କୋଲକାତା: ଜୁଲାଇ ୮ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ଦିନକୁ ଦିନ ପୂରା ରାଜ୍ୟ ଅଶାନ୍ତ ହୋଇ ପଡ଼ୁଥିବାରୁ କୋଲକାତା ହାଇକୋର୍ଟ ବଡ଼ ନିଦେ୍ର୍ଦଶ ଦେଇଛନ୍ତି । ପଶ୍ଚିମବଙ୍ଗର ସବୁ ଜିଲ୍ଲାରେ କେନ୍ଦ୍ରୀୟ ସୁରକ୍ଷା ବଳ ବା ସେଣ୍ଟ୍ରାଲ ଫୋର୍ସକୁ ମୁତୟନ କରିବାକୁ କୋର୍ଟ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କହିଛନ୍ତି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ କୋର୍ଟଙ୍କ ନିଦେ୍ର୍ଦଶକୁ ନିର୍ବାଚନ ଅଧିକାରୀ କାର୍ଯ୍ୟକାରୀ କରିବେ । ଗୁରୁବାର ଦକ୍ଷିଣ ୨୪ ପ୍ରଗଣା ଓ ବୀରଭୂମିରେ ପ୍ରବଳ ହିଂସା ଦେଖିବାକୁ ମିଳିଥିଲା ।