Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାଶ୍ମୀରରେ ମହିଳା ଓ ଶିଶୁଙ୍କ ଦ୍ୱାରା ଅସ୍ତ୍ର ବିତରଣ କରୁଛି ଆଇଏସଆଇ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାଶ୍ମୀରରେ ମହିଳା ଓ ଶିଶୁଙ୍କ ଦ୍ୱାରା ଅସ୍ତ୍ର ବିତରଣ କରୁଛି ଆଇଏସଆଇ

ଶ୍ରୀନଗର ଜାମ୍ମୁ-କାଶ୍ମୀରରେ ସକ୍ରିୟ ଥିବା ଆତଙ୍କୀ ସଂଗଠନଗୁଡିକ ନିଜର ଓଭର ଗ୍ରାଉଣ୍ଡ ୱାର୍କର୍ସ (ଓଜିଡବ୍ଲୁ୍ୟ) ଭାବେ ମହିଳା, ଯୁବତୀ ଏବଂ ନାବାଳିକାଙ୍କୁ ବ୍ୟବହାର କରିବା ଆରମ୍ଭ କରିଦେଇଛି । ଆତଙ୍କୀ ସଂଗଠନ ଏବଂ ଆଇଏସଆଇ ଏମାନଙ୍କ ଦ୍ୱାରା ଅସ୍ତ୍ରଶସ୍ତ୍ର, ଡ୍ରଗ୍ସ୍‌ ସପ୍ଳାଇ କରୁଛନ୍ତି । ଏପରିକି ମେସେଜ୍‌ ସର୍କୁଲେଟ କରିବାକୁ ଥିଲେ ମଧ୍ୟ ଆତଙ୍କୀ ଓଜିଡବ୍ଲୁ୍ୟମାନଙ୍କୁ ବ୍ୟବହାର କରୁଛନ୍ତି । ଚିନାର କୋପର୍ସର ଲେଫ୍ଟନାଣ୍ଟ ଜେନେରାଲ ଅମରଦୀପ ସିଂହ ଔଜଲା ଏହି ସୂଚନା ଦେଇଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ଔଜଲା କହିଛନ୍ତି ଯେ, ନିକଟରେ ଗୁଇନ୍ଦା ସଂସ୍ଥା ଏବଂ ସୁରକ୍ଷାକର୍ମୀମାନେ ଆତଙ୍କୀଙ୍କ ସ୍ଲିପର ସେଲ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହାପରେ ପାକିସ୍ତାନରଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ସୀମା ପାର ଆତଙ୍କୀ ସଂଗଠନଗୁଡିକ ଆତଙ୍କୀ କାର୍ଯ୍ୟକଳାପ ନିମନ୍ତେ ମହିଳା ଏବଂ ଶିଶୁଙ୍କୁ ସଫ୍ଟ ଟାର୍ଗେଟବନାଇଛନ୍ତି ।ନିୟନ୍ତ୍ରଣ ରେଖା ସେପଟେ ଥିବା ଲୋକେ ଜାମ୍ମୁ-କାଶ୍ମୀରରେ ବନିଥିବା ଶାନ୍ତି ଓ ସ୍ଥିରତାକୁ ବିଗାଡିବାକୁ ଷଡଯନ୍ତ୍ର ରଚୁଥିବା ସୂତ୍ରରୁ ଜଣାପଡିଛି । ତେଣୁ ଆତଙ୍କୀଙ୍କ ଏହି ଉଦେ୍ଦଶ୍ୟକୁ ବିଫଳ କରିବା ପାଇଁ ସୁରକ୍ଷାକର୍ମୀଙ୍କୁ ଆହୁରି ସତର୍କ ରହିବାର ଆବଶ୍ୟକତା ଅଛି ବୋଲି ଲେଫ୍ଟନାଣ୍ଟଜେନେରାଲ କହିଥିଲେ ।ଔଜଲା ଆହୁରି ବତାଇଛନ୍ତି,ଆତଙ୍କୀ ସଂଗଠନ ଗୁଡିକ ଆତଙ୍କୀଗତିବିଧିସକାଶେଟେଙ୍କିଟଅର୍ଥାତ୍‌ଟେକନିକାଲଇଣ୍ଟେଲିଜେନ୍ସରବ୍ୟବହାର କମ୍‌କରିଦେଇଛନ୍ତି । ଅର୍ଥାତ୍‌ସେମାନେ ଏବେଆଲୋଚନାଅବା ମେସେଜ୍‌ ପଠାଇବା ପାଇଁ ମୋବାଇଲ ଭଳି ସାଧନ ବ୍ୟବହାର କରୁନାହାନ୍ତି । ସେମାନେ ଏବେ ପାରମ୍ପାରିକ ସାଧନର ଉପଯୋଗ ବଢାଉଛନ୍ତି । ତେଣୁ ଏବେ ଆମେ ସରକାର ଏବଂ ପ୍ରଶାସନର ସହଯୋଗକ୍ରମେ ଏହା ଉପରେ କାମ କରୁଛୁ । ଲୋକଙ୍କୁ ଆତଙ୍କୀ ଉଦେ୍ଦଶ୍ୟ ଜଣାଇବା ପାଇଁ ସେନା ପକ୍ଷରୁ ‘ଠିକ୍‌ ରାସ୍ତା’ କାର୍ଯ୍ୟକ୍ରମ ଚଳାଯାଉଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲା ଏବଂ ମହିଳାଙ୍କୁ ଏହାର କ୍ଷତି ବିଷୟରେବତାଯାଉଛି ଏବଂ ଆମକୁ ଏହାର ଫଳ ମଧ୍ୟ ମିଳିବାରେ ଲାଗିଛି । ଏହି କାରଣରୁ କାଶ୍ମୀର ସ୍ଥିତ ସୀମାରେ ଆତଙ୍କୀଙ୍କ ଅନୁପ୍ରବେଶରେ ହ୍ରାସ ଘଟିଛି । ହେଲେ ଆମ ପାଇଁ ଚ୍ୟାଲେଞ୍ଜ ଏହା ଯେ, ପଡୋଶୀ ଦେଶ ଭାରତରେ ଆତଙ୍କୀ କାର୍ଯ୍ୟକଳାପକବଢାଇବାରଉଦେ୍ଦଶ୍ୟକୁ ଛାଡିପାରୁନାହିଁ । ଏହାବାରମ୍ବାର ପୀର ପଞ୍ଜାଲ ଦୁଇ ପଟରେସମସ୍ୟା ସୃଷ୍ଟି କରୁଛି । ଏଥିପାଇଁଆମକୁ ସତର୍କ ରହିବା ନିତାନ୍ତଆବଶ୍ୟକ ବୋଲି ଔଜଲା କହିଥିଲେ ।ନିକଟରେ ସେନା ପକ୍ଷରୁକରାଯାଉଥିବା ଇଣ୍ଟେଲିଜେନ୍ସବେସଡ୍‌ ଅପରେସନ ଯୋଗୁଆତଙ୍କୀକୁ ଖୁବ୍‌ କ୍ଷତି ପହଞ୍ଚôଛି । ତେଣୁଅଧିକାଂଶ ଆତଙ୍କୀ କାଶ୍ମୀରରୁବାହାରକୁ ଚାଲିଯାଇଛନ୍ତି ନଚେତ୍‌ଶାନ୍ତ ପଡିଯାଇଛନ୍ତି । ଆତଙ୍କବାଦରଏପ୍ରକାର ଅଦୃଶ୍ୟ ରୂପ ଚିନ୍ତାରକାରଣ । ତେଣୁ ଆମେ ଏଦିଗରେକାର୍ଯ୍ୟ କରୁଛୁ ବୋଲି ଲେଫ୍ଟନାଣ୍ଟଜେନେରାଲ ଔଜଲା କହିଛନ୍ତି ।

Leave a Reply