Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୭ ଗୋରୁ ସହ ବୋଲେରୋ ଜବତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୭ ଗୋରୁ ସହ ବୋଲେରୋ ଜବତ

ପାରଳାଖେମୁଣ୍ଡି: କାଶୀନଗର ଓ ଆଖ ପାଖ ଅଞ୍ଚଳରୁ ଅବାଧ ଗୋଚାଲାଣ ହେଉଥିବା ବେଳେ ପୋଲିସ ଏହାକୁ ଧରିବାରେ ସକ୍ଷମ ହୋଇଛି । ଗତ 12 ତାରିଖ ରାତିରେ ଏକ ପିକଅପ ଭ୍ୟାନରେ ଗୋ-·ଲାଣ ହେଉଥିଲା । ଯାହାର ନଂ ଏପି୩୯ୟୁଏମ୍୪୧୯୧ ଅଟେ । ଏହି ଗୋରୁ ଗୁଡିକ ସୁଦୂର ବ୍ରହ୍ମଣି ହାଟରୁ ଆସିଥାଏ । ପ୍ରତ୍ୟେକ ଶନିବାର ଦିନ ଗୋରୁ ଗୁଡିକୁ ୪୦ରୁ ୪୫ କି.ମି. ରାସ୍ତା ଚଲାଇ ରକ୍ତାକ୍ତ ଅବସ୍ଥାରେ ସେମାନଙ୍କୁ ଆଣି ହାଡୁଭାଙ୍ଗି ଛକ ଦେଇ ଆନ୍ଧ୍ରକୁ ·ଲାଣ ହୋଇଥାଏ । ଏହି ଦୃଶ୍ୟକୁ ପଶୁପ୍ରେମୀମାନେ ସାହି ପାରୁନାହାନ୍ତି । ପୋଲିସ ୭ଟି ଗୋରୁ ଜବତ କରି ହାଡୁଭାଙ୍ଗି ସରପଞ୍ଚଙ୍କୁ ଜିମା ଦେଇଛନ୍ତି । ଥାନା କେସ ନଂ ୭୦/୨୩ ରେ ମୋକାଧାମା ରୁଜ୍ଜୁ କରି ଡ୍ରାଇଭର ଏସ. ସନ୍ତୋଷ, ନରସାନା ପେଟଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଏହି ଗୋଚାଲାଣ ରାକେଟ ପଛରେ ଆହୁରି ଅଧିକ ଲୋକଙ୍କ ସମ୍ପୃକ୍ତି ରହିଛି ବୋଲି ଜଣାପଡିଛି ।

Leave a Reply