର ପ୍ରାୟ ୩୦୦ ମନ୍ଦିରରେ ଏବେ ଡ୍ରେସକୋଡ କଡାକଡି ପାଳନ ହେଉଛି । ଏଣୁ ଯେଉଁ ଭକ୍ତ ଫଟା ଜିନ୍ସ ଓ ଛୋଟ ପୋଷାକ ପିନ୍ଧି ମନ୍ଦିରକୁ ଆସୁଛନ୍ତି, ସେମାନଙ୍କୁ ମନ୍ଦିର ପକ୍ଷରୁ ଓଢଣୀ ଓ ଲୁଙ୍ଗି ଆଦି ଦିଆଯାଉଛି । ଏଥିରେ ଭକ୍ତ ସେମାନଙ୍କ ଶରୀରକୁ ଘୋଡାଇ ମନ୍ଦିରକୁ ପ୍ରବେଶ କରିପାରୁଛନ୍ତି । ତେବେ ଏହା ପୂର୍ବରୁ ରାଜସ୍ଥାନର ଆଜମେର ବଜରଙ୍ଗ ଛକସ୍ଥିତ ପ୍ରାଚୀନ ଅମ୍ବେମାତା ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ନିମନ୍ତେ ମନ୍ଦିର ବାହାରେ ବୋର୍ଡ ମରାଯାଇଥିଲା । ଯେଉଁଥିରେ ଭକ୍ତଙ୍କୁ ମାତାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ଉପଯୁକ୍ତ ମର୍ଯଦାଯୁକ୍ତ ପୋଷାକ ପିନ୍ଧି ମନ୍ଦିରକୁ ପ୍ରବେଶ କରନ୍ତୁ ବୋଲି ନିବେଦନ କରାଯାଇଥିଲା । ଏଥିରେ ଛୋଟ ପୋଷାକ ଓ ଆଧୁନିକ ପରିପାଟିର ପୋଷାକ ପିନ୍ଧି ମନ୍ଦିରକୁ ପ୍ରବେଶ ବାରଣ କରାଯାଇଥିଲ। ।

Leave a Reply