Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏବେ ତେଲେଙ୍ଗାନାରେ ଦେଖାଦେଲା ବୁର୍ଖା ବିବାଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏବେ ତେଲେଙ୍ଗାନାରେ ଦେଖାଦେଲା ବୁର୍ଖା ବିବାଦ

ହାଇଦ୍ରାବାଦ: ଆପଣଙ୍କର ମନେ ଥିବ କର୍ଣ୍ଣାଟକରେ କିଛି ମାସ ତଳେ ହିଜାବ ବିବାଦ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ତେଲେଙ୍ଗାନାରେ ଏବେ ଏହି ବିବାଦ ଦେଖାଦେଇଛି ।ହାଇଦ୍ରାବାଦର ଏକ କଲେଜରେ କିଛି ଛାତ୍ରୀ ବୁର୍ଖା ପିନ୍ଧି ପରୀକ୍ଷା ହଲକୁ ଯାଇଥିବାବେଳେ ସେମାନଙ୍କୁ ପରୀକ୍ଷା ହଲରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିବାର ଅଭିଯୋଗ ସାମ୍ନାକୁ ଆସିଛି । ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଅଧ ଘଣ୍ଟା ଅପେକ୍ଷା କରିବାକୁ କୁହାଯାଇଥିଲା ଏବଂ ବୁର୍ଖା ଖୋଲିବା ପରେ ସେମାନଙ୍କୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇଥିଲା । ମିଳିଥିବା ସୂଚନା ମୁତାବକ ଗତକାଲି ହାଇଦ୍ରାବାଦର କେ.ଭି ରଙ୍ଗାରେଡି ମହିଳା ଡିଗ୍ରୀ କଲେଜରେ କିଛି ଛାତ୍ରୀ ବୁର୍ଖା ପିନ୍ଧି ପରୀକ୍ଷା ଦେବାକୁ ଯାଇଥିଲେ । ତେବେ କଲେଜ ପ୍ରଶାସନ ସେମାନଙ୍କୁ ପରୀକ୍ଷା ହଲ ଭିତରକୁ ଯିବାକୁ ଦେଇ ନଥିଲା । ଛାତ୍ରୀମାନେ କହିଥିଲେ ଯେ ସେମାନେ ବୁର୍ଖା କାଢ଼ିବାକୁ ବାଧ୍ୟ ହୋଇଥିଲେ ଏବଂ ବୁର୍ଖା ପିନ୍ଧି ପରୀକ୍ଷା ହଲକୁ ଯାଇପାରିବେ ନାହିଁ ବୋଲି କୁହାଯାଇଥିଲା । ପରୀକ୍ଷା ଦେବାକୁ ହେଲେ ବୁର୍ଖା କାଢ଼ିବାକୁ ପଡିବ ଓ ପରୀକ୍ଷା ସରିବା ପରେ ବୁର୍ଖା ବାହାରେ ପିନ୍ଧି ପାରିବ ବୋଲି କୁହାଯାଇଥିଲା ।

Leave a Reply