ଅମରନାଥ ଯାତ୍ରା ସୁରକ୍ଷା ପାଇଁ ୮୦,୦୦୦ ଅଧିକ ଫ୍ଲାଟୁନ ଫୋର୍ସ ମୁତୟନ

ଚଳିତ ବର୍ଷ ୧ ଜୁଲାଇରୁ ଅମରନାଥ ଯାତ୍ରା ଆରମ୍ଭ ହେଉଛି । ସମ୍ଭାବ୍ୟ ସନ୍ତ୍ରାସବାଦୀ ଆକ୍ରମଣକୁ ନେଇ ଚିନ୍ତିତ ହୋଇ ହାଇସିକ୍ୟୁରିଟି କରାଯାଇଛି । ଏଥିପାଇଁ ଅମରନାଥ ଯାତ୍ରୀ ମାର୍ଗକୁ ସୁରକ୍ଷିତ ରଖିବା ପାଇଁ ସରକାର ୮୦,୦୦୦ ରୁ ଅଧିକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିଛନ୍ତିୟ ତୀର୍ଥଯାତ୍ରୀଙ୍କ ସଂଖ୍ୟା ୬ ଲକ୍ଷ ଅତିକ୍ରମ କରିବାର ସମ୍ଭାବନା ଅଛିୟ ତୀର୍ଥଯାତ୍ରୀଙ୍କ ମାର୍ଗ ଉପରେ ନଜର ରଖିବା ପାଇଁ ମାନବ ବିହୀନ ବିମାନ ଯାନକୁ ସେବାରେ ରଖାଯାଇଥିବାବେଳେ ତୀର୍ଥଯାତ୍ରୀମାନଙ୍କୁ ଜୠଓଊ ଲୋକେସନ ଚିପ୍ସ ସହିତ ଟ୍ୟାଗ୍ କରାଯାଇଛି । ଏହା ବ୍ୟତୀତ ସେଠାରେ ଯାତ୍ରୀମାନେ ଫାଷ୍ଟଫୁଡ୍ ଖାଇବାକୁ ପାଇବେ ନାହିଁୟ ଯାତ୍ରା ସମୟରେ ହାଲୱା-ପୁରୀ, ଚୋଲେ ଭଟୁରେ, ଜିଲାପି, ଦୋସା ଭଳି ଖାଦ୍ୟ ଉପଲବ୍ଧ ହେବ ନାହିଁ । ଅମର ନା୍ ବାସ୍ତବରେ, ଅମରନାଥ ଜୀ ଶ୍ରାଇନ୍ ବୋର୍ଡ ଦ୍ାରା ଜାରି କରାଯାଇଥିବା ସ୍ୱ୍ାସ୍ଥ୍ୟ ପରାମର୍ଶରେ ଏପରି ଖାଦ୍ୟ ନିଷେଧ କରାଯାଇଛି । ଲଙ୍ଗର ଅନୁଷ୍ଠାନ, ଖାଦ୍ୟ ଷ୍ଟଲ୍ ଏବଂ ଦୋକାନ ପାଇଁ ଏକ ବିସ୍ତୃତ ମେନୁ ପ୍ରସ୍ତୁତ କରାଯାଇଛିୟ କହିବାକୁ ଗଲେ ଗତ ବର୍ଷ ଅମରନାଥ ଯାତ୍ରା ସମୟରେ ପ୍ରାକୃତିକ କାରଣରୁ ଦୁର୍ଘଟଣା ହେତୁ ୪୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିଲାୟ ଚଳିତ ବର୍ଷ ଭକ୍ତଙ୍କ ପାଇଁ ସ୍ୱ୍ାସ୍ଥ୍ୟ ପ୍ରମାଣପତ୍ର ବାଧ୍ୟତାମୂଳକ ଉପରେ ସରକାର ଗୁରୁôରୋପ କରିଛନ୍ତି । ଏହା ବ୍ୟତୀତ ଯାତ୍ରା ସମୟରେ ଅମ୍ଳଜାନ ବୁଥ ସମେତ ବିଭିତ୍ତ ସ୍ଥାନରେ ଡାକ୍ତରଖାନାର ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ନୂତନ ମେନୁ ମାଧ୍ୟମରେ ପ୍ରଶାସନ ଯାତ୍ରୀମାନଙ୍କୁ ଉପଯୁକ୍ତ ଖାଦ୍ୟ ଯୋଗାଇବାକୁ ଚେଷ୍ଟା କରୁଛି । ଏହି କାରଣରୁ ଯାତ୍ରାରେ ମଦ୍ୟପାନ, ତମାଖୁ, ଗୁଟଖା, ପାନ ମସାଲା, ଧୂମପାନ ନିଷେଧ କରାଯାଇଛି । ହର୍ବାଲ ·, କମ୍ କ୍ଷୀର, ଲେମ୍ବୁ, ପନିପରିବା ସୁପ୍ ଯାତ୍ରା ସମୟରେ ନିଆଯାଇ ପାରିବୟ ଫ୍ରାଇଡ୍ ରାଇସ ନିଷେଧ କିନ୍ତୁ ଲୋକମାନେ ସାଧାରଣ ରନ୍ଧା ·ଉଳ ଖାଇପାରିବେ । ଏହା ବ୍ୟତୀତ ଭଜା ହୋଇଥିବା ଚଣା, ପୋହା, ଉପମା, ଇଡଲୀ, ଡାଲି ରୁଟି ପରି ହାଲୁକା ଖାଦ୍ୟ ଖାଇ ପାରିବେ ।

Leave a Reply

Your email address will not be published. Required fields are marked *