Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହେଲପର୍ ସହିତ ୫ଗୋରୁ ମୃତ, ୨ ବ୍ୟବସାୟୀ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହେଲପର୍ ସହିତ ୫ଗୋରୁ ମୃତ, ୨ ବ୍ୟବସାୟୀ ଗିରଫ

ଝାରସୁଗୁଡା ଛତିଶଗଡ ରାୟଗଡରୁ ସୁନ୍ଦରଗଡ ଜିଲା କୁତ୍ରା ଥାନା କସ୍ତୁରୀବାହାଲକୁ ଯାଉଥିବା ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ୪୯ନଂ ଜାତୀୟ ରାଜପଥ ସିଂହାରପୁର ନିକଟରେ ରବିବାର ଭୋର ସାଢେ ୪ଟା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ପିକ୍ଅପ୍ ଭ୍ୟାନ୍ର ହେଲ୍ପର୍ କସ୍ତୁରୀବାହାଲର ବିନୋଦ କେର୍କେଟାଙ୍କ ମୃତୁ୍ୟ ହୋଇଛି । ଏହା ସହିତ ୫ଗୋରୁଙ୍କ ମୃତୁ୍ୟ ହୋଇଥିବାବେଳେ ୩ଗୋରୁ ଆହତ ହୋଇଛନ୍ତି । ଏନେଇ ଲଖନପୁର ଥାନା ପୁଲିସ୍ ହେଲ୍ପର୍ଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହିପରି ମୃତ ଗୋରୁଙ୍କ ବ୍ୟବଚ୍ଛେଦ ପରେ ମାଟିଖୋଳି ପୋତି ଦିଆଯାଇଛି । ଆହତ ଗୋରୁଙ୍କୁ ଚିକିତ୍ସା ପରେ ଗୋବିନ୍ଦପୁର ଗୋଶାଳାରେ ଥଇଥାନ କରାଯାଇଛି । ଦୁର୍ଘଟଣା ଗ୍ରସ୍ତ ଗୋରୁ ବୋଝେଇ ଓଡି ୧୪ଇ ୦୮୪୫ ପିକ୍ଅପ୍ ଭ୍ୟାନ୍କୁ ପୁଲିସ୍ ଜବତ କରିଛି । ଏହି ଘଟଣାରେ ପୁଲିସ୍ ୨ଜଣ ଗୋରୁ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଗିରଫ ୨ଜଣ ହେଲେ କସ୍ତୁରୀବାହାଲର ସୁରୋଜ ଡୁଙ୍ଗଡୁଙ୍ଗ ଓ ଅନୁଜ କିରୋ ବୋଲି ଜଣାପଡିଛି । ଦୁର୍ଘଟଣା ଘଟାଇ ପିକ୍ଅପ୍ ଡ୍ରାଇଭର ଫେରାର୍ ହୋଇଯାଇଛି । ସୂଚନା ଥାଉକି, ୩ ଗୋଟି ପିକ୍ଅପ୍ ଭ୍ୟାନ୍ ଗୋରୁ ବୋଝେଇ କରି ଆଗପଛ ହୋଇ ଆସୁଥିଲେ । ଏଥିମଧ୍ୟରୁ ଗୋଟିଏ ପିକ୍ଅପ୍ ଭ୍ୟାନ୍ ସିଂହାରପୁର ନିକଟ ଜାତୀୟ ରାଜପଥ ପାଶ୍ୱର୍ରେ ଛିଡା ହୋଇଥିବା ସିଜି ୧୪ଏଲ୍ ୪୪୩୦ଏକ ଟ୍ରଲର ପଛରେ ପିଟି ହୋଇଥିଲା । ଘଟଣା ସ୍ଥଳରେ ଦୁର୍ଘଟଣା ଗ୍ରସ୍ତ ପିକ୍ଅପ୍ ଭ୍ୟାନ୍ର ହେଲ୍ପର୍ ପ୍ରାଣ ହରାଇଥିଲେ । ଏହା ଜାଣିବାପରେ ପଛରେ ଆସୁଥିବା ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ରେ ଥିବା ଡ୍ରାଇଭର ଓ ହେଲପରମାନେ ଦୁର୍ଘଟଣା ଗ୍ରସ୍ତ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍କୁ ଛାଡି ମୃତ ହେଲ୍‌ପରକୁ ଧରି ପଳାଇ ଯାଇଥିଲେ । ଏହି ଖବର ଜଣାପଡିବା ପରେ ବଜରଙ୍ଗ ଦଳର ସକି୍ରୟ ସଦସ୍ୟ ରଣଜିତ ପ୍ରଧାନ ଓ ତାଙ୍କ ସହଯୋଗୀମାନେ ଦୁର୍ଘଟଣା ସ୍ଥଳରେ ପହଁଂଚି ଆହତ ଗୋରୁ ମାନଙ୍କୁ ଉଦ୍ଧାର କରିଥିଲେ । ଏସମ୍ପର୍କରେ ଲଖନପୁର ଥାନା ପୁଲିସ୍କୁ ଖବର ଦେଇଥିଲେ ।

Leave a Reply