Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପ୍ରସ୍ତୁତି ବୈଠକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା : ଅଯୋଧ୍ୟାରେ ହେବାକୁ ଥିବା ଶ୍ରୀ ରାମ ଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ କେନ୍ଦ୍ରାପଡା ଜିଲ୍ଲାରେ ବିଭିତ୍ତ କାର୍ଯ୍ୟକ୍ରମ କରିବା ପାଇଁ ସାମାଜିକ ସଂଗଠନ ଜୟ ରାଷ୍ଟ୍ର ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋର ଗ୍ରାମର ଶ୍ରୀଜଗତ୍ତାଥ ମନ୍ଦିର ଠାରେ ଅନୁଷ୍ଠିତ ବୈଠକରେ ବିଭିତ୍ତ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ପ୍ରତିଷ୍ଠା ଦିବସ ଜାନୁଆରୀ ମାସ ୨୨ ତାରିଖ ଦିନ ୨ସକାଳୁ ଅନୁଷ୍ଠାନ ପକ୍ଷରୁ ଆୟବା ଗ୍ରାମରେ ନଗର ସଙ୍କୀର୍ତ୍ତନ କରାଯିବ । ପରେପରେ ଗୋପ ସ୍ଥିତ ରାମ ମନ୍ଦିରରେ ସ୍ୱ୍‌ତନ୍ତ୍ର ପୂଜାର୍ଚ୍ଚନା ଓ ବୃକ୍ଷ ରୋପଣ କରାଯିବ । ପୂର୍ବାହ୍ନରେ ଏକ ସୁଦୃଶ୍ୟ ରାମ ରଥ ବିଭିନ୍ନ ପଞ୍ଚାୟତ ପରିକ୍ରମା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସେହିପରି ସନ୍ଧ୍ର‌୍ୟାରେ କୋର ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଚାଳିଶା ପାଠ, ହୋମ, ପୂଜାର୍ଚ୍ଚନା କରାଯିବ । ରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠା ଦିନ ପ୍ରତ୍ୟେକ ବ୍ୟକ୍‌ତି ସକାଳୁ ଶଙ୍ଖ ବାଦନ କରିବା ସହ ଘର ଆଗରେ ଶୁଭ କଳସ ସ୍ଥାପନ ଏବଂ ସନ୍ଧ୍ର‌୍ୟାରେ ଅତି କମରେ ୫ ଟି ଦୀପ ପ୍ରଜ୍ୱଳନ କରିବା ପାଇଁ ଜୟ ରାଷ୍ଟ୍ର ପକ୍ଷରୁ ନିବେଦନ କରାଯାଇଛି । ଏ ନେଇ ଲୋକମାନଙ୍କୁ ବାର୍ତ୍ତା ଦେବା ପାଇଁ ଅନୁଷ୍ଠାନର କର୍ମକର୍ତ୍ତା ଜିଲାର ବିଭିତ୍ତ ଅଞ୍ଚଳ ପରିକ୍ରମା କରି ସଭା କରିବା ସହ ବ୍ୟାନର, ପୋଷ୍ଟର ଲଗାଇବେ । ସମାଜସେବୀ ମଳୟ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଧ୍ୟାପକ ବୃନ୍ଦାବନ ଦାସ, ବିକାଶ ସ୍ୱ୍‌ାଇଁ, ରଶ୍ମି ରଞ୍ଜନ ସ୍‌ାଇଁ, ଜ୍ଞାନ ରଞ୍ଜନ ଦାସ, ପଦ୍ମ ଚରଣ ସୁତାର, ଟୁକୁନା ଜେନା, ବାସୁଦେବ ବେହେରା, ସୁଶାନ୍ତ ବେହେରା, ଚନ୍ଦ୍ରଭାନୁ ସାହୁ ପ୍ରମୁଖ ଯୋଗଦେଇଥିଲେ ।

Leave a Reply