Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତନ୍ତ୍ରମନ୍ତ୍ର ନାଁରେ ଟଙ୍କା ଠକେଇ ଘଟଣା ତାନ୍ତ୍ରିକ କୈଫି ଖାନର ସହଯୋଗୀ ଦାଦା ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତନ୍ତ୍ରମନ୍ତ୍ର ନାଁରେ ଟଙ୍କା ଠକେଇ ଘଟଣା ତାନ୍ତ୍ରିକ କୈଫି ଖାନର ସହଯୋଗୀ ଦାଦା ଗିରଫ

: କଟକ ତନ୍ତ୍ରମନ୍ତ୍ର ନାଁରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଘଟଣାରେ ଠକ ମୌଲାନା କୈଫି ଖାନ ଚୌଦ୍ୱାର ଜେଲରେ ରହିଛି । ଏହି ଘଟଣାରେ ସମ୍ପୃକ୍ତ କୈଫି ଖାନର ଜଣେ ସହଯୋଗୀକୁ ମଙ୍ଗଳାବାଗ ଥାନା ପୁଲିସ ଶନିବାର ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କୈଫି ଖାନର ଦାଦା ଅମୀର ଖାନ । ଗିରଫଦାରୀ ସଂଖ୍ୟା ତିନିରେ ପହଞ୍ଚôଛି ଥିବା ପୁଲିସ ଠାରୁ ପ୍ରକାଶ । ଧାତ୍ୱ ସାମଗ୍ରୀ କିଣାକିଣି, ବାଧା ଦୂର ପାଇଁ ଧାର୍ଯ୍ୟ କରାଯାଇଥିବା ବକେୟା ଟଙ୍କା ଆଦାୟ, ଗାତ ଖୋଳାଖୋଳି ତଥା ଅନ୍ୟାନ୍ୟ କାମରେ ସହଯୋଗ କରୁଥିଲା ଅମୀର । ଗିରଫ ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୪୧୯, ୪୨୦ ଓ ୧୨୦(ଈ) ଅନୁଯାୟୀ ପୁଲିସ ମାମଲା ରୁଜୁ କରିଛି । କୈଫି ଖାନ ବିରୁଦ୍ଧରେ ମୋଟ ୬ଟି ମାମଲା ଏକାଧିକ ଥାନାରେ ରୁଜୁ କରାଯାଇଛି । ଗୋଟିଏ ମାମଲାରେ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ମିଳିଛି ଜାମିନ । ତେବେ ଅମୀର ଖାନ କୈଫି ଖାନକୁ ଆରମ୍ଭରୁ ସାହାଯ୍ୟ କରି ଆସୁଥିଲା । ତଦନ୍ତ କରିବା ପରେ ଅମୀରକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ତେବେ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଥିଲା ବେଳେ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଇବ ବୋଲି କହିଛନ୍ତି ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା । ଗତ ମାସରେ ତନ୍ତ୍ରମନ୍ତ୍ର କରି ଘରୁ ପ୍ରେତତ୍ମା ବାହାର କରି ଲୋକଙ୍କୁ ଲୁଟୁଥିବା ଠକ ମୌଲାନା କୈଫି ଖାନକୁ ଗିରଫ କରିଥିଲା ମଙ୍ଗଳାବାଗ ପୁଲିସ । ଅଭିଯୁକ୍ତ ଠାରୁ ଲକ୍ଷାଧିକ ଟଙ୍କା ସହିତ ଦୁଇଟି ଦାମୀ କାର କାର, ୭୦ ନୂଆ ମୋବାଇଲ ୨୦ଟି ଘଣ୍ଟା ସହ ତମ୍ବା ଜିନିଷ ଜବତ କରାଯାଇଥିଲା । ପ୍ରଥମେ ରାଣୀହାଟର ଜଣେ ମହିଳାଙ୍କ ଘରୁ ପ୍ରେତାତ୍ମା ବାହାର କରିବା ସହିତ ସେହି ଘରୁ ବାହାର କରିଥିବା ଗୁପ୍ତ ଧନକୁ ଶୋଧ କରିବା ପାଇଁ ଅଭିଯୁକ୍ତ ୬୨ ଲକ୍ଷ ଲୁଟି ଥିବା ପୁଲିସ ପକ୍ଷରୁ ସୂଚନା ରହିଥିଲା । ତେବେ ଗିରଫ ନକଲି ବାବା ମୌଲାନା କୈଫି ଖାନ ଘର କଟକ କେଶରପୁର ଅଞ୍ଚଳର ବୋଲି ଜଣାପଡ଼ିଥିଲା । ମହିଳାଙ୍କୁ ପାଖାପାଖି ଏକ ବର୍ଷ ହେବ ଅନ୍ଧବିଶ୍ୱାସର ଜାଲରେ ଫସାଇ ୬୨ ଲକ୍ଷ ଟଙ୍କା ଠକିଥିଲା ଅଭିଯୁକ୍ତ । ପୁଲିସ ତାକୁ ଗିରଫ କରିବା ପରେ ନଗଦ ୨ ଲକ୍ଷ ୭୬ ହଜାର ଟଙ୍କା, ୨ଟି ଦାମୀ କାର, ୭୦ଟି ନୂଆ ମୋବାଇଲ ଫୋନ, ୨୦ଟି ଘଣ୍ଟା, ବହୁ ପରିମାଣର ପିତଳ ସାମଗ୍ରୀ ଜବତ କରିଥିଲା ।

Leave a Reply