ଅଫିସ ସିଡ଼ି ପାହାଚରେ ଦେବଦେବୀଙ୍କ ଫଟୋକୁ ବିରୋଧ – ତହସିଲଦାରଙ୍କୁ ବଜରଙ୍ଗ ଦଳର ଦାବିପତ୍ର

ଅଫିସ ସିଡ଼ି ପାହାଚରେ ଦେବଦେବୀଙ୍କ ଫଟୋକୁ ବିରୋଧ

ତହସିଲଦାରଙ୍କୁ ବଜରଙ୍ଗ ଦଳର ଦାବିପତ୍ର

ଚାନ୍ଦବାଲି: ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ପରିସରର ସିଡ଼ି ପାର୍ଶ୍ୱରେ କିଛି ଲୋକ ପାନ ଛେପ ପକାଉଥିବା ଅଭିଯୋଗ ହୋଇଛି। ଏହାକୁ ରୋକିବା ପାଇଁ କାର୍ଯ୍ୟାଳୟ ପକ୍ଷରୁ ହିନ୍ଦୁ ଦେବଦେବୀଙ୍କ ଫଟୋ ଲଗାଯାଇଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି।

ଦେବଦେବୀଙ୍କ ଫଟୋ ଲଗାଯିବା ପରେ ଉକ୍ତ ସ୍ଥାନରେ ପାନ ଛେପ ପକାଇବା କମିଛି ବୋଲି ଦାବି ହେଉଛି । ତେବେ ସରକାରୀ କାର୍ଯ୍ୟାଳୟରେ ଦେବଦେବୀଙ୍କ ଫଟୋକୁ ଏଭଳି ଉଦ୍ଦେଶ୍ୟରେ ବ୍ୟବହାର ନକରିବାକୁ ବଜରଙ୍ଗ ଦଳ ପକ୍ଷରୁ ଦାବି କରାଯାଇଛି।

ଏନେଇ ଗୁରୁବାର ବଜରଙ୍ଗ ଦଳ ପକ୍ଷରୁ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସିଡ଼ି ପାର୍ଶ୍ୱରେ ଲଗାଯାଇଥିବା ଦେବଦେବୀଙ୍କ ଫଟୋଗୁଡ଼ିକୁ ଯଥାଶୀଘ୍ର ହଟାଇବାକୁ ଦାବି କରାଯାଇଛି। ଫଟୋଗୁଡ଼ିକୁ ହଟାଯାଇନଥିଲେ ଆଗାମୀ ଦିନରେ ବଜରଙ୍ଗ ଦଳ ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *