Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନେତାଜୀ ବଞ୍ଚିଥିଲେ ଦେଶ ଭାଗ ହୋଇ ନଥାନ୍ତା: ଅଜିତ ଡୋଭାଲ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନେତାଜୀ ବଞ୍ଚିଥିଲେ ଦେଶ ଭାଗ ହୋଇ ନଥାନ୍ତା: ଅଜିତ ଡୋଭାଲ୍

ନୂଆଦିଲ୍ଲୀ: ଯଦି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବଞ୍ଚିଥାନ୍ତେ, ତେବେ ଦଶେ ବିଭାଜନ ହୋଇ ନଥାନ୍ତା । ଶନିବାର ଏଭଳି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ । ଆସୋସିଏଟେଡ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ (ଆସୋଚାମ) ଦ୍ୱାରା ଦିଲ୍ଲୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତୀ ଚାରଣ ନେଇ କାର୍ଯ୍ୟକ୍ରମରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଡୋଭାଲ୍ ଏପରି କହିଛନ୍ତି । ଡୋଭାଲ ଆହୁରି କହିଛନ୍ତି ଯେ ନେତାଜୀ ତାଙ୍କ ଜୀବନରେ ଅନେକ ଥର ଦୁଃସାହସ ଦେଖାଇଛନ୍ତି । ଏମିତିକି ସେ ଗାନ୍ଧୀଙ୍କୁ ବି ଚ୍ୟାଲେଞ୍ଜ୍ ଦେବାର ଦୁଃସାହସ କରିଥିଲେ । କିନ୍ତୁ ଗାନ୍ଧୀ ସେତେବେଳେ ତାଙ୍କ ରାଜନୈତିକ କ୍ୟାରିୟରରେ ଶୀର୍ଷରେ ଥିଲେ । ସେତେବେଳେ ସେ ଇସ୍ତଫା ଦେଇଥିଲେ । କଂଗ୍ରେସରୁ ବାହାରି ନୂଆ କରି ସଂଘର୍ଷ ଆରମ୍ଭ କରିଥିଲେ । ଡୋଭାଲ କହିଛନ୍ତି, ‘ମୁଁ ଭଲ କି ଖରାପ କହୁ ନାହିଁ କିନ୍ତୁ ଭାରତ ଓ ବିଶ୍ୱ ଇତିହାସରେ ଖୁବ୍ କମ୍ ଲୋକ ଏମିତି ଥିଲେ ଯେଉଁମାନେ ଧାରାର ବିପରୀତ ଦିଗରେ ବହିବାର ଦୁଃସାହସ କରିଥିଲେ ।’ ନେତାଜୀ ଏକା ନିଜ ପଥରେ ଅଗ୍ରସର ହେଉଥିଲେ । ଜାପାନ ବ୍ୟତୀତ ଅନ୍ୟ କୌଣସି ଦେଶ ତାଙ୍କୁ ସମର୍ଥନ କରୁନଥିଲା ବୋଲି ଡୋଭାଲ କହିଛନ୍ତି । ସୁଭାଷଙ୍କ ଚିନ୍ତାଧାରା ବିଷୟରେ ବକ୍ତବ୍ୟ ଦେଇ ଡୋଭାଲ କହିଛନ୍ତି ‘ତାଙ୍କ ମନ ଭିତରେ ଥିଲେ ଯେ ମୁଁ ସ୍ୱାଧୀନତା ପାଇଁ ବ୍ରିଟିଶ୍ ବିରୋଧରେ ଲଢ଼େଇ କରିବେ କିନ୍ତୁ ସ୍ୱାଧୀନତା ମାଗିବି ନାହିଁ । ଏହା ମୋ ଅଧିକାରୀ ଓ ମୋତେ ଏହା ମିଳିବା ଦରକାର । ଯଦି ସୁଭାଷ ବୋଷ ସେତେବେଳେ ଥାନ୍ତେ ତେବେ ଭାରତ ଅଲଗା ହୋଇ ନଥାନ୍ତା । ଏମିତିକ ଜିନ୍ନା କହିଥିଲେ ଯେ ମୁଁ କେବଳ ଗୋଟିଏ ନେତାଙ୍କୁ ଗ୍ରହଣ କରିବି ସେ ହଲେ ସୁଭାଷ ବୋଷ ।’ ସୁଭାଷଙ୍କ ବିଷୟରେ ଡୋଭାଲ ଆହୁରି କହିଛନ୍ତି, ‘ଅନେକ ସମୟରେ ଆମ ମନରେ ଗୋଟେ ପ୍ରଶ୍ନ ଆସେ । ପ୍ରକୃତରେ ପରିଶ୍ରମ ଗୁରୁତ୍ୱ ରଖେ ନା ପରିଶ୍ରମର ଫଳ ଗୁରୁତ୍ୱ ରଖେ? ସୁଭାଷ ଓ ଗାନ୍ଧୀଙ୍କର ଉଦ୍ୟମ ପ୍ରଶଂସାଯୋଗ୍ୟ, ଏଥିରେ କାହାର ସନେ୍ଦହ ନାହିଁ । ହେଲେ ଲୋକେ ସବୁବେଳେ ଫଳାଫଳକୁ ନେଇ ତୁମକୁ ଜଜ୍ କରନ୍ତି । ତେଣୁ ସୁଭାଷଙ୍କର ସମସ୍ତ ଉଦ୍ୟମ ବୃଥା ହୋଇଗଲା । ତାଙ୍କ ମୃତୁ୍ୟ ପରେ ମଧ୍ୟ – ସେ ସୃଷ୍ଟି କରିଥିବା ଜାତୀୟତାର ଚିନ୍ତାଧାରାକୁ ଆମେ କାହିକି ଭୟ କରୁଛୁ ମୁଁ ଜାଣିପାରୁ ନାହିଁ । ଯଦି ଏମିତି ହୋଇଥାନ୍ତା ଅନେକ ଲୋକ ସୁଭାଷଙ୍କ ରାସ୍ତାରେ ଚାଲିଥାନ୍ତେ । ଏବଂ ଅନେକ ଭାରତୀୟ ସେହି ପଥରେ ଚାଲିଥାନ୍ତେ । ଡୋଭାଲଙ୍କ କହିବାର କଥା ହେଲା ଯେ ଇତିହାସ ସୁଭାଷଙ୍କର ପ୍ରତି ଅବେହେଳା କରିଛି । କିନ୍ତୁ ମୁଁ ଖୁସି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ପୁନରୁତ୍ଥାନ କରିବାକୁ ଆଗ୍ରହୀ ଅଛନ୍ତି ବୋଲି ଡୋଭାଲ କହିଛନ୍ତି ।

Leave a Reply