ନୁଆଦିଲ୍ଲୀ,୧୪/୧୦: ୨୫୦ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ହାଇଜାକ୍ ଆତଙ୍କ । ଜୟପୁରରେ କଲା ଜରୁରୀକାଳୀନ ଅବତରଣ । ଏୟାର ଇଣ୍ଡିଆର ବିମାନ AI-2030 ଏକ ହାଇଜାକ୍ ସତର୍କ ସୂଚନା ପରେ ଜୟପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଏୟାର ଇଣ୍ଡିଆର ଏହି AI-2030 ବିମାନଟି ଜର୍ମାନୀର ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିଲା।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଅହମ୍ମଦାବାଦ ଏଟିସି କିଛି ସେକେଣ୍ଡ ପାଇଁ ଏକ ହାଇଜାକ୍ ସତର୍କ ସୂଚନା ପାଇଥିଲା । ଯାହା ତୁରନ୍ତ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଆର୍ଲଟ୍ କରିଦେଇଥିଲା। ଏହି ବିମାନଟି ଜୟପୁର ବିମାନବନ୍ଦରରେ ଏକ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଥିଲା । ପରେ ସକାଳ ୯:୪୫ ସମୟରେ ଏହାକୁ ଆଇସୋଲେସନ୍ ବେ’ କୁ ନିଆଯାଇଥିଲା। ବିମାନର ପାଇଲଟ୍ କିଛି ସେକେଣ୍ଡ ପାଇଁ ‘Squawk-7500’ କୋଡ୍ ପ୍ରସାରଣ କରିଥିଲେ । ଏହି ସତର୍କ ସୂଚନା ପରେ, ବିମାନଟିକୁ ଜୟପୁର ଆଡ଼କୁ ଡାଇଭର୍ଟ କରାଯାଇଥିଲା ଏବଂ ଏହା ସୁରକ୍ଷିତ ଭାବରେ ଅବତରଣ କରିଥିଲା। … ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି ।