Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୀନକୁ ଆର୍ଥିକ ମୋର୍ଚ୍ଚାରେ ଆମେରିକା ଜୋରଦାର ଝଟକା ଦେଇଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୀନକୁ ଆର୍ଥିକ ମୋର୍ଚ୍ଚାରେ ଆମେରିକା ଜୋରଦାର ଝଟକା ଦେଇଛି

ୱାସିଂଟନ: ଚୀନ୍ ଠାରୁ ବିକାଶଶୀଳ ଦେଶର ମାନ୍ୟତା ଛଡେଇ ନେଲା ଆମେରିକା। ଆମେରିକା ସିନେଟ୍ ଏକ ନୂଆ ଆଇନକୁ ମଞ୍ଜୁରୀ ଦେଇଛି । ଯେଉଁଥିରେ ଚୀନକୁ ଆଉ ଆମେରିକା ବିକାଶଶୀଳ ଦେଶ ମାନିବ ନାହିଁ । ଆମେରିକାର ଏହି ପଦକ୍ଷେପ ଚୀନ୍ ଉପରେ ଗୁରୁତର ପ୍ରଭାବ ପକାଇବ । ପୂର୍ବ ପରି ଚୀନକୁ ବିଶ୍ୱବ୍ୟାଙ୍କ ଓ ଅନ୍ୟ ଅନ୍ତର୍ଜାତିକ ଆର୍ଥିକ ସଂସ୍ଥାନରୁ ସହଜରେ ଓ କମ ସୁଧହାରରେ ଋଣ ମିଳିବନିୟ ବିକାଶଶୀଳ ଦେଶ ଭାବେ ଏ ପର୍ଯ୍ୟନ୍ତ ଚୀନକୁ ସହଜରେ ଓ କମ ସୁଧହାରରେ ଅନ୍ତର୍ଜାତୀୟ ଆର୍ଥିକ ଅନୁଷ୍ଠନରୁ ଋଣ ମିଳିଯାଉଥିଲା । ଆମେରିକା ସିନେଟରେ ଆଇନକୁ ମଞ୍ଜୁରୀ ମିଳିବା ପରେ ବୈଦେଶିକ ମନ୍ତ୍ରୀ ଏ ନୀ ବ୍ଲିଙ୍କେନ ବିଶ୍ୱ ବ୍ୟାପାର ସଙ୍ଗଠନ ଭଳି ବହୁପକ୍ଷୀ । ସଙ୍ଗଠନ (ମଲ୍ଟିଲେଟରାଲ ଅର୍ଗାନାଇଜେନସନ)ରେ ଚୀନ୍ ଅର୍ଥ ବ୍ୟବସ୍ଥାକୁ “ବିକଶିତ’ ଅର୍ଥବ୍ୟବସ୍ଥାର ଷ୍ଟାଟସ ଦେବା ପାଇଁ ଉଦ୍ୟମ କରିବେ । ଆମେରିକୀୟ ସିନେଟର ଫରେନ ରିଲେସନ କମିଟିର ପଦକ୍ଷେପ ଯୋଗୁ ଚୀନର “ଡେଭଲପିଙ୍ଗ କ ୍ରି’ ଷ୍ଟାଟସ୍ ଛଡାଇ ନିଆଯାଇଛି । ଆମେରିକାର ଏହି ପଦକ୍ଷେପକୁ ଚୀନ୍ ଏବେ ଏସିୟ ଦେଶଙ୍କ ବିକାଶକୁ ଦବାଇ ଦେବାର ଷଡ଼ଯନ୍ତ୍ର ରୂପେ ଦେଖୁଛି । ଆମେରିକା ସିନେଟ ଭାବୁଛି ଚୀନକୁ ଏବେ ସେହି ସବୁ ସୁବିଧା ସୁଯୋଗ ଆଉ ମିଳିବା ଉଚିତ ନୁହେଁ ଯାହା ବିକାଶଶୀଳ ଦେଶମାନଙ୍କୁ ମିଳୁଛି । ଚୀନର ଅର୍ଥ ବ୍ୟବସ୍ଥା ଏବେ ୨୦ ଟ୍ରିଲିୟନ ଡଲାରକୁ ପହ ିଥିବା ବେଳେ ବିଶ୍ୱର ବିଭିନ୍ନ ଦେଶରେ ବିପୁଳ ନିବେଶ କରୁଛି । ଏହି କାରଣରୁ ଚୀନକୁ ଏକ ଡେଭଲପିଙ୍ଗ କ ୍ରିର ରିହାତି ମିଳିବା ଉଚିତ ନୁହେଁ ବୋଲି ଆମେରିକା କହିଛି । କାରଣ ଚୀନ୍ ତାର ଏହି ବିକାଶଶୀଳ ଷ୍ଟାଟସର ଏବେ ତ୍ରୁଟିପୂର୍ଣ୍ଣ ଉପଯୋଗ କରୁଛି ।

Leave a Reply