Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କୋରାଇ ପ୍ରଖଣ୍ଡ ବଜରଙ୍ଗ ଦଳର ନୂତନ ଶାଖା ଉଦଘାଟନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୋରାଇ ପ୍ରଖଣ୍ଡ ବଜରଙ୍ଗ ଦଳର ନୂତନ ଶାଖା ଉଦଘାଟନ

କୋରେଇ:କୋରାଇ ପ୍ରଖଣ୍ଡ ବଜରଙ୍ଗ ଦଳ ତରଫରୁ ଖମଣ ପଞ୍ଚାୟତର ଶଙ୍ଖଚିଲା ଠାରେ ଏକ ନୂତନ ଶାଖା କୋରାଇ ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ ଭୂପତି ଭୂଷଣ ଦାଶ ଙ୍କ ନେତୃତ୍ୱରେ ଅନୁଷ୍ଠିତ କରାଯାଇଥିଲା । ଏହି ଶାଖା ଉଦଘାଟନୀ ଉତ୍ସବରେ ବଜରଙ୍ଗ ଦଳ ସଂଯୋଜକ ଶ୍ରୀ ଦାଶ ସଭାପତିତ୍ୱ କରିଥିଲେ ଓ କୋରାଇ ପ୍ରଖଣ୍ଡ ବଜରଙ୍ଗ ଦଳ ସହ ସଂଯୋଜକ ରାଇଚରଣ ସାହୁ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ରୂପେ ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ମାର୍ଗଦର୍ଶକ ଅରବିନ୍ଦ ଦାଶ, ବିଶ୍ୱହିନ୍ଦୁ ପରିଷଦ ସହ ସମ୍ପାଦକ ପ୍ରଭାତ ମଲ୍ଲିକ, ଜିଲ୍ଲା ସାମାଜିକ ସମର ସତା ପ୍ରମୁଖ କଳ୍ପତରୁ ପଣ୍ଡା, କୋରାଇ ବିଶ୍ୱହିନ୍ଦୁ ପରିଷଦ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ନାୟକ ପ୍ରମୁଖ ଦ୍ୱୀପ ପ୍ରଜ୍ୱଳନ କରି ଶାଖା ଟିକୁ ଉଦଘାଟନ କରିଥିଲେ । ଜିଲ୍ଲା ବଜରଙ୍ଗ ଦଳ ସୁରକ୍ଷା ପ୍ରମୁଖ ବାଦଲ ନାୟକ, ଜିଲ୍ଲା ସୂଚନା ପ୍ରମୁଖ ଜୟନ୍ତ ଷଡ଼ଙ୍ଗୀ, କୋରାଇ ବିଶ୍ୱହିନ୍ଦୁ ପରିଷଦ ସମ୍ପାଦକ ହୃଷୀକେଶ ମହାନ୍ତି, ଯାଜପୁର ପ୍ରଖଣ୍ଡ ସୁରକ୍ଷା ପ୍ରମୁଖ ଶ୍ରୀକାନ୍ତ ଜେନା, ରସୁଲପୂର୍ ସମର ସତା ପ୍ରମୁଖ ପ୍ରଣୟ ଘଡ଼େଇ, ବିଶ୍ୱହିନ୍ଦୁ ପରିଷଦ କାର୍ଯ୍ୟ କର୍ତ୍ତା ରାଜକିଶୋର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ କି ଭଳି ଧର୍ମ ସଂସ୍କୃତି ମଠ ମନ୍ଦିର ସୁରକ୍ଷା ରହି ପାରିବ ଓ ଗାଁ ଗାଁ ରେ କି ଭଳି ଏ ସଂଗଠନକୁ ପହଞ୍ଚାଇ ଲୋକ ମାନଙ୍କୁ ସଚେତନ କରାଯାଇପାରିବ ନୂତନ ଶାଖା ର କାର୍ଯ୍ୟ କର୍ତ୍ତା ମାନଙ୍କୁ ମାର୍ଗ ଦର୍ଶକ ଦେଇଥିଲେ । ନୂତନ ଶାଖାଟିର ଟୋଲି ଦାୟିତ୍ୱରେ ଥିବା ଭାଇ ମାନେ ହେଲେ ରାଜେନ୍ଦ୍ର ପୋହୀ, ସ୍ମୃତିରଞ୍ଜନ ବିନ୍ଧାଣୀ, ଅବିନାଶ ମଲ୍ଲିକ, ଅମିତ୍ ସାହୁ, ବିଜୟ କୁମାର ମଲ୍ଲିକ ଓ କାହ୍ନୁ ଚରଣ ସାହୁ । ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିବା ସହ କୋରାଇ ବଜରଙ୍ଗ ଦଳ ଗୋ ରକ୍ଷା ପ୍ରମୁଖ ଅକ୍ଷୟ ମଲ୍ଲିକ, କୋରାଇ ର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ କବି, ଲକ୍ଷ୍ମୀଧର ମଲ୍ଲିକ, ଅଜୟ ମଲ୍ଲିକ, ଗଗନ ଜେନା, କୃପାସିନ୍ଧୁ ସାହୁ ସମେତ ବହୁ କାର୍ଯ୍ୟ କର୍ତ୍ତା ଓ ନୂତନ ଶାଖା ର ସମସ୍ତ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ସହ ସଂଯୋଜକ ସନ୍ତୋଷ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply