ପ୍ରାଥମିକ ବର୍ଗ ପ୍ରଶିକ୍ଷଣ ଶେଷ

ଚିକିଟି:ରାଷ୍ଟ୍ର ନିର୍ମାଣ ସାଙ୍ଗକୁ ବ୍ୟକ୍ତି ନିର୍ମାଣରେ ଅଗ୍ରଣୀ ଭୂମିକା ଗ୍ରହଣ କରି ବ୍ୟକ୍ତି ନିର୍ମାଣ ରେ ଦୀର୍ଘ ୯୮ବର୍ଷ ଧରି ଲାଗି ରହିଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ସାତ ଦିନିଆ ପ୍ରାଥମିକ ବର୍ଗ ଚିକିଟିପେଣ୍ଠ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ଶେଷ ହୋଇଛି । ଶତାଧିକ ଶିକ୍ଷାର୍ଥୀ ସାଙ୍ଗକୁ ଶିକ୍ଷଜ ଓ ପ୍ରବନ୍ଧକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ହାତରୁ ଉତ୍ତମ ଶୁଳ୍କ ପ୍ରଦାନ କରି ସାତ ଦିନ ଧରି ଏହି ଶିବିରରୁ ବିଭିନ୍ନ ଶାରୀରିକ ବୌଦ୍ଧିକ କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଲାଭ କରିଥିଲେ । ଏହି ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ବହୁ ବିଦ୍ୟାର୍ଥୀ ରହିଥିବା ବେଳେ ବ୍ୟବସାଇ ମଧ୍ୟ ଉପସ୍ଥିତ ଥିଲେ । ପ୍ରତ୍ୟେହ ସକାଳ ୪:୩୦ମି ସମୟରେ ପ୍ରାତଃ ଜାଗରଣ ୫:୪୫ମି ରେ ପ୍ରାର୍ଥନା ପରେ ରାତି ୯ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ଶାରୀରିକ ବୌଦ୍ଧିକ କାର୍ଯ୍ୟକ୍ରମର ଅଭ୍ୟାସ କରୁଥିଲେ । ପ୍ରତେହ ମଧ୍ୟାନ ଓ ସନ୍ଧ୍ୟା ବୌଦ୍ଧିକ କାର୍ଯ୍ୟକ୍ରମ ରେ ପ୍ରାନ୍ତ ଓ ବିଭାଗ ସ୍ତରୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇ ହିନ୍ଦୁତ୍ୱ, ଆଧ୍ୟାତ୍ମିକ, ମହାପୁରୁଷ, ଦେଶ ସୁରକ୍ଷା ଇତ୍ୟାଦିର ବାର୍ତ୍ତା ପ୍ରଦାନ କରିଥିଲେ । ଶେଷ ଦିବସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀମାନେ ପ୍ରଶିକ୍ଷଣ ନେଇଥିବା ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିଥିଲେ । ଏହି ବର୍ଗରେ ସହ ପ୍ରାନ୍ତ ପ୍ରଚାରକ ସୃଷ୍ଟିଧର ବିଶ୍ୱାଳ, ପ୍ରାନ୍ତ ସେବା ପ୍ରମୁଖ ସାନ୍ଟୁନୁ ମାଝୀ, ବିଭାଗ ସଙ୍ଘ ଚାଳକ ଭଗବାନ ତ୍ରିପାଠୀ, ବିଭାଗ ପ୍ରଚାରକ ବିଜୟ ସାମଲ, ଜିଲ୍ଲା ସଂଘ ଚାଲାକ ଡ଼ଃ ପ୍ରଶାନ୍ତ ପତି, ଜିଲ୍ଲା କାର୍ଯ୍ୟବାହ ସଞ୍ଜୟ କୁମାର ଦାସ, ଜିଲ୍ଲା ପ୍ରଚାରକ କେଦାରନାଥ ପାତ୍ର, ଜିଲ୍ଲା ବୌଦ୍ଧିକ ପ୍ରମୁଖ ସୁନୀଲ କୁମାର ଗୌଡ଼, ଶାରୀରିକ ପ୍ରମୁଖ ନୀଳାଞ୍ଚଳ ପାଢ଼ୀ ପ୍ରମୁଖ ଯୋଗ ଦେଇ ମାର୍ଗଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କାର୍ଯ୍ୟକର୍ତା ରବୀନ୍ଦ୍ର ନାଥ ସାହୁ, ଜିତେନ୍ଦ୍ର ସାହୁ, ସନ୍ତୋଷ ସାହୁ, ଗୌରାଙ୍ଗ ଚରଣ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ସିମାଞ୍ଚଳ, ରାମରାଓ ସୁବୁଦ୍ଧି, ଆନନ୍ଦ ରାଓ ସୁବୁଦ୍ଧି, ଅକ୍ଷୟ ସାହୁଙ୍କ ସମେତ ସମସ୍ତ ସୟଂ ସେବକଙ୍କ ସହଯୋଗରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

Leave a Reply

Your email address will not be published. Required fields are marked *