Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜମ୍ମୁ ଓ କଶ୍ମୀରର କଠୁଆରୁ ମିଳିଲା ବିମାନ ଆକୃତିର ପାକିସ୍ତାନୀ ବେଲୁନ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜମ୍ମୁ ଓ କଶ୍ମୀରର କଠୁଆରୁ ମିଳିଲା ବିମାନ ଆକୃତିର ପାକିସ୍ତାନୀ ବେଲୁନ୍

ନୂଆଦିଲ୍ଲୀ: ଆଜି ଜମ୍ମୁ ଓ କଶ୍ମୀରର କଠୁଆ ଜିଲ୍ଲାରୁ ‘ପିଆଇଏ’ (ପାକିସ୍ତାନ ଇଣ୍ଟରନ୍ୟାସ୍ନାଲ୍

ଏୟାରଲାଇନ୍ସ୍) ‘ଲୋଗୋ’ (ଚିହ୍ନ) ଥିବା ଗୋଟାଏ ବିମାନ ଆକୃତିର ବେଲୁନ୍? ଉଦ୍ଧାର

କରାଯାଇଛି । କଳା ଓ ଧଳା ରଙ୍ଗର ଏହି ରହସ୍ୟମୟ ବେଲୁନ୍ କଠୁଆ ଜିଲ୍ଲାର ହୀରାନଗର

ଅଞ୍ଚଳର ଗୋଟାଏ ପଡ଼ିଆରେ ପଡ଼ିଥିବା ଅବସ୍ଥାରେ ମିଳିଥିଲା । ନିରାପତ୍ତା ବଳ ଉକ୍ତ

ବେଲୁନ୍କୁ ଜବତ କରିବା ସହିତ ଏହା କେଉଁଠୁ ଆସିଲା ତାହା ଜାଣିବା ଲାଗି ସେ ଅଞ୍ଚଳରେ

ତଲାସ ଅଭିଯାନ ଆରମ୍ଭ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ?ଫେବ୍ରୁଆରି ମାସରେ

ମଧ୍ୟ ଶିମ୍ଲାର ଗୋଟାଏ ସେଓ ବଗିଚାରୁ ଗୋଟାଏ ବିମାନ ଆକୃତିର ସବୁଜ ଓ ଧଳାରଙ୍ଗର

ବେଲୁନ୍ ଉଦ୍ଧାର କରାଯାଇଥିଲା । ସେଥିରେ ମଧ୍ୟ ‘ପିଆଇଏ’ର ‘ଲୋଗୋ’ ଛାପା ଯାଇଥିଲା ।

ସେହିପରି, ଚଳିତ ବର୍ଷ ମେ ୨୦ ତାରିଖରେ ଅମୃତସରରେ ଗୋଟାଏ ପାକିସ୍ତାନୀ ଡ୍ରୋନ୍?କୁ

ଗୁଳି ମାରି ଖସାଇ ଦେବା ସହିତ ସେଥିରୁ ନିଶାଦ୍ରବ୍ୟ ଅଛି ବୋଲି ସନେ୍ଦହ କରାଯାଉଥିବା

ବ୍ୟାଗ୍?ଟିଏ ଜବତ କରାଯାଇଥିଲା । ତା’ପୂର୍ବ ଦିନ ପଞ୍ଜାବ ଅନ୍ତର୍ଗତ ଆନ୍ତର୍ଜାତିକ ସୀମା

ଅଞ୍ଚଳରେ ‘ବିଏସ୍ଏଫ୍’ ଯବାନମାନେ ୪ଟି ପାକିସ୍ତାନୀ ଡ୍ରୋନ୍କୁ ବାଧା ଦେବା ସହିତ

ସେଥିରୁ ୩ଟି ଡ୍ରୋନ୍କୁ ଗୁଳି ମାରି ଖସାଇ ଦେଇଥିଲେ ।

Leave a Reply