Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ଶିକ୍ଷଣ ମଣ୍ଡଳର ମାସିକ ଅଧିବେଶନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ଶିକ୍ଷଣ ମଣ୍ଡଳର ମାସିକ ଅଧିବେଶନ

ବଲାଙ୍ଗୀର : ଭାରତୀୟ ଶିକ୍ଷଣ ମଣ୍ଡଳର ମାସିକ ଅଧିବେଶନ ସ୍ଥାନୀୟ ମାଲପଡା ସ୍ଥିତ କାର୍ଯ୍ୟାଳୟ ଠାରେ ଓଡିଶା ପଶ୍ଚିମ ପ୍ରାନ୍ତ ଉପାଧ୍ୟକ୍ଷ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ବତନ ରାଜ୍ୟ ସଂପାଦକ ଧର୍ମବ୍ରତ ରଥ ଶିକ୍ଷଣ ମଣ୍ଡଳର କାର୍ଯ୍ୟ ପଦ୍ଧତି ସଂପର୍କରେ ସୂଚନା ଦେଇଥିଲେ । ଓଡିଶା ପଶ୍ଚିମ ପ୍ରାନ୍ତ କୋଷପ୍ରମୁଖ ସତ୍ୟନାରାୟଣ ପ୍ରଧାନ ଶିକ୍ଷଣ ମଣ୍ଡଳର ସାଂଗଠନିକ ରୂପରେଖ ସଂପର୍କରେ ସୂଚନା ଦେଇଥିଲେ । ପରେ ସଭ୍ୟ ଡ. ଜ୍ୟୋତି ପ୍ରକାଶ ରଥ, ଗୋବିନ୍ଦ ମିଶ୍ର, ଡ. ରାଧାକାନ୍ତ ମିଶ୍ର, ପ୍ରଶନ୍ନ କୁମାର ମିଶ୍ର ପ୍ରମୁଖ ଶିକ୍ଷା ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ମୁଖ୍ୟତଃ ପରିବେଶ ସୁରକ୍ଷା, ନୂତନ ଶିକ୍ଷାନୀତି, ଛାତ୍ର ଶିକ୍ଷକଙ୍କ ସଂପର୍କ ରେ ଆଲୋଚନା ହୋଇଥିଲା । ସମାଜକୁ ସଂସ୍କାର ବାର୍ତ୍ତା ଦେବା ପୂର୍ବରୁ ନିଜକୁ ସଂସ୍କାରି ହୋଇ ଗୁରୁଜନମାନଙ୍କୁ ସମ୍ମାନ ଓ ସାନମାନଙ୍କୁ ସ୍ନେହ ଦେବା ସହିତ ଭାରତୀୟ ଅମର ଯୋଦ୍ଧାମାନଙ୍କ ଜିବନୀ ପାଠ ନିମନ୍ତେ ଆବଶ୍ୟକ ବୋଲି ସଭାପତି ପ୍ରଫେସର ମିଶ୍ର ମତବ୍ୟକ୍ତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କସ୍ତୁରୀ ରଥ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁଧିଷ୍ଟିର ମିଶ୍ର, ଗୋପାଳ ପ୍ରଧାନ, ଛବିଲାଲ ବେହେରା, ଭକ୍ତମଣି ମିଶ୍ର, କୃଷ୍ଣଚନ୍ଦ୍ର ମହାକୁର, ଅଶୋକ ଚନ୍ଦ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଦିବାକର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply