Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍ମାର୍ଟଫୋନ ପିଲାଙ୍କ ଉପରେ ଖରାପ ପ୍ରଭାବ ପକୋଉଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍ମାର୍ଟଫୋନ ପିଲାଙ୍କ ଉପରେ ଖରାପ ପ୍ରଭାବ ପକୋଉଛି

ଛୋଟ ପିଲାମାନଙ୍କୁ ସ୍ମାର୍ଟଫୋନ୍ ନଦେବା ଲାଗି ଶାଓମିର ପୂର୍ବତନ ସିଇଓ ମନୁ ଜୈନ ଅଭିଭାବକମାନଙ୍କୁ ଆହ୍ୱାନ ଦେଇଛନ୍ତି । ଲିଙ୍କଡ୍ଇନ୍ରେ ସେ ଲେଖିଛନ୍ତି ଯେ ସ୍ମାର୍ଟଫୋନ୍ ଶିଶୁମାନଙ୍କ ମାନସ୍ତତ୍ୱକୁ ପ୍ରଭାବିତ କରୁଛି । ବଡ଼ ହେବା ପର୍ଯ୍ୟନ୍ତ ସେହି ପ୍ରଭାବ ରହିବ । ତେଣୁ ଏହି ଖରାପ ବିଷୟରେ ଅଭିଭାବକମାନେ ଆଲୋଚନା କରିବା ଦରକାର । ନିଜେ କାମ କରୁଥିବା ବେଳେ ପିଲାମାନଙ୍କୁ ବ୍ୟସ୍ତ ରଖିବା ଲାଗି କିମ୍ବା ଖାଦ୍ୟ ଖୁଆଇବା ବେଳେ କିମ୍ବା ସେମାନେ କାନ୍ଦୁଥିବା ବେଳେ ସ୍ମାର୍ଟଫୋନ୍ ନଦେବାକୁ ସେ ଅଭିଭାବକମାନଙ୍କୁ ଆହ୍ୱାନ ଦେଇଛନ୍ତି । ସ୍ମାର୍ଟଫୋନ୍ ବଦଳରେ ସେମାନେ ଯେଭଳି ବାହାରେ ଅନ୍ୟ କିଛି ଖେଳ ଖେଳିପାରିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ସେ କହିଛନ୍ତି । ଆମେରିକାର ସାପିଏନ୍ ଲ୍ୟାବ୍ କରିଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଯେଉଁ ଛୋଟ ପିଲାମାନେ ଅଧିକ ସ୍ମାର୍ଟଫୋନ୍ କିମ୍ବା ଟାବ୍ଲେଟ୍ ବ୍ୟବହାର କରୁଛନ୍ତି, ବଡ଼ ହେଲେ ସେମାନଙ୍କଠାରେ ମାନସିକ ବିକୃତି ଦେଖାଦେବାର ଆଶଙ୍କା ରହିଛି । ସାପିଏନ୍ ଲ୍ୟାବ୍ ସର୍ବେକ୍ଷଣ ଅନୁସାରେ ୧୦ ବର୍ଷ ବୟସରେ ଯେଉଁ ବାଳିକାମାନେ ସ୍ମାର୍ଟଫୋନ୍ ବ୍ୟବହାର କରିଛନ୍ତି ସେମାନଙ୍କ ମଧ୍ୟରୁ ୬୦-୭୦ ପ୍ରତିଶତ ପିଲାଙ୍କ ଠାରେ ମାନସିକ ସମସ୍ୟା ଦେଖାଦେଇଛି । ଯେଉଁମାନେ ୧୮ ବର୍ଷ ପରେ ଫୋନ୍ ବ୍ୟବହାର କରିଛନ୍ତି ସେମାନେ କ୍ଷେତ୍ରରେ ଏହି ସମସ୍ୟା ୪୬ ପ୍ରତିଶତ କମ୍ ରହୁଛି । ବାଳକମାନଙ୍କ କ୍ଷେତ୍ରରେ ୧୦ ବର୍ଷ ବୟସରୁ ସ୍ମାର୍ଟଫୋନ୍ ବ୍ୟବହାର କରିଥିବା ୪୫-୫୦% ପିଲାଙ୍କଠାରେ ମାନସିକ ସମସ୍ୟା ଦେଇଦେଇଛି ।

Leave a Reply