Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କର୍ମ ପାଖରେ ହାର୍ ମାନିଛି ଦୁଃଖ ବୟସର ଅପରାହ୍ଣରେ ବି ସ୍ୱାବଲମ୍ବୀ ଦିବ୍ୟାଙ୍ଗ ମୂଳାବତୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କର୍ମ ପାଖରେ ହାର୍ ମାନିଛି ଦୁଃଖ ବୟସର ଅପରାହ୍ଣରେ ବି ସ୍ୱାବଲମ୍ବୀ ଦିବ୍ୟାଙ୍ଗ ମୂଳାବତୀ

କଲ୍ୟାଣସିଂହପୁର : ବୟସର ଅପରାହ୍ଣରେ ଆତ୍ମନିର୍ଭରଶୀଳ ହେବା ଏତେ ସହଜ କଥା ନୁହେଁ । ଜୀବନର ଅଧାରୁ ଅଧିକ ବୟସ କେବଳ ଦୁଃଖ ସହିତ ଯୁଝି ଯୁଝି ବିତିଛି । ତଥାପି ସେ ହାର ମାନିନାହାନ୍ତି । ସେମିତି ଜଣେ ଦିବ୍ୟାଙ୍ଗ ୭୫ବର୍ଷ ବୟସରେ ନିଜେ ଅଣ୍ଟା ଭିଡି କାହା ଉପରେ ନିର୍ଭର ନ କରି ପାଖ ଜଙ୍ଗଲକୁ ଯାଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ନାଁ ତାଙ୍କର ମୂଳାବତୀ । ସୂଚନା ଅନୁସାରେ, ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ବାମନଗୁଡା ଗାଁରେ ରହନ୍ତି ମୂଳାବତୀ । ଗତ ୩୦ ବର୍ଷ ତଳେ ସ୍ୱାମୀ ଆର ପାରିକୁ ଚାଲିଗଲେ । ଦୁଃଖ ପରେ ଆହୁରି ଦୁଃଖ ମାଡ଼ିଆସିଲା । ଦୃଷ୍ଟିହୀନ ସହିତ କିଛି ଶୁଣି ବି ପାରନ୍ତି ନାହିଁ । ତଥାପି ନିଜ ଉପରୁ ବିଶ୍ୱାସ ହରାଇ ନ ଥିଲେ । ସାହସ କରି ଜଙ୍ଗଲକୁ ଯାଇ ପଥର ଫଟେଇ ତାକୁ ଗୁଣ୍ଡ କରି ମୁରୁଜ ବନେଇଲେ । ପରେ ସେଇ ମୁରୁଜ ଗୁଣ୍ଡକୁ ଗାଁ ଗାଁ ବୁଲି ବିକ୍ରି କରି ଦି ପଇସା ରୋଜଗାର କରି ଏବେ ସାଜିଛନ୍ତି ସମାଜ ପାଇଁ ଉଦାହରଣ । ଘର କହିଲେ ଗାଁ ମୁଣ୍ଡରେ ଝୁମ୍ପୁଡି ଛୋଟିଆ ଘରଟିଏ । ଆଜି ପର୍ଯ୍ୟନ୍ତ ମିଳିପାରିନି ସରକାରଙ୍କ ବିଜୁ ପକା ଘର ଖଣ୍ଡେ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ନ ଥିବା ମୂଳାବତୀ କହିଛନ୍ତି । ସରକାରଙ୍କ ଯୋଜନା କହିଲେ ଭତ୍ତା ବାବଦରେ ୫ଶହ ଟଙ୍କା ପାଞ୍ଚ କିଲୋ ଚାଉଳ ମିଳୁଛି । ସେଥିରେ ଚଳିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି । ସେହିପାଇଁ ସରକାରଙ୍କ ଯୋଜନାକୁ ଆଶା ନ ରଖି ବୟସର ଅପରାହ୍ନରେ ମଧ୍ୟ ଦିବ୍ୟାଙ୍ଗ ମୂଳାବତୀ ନିଜକର୍ମ ଆଗରେ କେବେ ଅବହେଳା କରିନାହାନ୍ତି । ତାଙ୍କ ଠାରୁ ଅନେକ ଶିଖିବାର ଅଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

Leave a Reply