Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନିରାପତ୍ତା ବଳଙ୍କ ଗୁଳି ଚୋଟରେ ଟିଳିଲେ ୫ ବିଦେଶୀ ଆତଙ୍କବାଦୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନିରାପତ୍ତା ବଳଙ୍କ ଗୁଳି ଚୋଟରେ ଟିଳିଲେ ୫ ବିଦେଶୀ ଆତଙ୍କବାଦୀ

ଶ୍ରୀନଗର, ୧୬ା୬: ଗତ ରାତିରେ ଜମ୍ମୁ ଓ

କଶ୍ମୀରର କୁପ୍ୱାରା ଜିଲ୍ଲାରେ ଆରମ୍ଭ ହୋଇଥିବା

ଏନ୍କାଉଣ୍ଟରରେ ୫ଜଣ ବିଦେଶୀ ଆତଙ୍କବାଦୀ

ନିହତ ହୋଇଥିବା କଥା କଶ୍ମୀର ଜୋନ୍ ପୁଲିସ

କହିଛି । ସେନା ଓ ପୁଲିସର ମିଳିତ ଟିମ୍ ଏବଂ

ଆତଙ୍କବାଦୀଙ୍କ ମଧ୍ୟରେ ଏହି ଗୁଳିବିନିମୟ

ହୋଇଥିଲା । ଏବେ ମଧ୍ୟ ସେ ଅଞ୍ଚଳରେ ତଲାସ

ଅଭିଯାନ ଚାଲୁ ରହିଛି ବୋଲି ସରକାରୀ

ଅଧିକାରୀମାନେ କହିଛନ୍ତି । ଗଣମାଧ୍ୟମକୁ କଶ୍ମୀର

‘ଏଡିଜିପି’ ବିଜୟ କୁମାର କହିଛନ୍ତି,

ଏନ୍କାଉଣ୍ଟରରେ ୫ଜଣ ଆତଙ୍କବାଦୀ ନିହତ

ହୋଇଛନ୍ତି । ତଲାସ ଅଭିଯାନ ଜାରି ରହିଛି ।

ନିୟନ୍ତ୍ରଣ ରେଖା ନିକଟ ଜୁମାଗୁଣ୍ଡ ଅଞ୍ଚଳରେ

ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୁନିର୍ଦ୍ଦିଷ୍ଟ

ସୂଚନା ପାଇବା ପରେ ନିରାପତ୍ତା ବଳ ତଲାସ

ଅଭିଯାନ ଆରମ୍ଭ କରିଥିଲା । ସୂଚନାଯୋଗ୍ୟ,

ଆଜିର ଏନ୍କାଉଣ୍ଟର ହେଉଛି ଅଳ୍ପ ଦିନ ହେବ

ନିରାପତ୍ତା ବଳ ଭଣ୍ଡୁର କରୁଥିବା ଅନୁପ୍ରବେଶ

ଉଦ୍ୟମଗୁଡ଼ିକ ମଧ୍ୟରୁ ଗୋଟିଏ ଘଟଣା ।

ଗତକାଲି ମଧ୍ୟ ସେନା ପୁଞ୍ଚ୍ ସେକ୍ଟର ନିକଟରେ

ଅନୁପ୍ରବେଶ ଉଦ୍ୟମ ବିଫଳ କରାଇବା ସହିତ

ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର

କରିଥିଲେ । ସରକାରୀ ଅଧିକାରୀମାନଙ୍କ କହିବା

ଅନୁସାରେ, ଫେବ୍ରୁଆରି ମାସରୁ ଏଯାବତ୍

ନିୟନ୍ତ୍ରଣ ରେଖା ଅଞ୍ଚଳରେ ୧୦ଟି ପ୍ରମୁଖ

ଅନୁପ୍ରବେଶ ଉଦ୍ୟମ ବ୍ୟର୍ଥ କରାଯାଇଛି । ଜମ୍ମୁ

ଓ କଶ୍ମୀରକୁ ଆତଙ୍କବାଦୀ ପଠାଇବାକୁ ପାକିସ୍ତାନ

କିଭଳି ବ୍ୟାକୁଳ ତାହା ଏଥିରୁ ଜଣାପଡୁଛି ।

Leave a Reply