Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସାଇବର ମାଫିଆଙ୍କୁ ସିମ୍ ବିକ୍ରିକରି ୮ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସାଇବର ମାଫିଆଙ୍କୁ ସିମ୍ ବିକ୍ରିକରି ୮ ଗିରଫ

ଓଡ଼ିଶା ସିମ୍ ଆସାମ୍, ହରିଆଣା, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ ସାଇବର ଠକଙ୍କୁ ବିକୁଥିଲେ । ସାଇବର ଠକମାନେ ଏହି ସିମ୍ ବ୍ୟବହାର କରି ଲୋକଙ୍କୁ ଠକୁଥିଲେ । ସାଇବର ଠକଙ୍କୁ ସିମ୍ ଯୋଗାଇ ଦେଇ ମାଲେମାଲେ ହେଉଥିବା ୮ ଜଣ ଯୁବକଙ୍କୁ ଗିରଫ କରିଛି କଟକ ସାଇବର ଥାନା ପୁଲିସ । ଏହି ୮ ଯୁବକ ଗ୍ରାହକଙ୍କ ଠକି ସେମାନଙ୍କ ନାମରେ ସିମ୍ କାର୍ଡ ବାହାର କରୁଥିଲେ । ଯାହାକୁ ସେମାନେ ବାହାର ରାଜ୍ୟର ସାଇବର ଠକଙ୍କୁ ବିକୁଥିଲେ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି କଟକ ଡିସିପି ପିନାକ ମିଶ୍ର ।ଚଢ଼ଉ ବେଳେ ଏହି ଠକମାନଙ୍କ ଠାରୁ ପ୍ରାୟ ୮ ଶହ ପ୍ରି ଆକ୍ଟିଭେଟେଡ୍ ସିମ ସହ ୧୬ ମୋବାଇଲ ଜବତ ହୋଇଛି । ଅଭିଯୁକ୍ତଙ୍କ ମଧ୍ୟରୁ ୭ ଜଣ ପୁରୀ ଜିଲ୍ଲାର ଓ ଜଣେ ନୟାଗଡ଼ ବାସିନ୍ଦା । ଗିରଫଙ୍କ ମଧ୍ୟରେ ସିମ୍ ବିକ୍ରି ଲାଇସେନ୍ସ ପାଇଥିବା ବିଭିନ୍ନ କମ୍ପାନୀର ୭ କର୍ମଚାରୀ ଅଛନ୍ତି । ସେମାନେ ପ୍ରାୟ୫ ହଜାରରୁ ଅଧିକ ସିମ୍ ସାଇବର ମାଫିଆଙ୍କୁ ବିକ୍ରି କରିଥିବା ଜଣାପଡ଼ିଛି । ଡିସିପି ପିନାକ ମିଶ୍ର କହିଛନ୍ତି, ୧୩ ଜୁଲାଇ ୨୦୨୨ରେ କଟକର ସାଇବର ଓ ଇକୋନୋମିକ୍ସ ଅପରାଧ ଥାନାରେ ଏକ ମାମଲା ହୋଇଥିଲା । ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ, ସେ ତାଙ୍କ ଘର ଭଡ଼ା ଦେବା ପାଇଁ ବିଜ୍ଞାପନ ସହ ଫୋନ୍ ନମ୍ବର ଛାପିଥିଲେ । କିଛିଦିନ ଉପରାନ୍ତେ ଜଣେ ଠକ ଫୋନ୍ କରି ଏହି ରୁମ୍କୁ ଭଡ଼ାରେ ନେବାକୁ ଚାହୁଁଥିବା ଇଛା ପ୍ରକାଶ କରିଥିଲେ । ସେ ନିଜକୁ ସିଆଇଏସ୍ଏଫ୍ର କନେଷ୍ଟବଳ ବୋଲି ପରିଚୟ ଦେଇଥିଲା । କୌଶଳ କରି ଠକ ଜଣକ ଘର ମାଲିକକୁ ଘର ଭଡ଼ାନେବାକୁ ଚାହୁଁଥିବା ବୁଝାଇବା ଅନ୍ଲାଇନ୍ ପେମେଣ୍ଟ ପୂର୍ବରୁ କିଛି ଟଙ୍କା ଦେବାକୁ କହିଥିଲା । ଘର ମାଲିକ ଠକାମୀରପଡ଼ୁଥିବା ଜାଣି ନ ପାରି କିଛି ଟଙ୍କା ଅନ୍ଲାଇନ୍ କରିଥିଲେ । ଏହି ଟଙ୍କା ଦେବାର ମାତ୍ର କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ୫୭ହଜାର ଟଙ୍କା ଠକ ଜଣକ ଉଡ଼ାଇ ନେଇଥିଲା । ଘର ମାଲିକଙ୍କ ଅଭିଯୋଗ ପରେ ଏହାର ତଦନ୍ତ କରିବା ପରେ ରାଜସ୍ଥାନ ଓ ପଶ୍ଚିମ ଉତ୍ତରପ୍ରଦେଶର ଏକ ସାଇବର ମାଫିଆ ଗୋଷ୍ଠୀ ଏହି କାଣ୍ଡ କରିଥିବା ଜଣାପଡ଼ିଥିଲା । ପୁଲିସ ଟିମ୍ସେଠାକୁ ଏହି ଗୋଷ୍ଠୀକୁ ବାନ୍ଧିବାକୁ ଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଖସି ଯାଇଥିଲା । ଯେଉିଁମ୍ରେ ଏହି ଠକାମୀ ହୋଇଥିଲା ତାହା ଓଡ଼ିଶାରୁ ଆକ୍ଟିଭ୍ ହୋଇଥିବା ଜଣାପଡ଼ିଥିଲା ।ଏକ ଠକ ଗୋଷ୍ଠୀ ଗ୍ରାହକଙ୍କ ଅଜଣାତରେ ବହୁ ପରିମାଣର ପ୍ରିଆକ୍ଟିଭେଟଡ୍ ସିମ୍କୁ ଆକ୍ଟିଭ୍ କରି ଏହାକୁ ବାହାର ସାଇବର ଠକଙ୍କୁ ବହୁ ଦାମ୍ ରେ ବିକ୍ରି କରୁଥିବା ଜଣାପଡ଼ିଥିଲା । ଏହି ସିମ୍ କୁ ବ୍ୟବହାର କରି ସାଇବର ଠକ୍ମାନେ ଲୋକଙ୍କୁ ଠକାମୀ ଜାଲରେ ପକାଉଥିଲେ । ଏହି ଠକ ଗୋଷ୍ଠୀଙ୍କୁ ଧରିବା ପରେ ସେମାନଙ୍କ ଠାରୁ ୧୬ଟି ମୋବାଇଲ୍ ଜବତ କରାଯାଇଛି । ଏହି ମୋବାଇଲ୍ ଜରିଆରେ ଗ୍ରାହକଙ୍କ ଅଜ୍ଞାତରେ ସେମାନଙ୍କ ନାମରେ ପ୍ରିଆକ୍ଟିଭେଟଡ୍ ସିମ୍ ନେଇ ଆକ୍ଟିଭ୍ କରୁଥିଲେ ଅଭିଯୁକ୍ତମାନେ । ଜଣେ ଗ୍ରାହକକୁ କମ୍ପାନୀ ପକ୍ଷରୁ ୨ଟି ସିମ୍ ଦେବାର ସୁବିଧା ଥିବା ବେଳେ ଏହି ଠକମାନେ ଗ୍ରାହକଙ୍କୁ ଗୋଟିଏ ସିମ୍ କାର୍ଡ ଦେବା ପରେ ତାହାର ଅଜାଣରେ ଏମାନେ ତାହାର ବାଓମେଟ୍ରିକ୍ ଫିଙ୍କରପ୍ରିଣ୍ଟ ଓ ଫଟୋକୁ ଅପବ୍ୟବହାର କରି ଅନ୍ୟ ଗୋଟିଏ ସିମ୍କାର୍ଡକୁ ହାତଉ ଥିଲେ । ଦ୍ୱିୟତଃ ଏମାନେ ଗାଁ’ ଗହଳିରେ ରହୁଥିବା ତଥା ସିମ୍ ବ୍ୟବହାର ବିଷୟରେ ବିଶେଷ ଜ୍ଞାନ ନଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ । ଗିଫ୍ଟ ଓ ପୁରସ୍କାର ରାଶି ଦେଇ ନିରୀହ ଲୋକଙ୍କ ଠାରୁ କୌଶଳ କ୍ରମେ ବାୟୋମେଟ୍ରିକ୍ ଫିଙ୍ଗରପ୍ରିଣ୍ଟ ଓ ଫଟୋ ଉଠାଇ ନେଉଥିଲେ । ଯାହା ପରେ ସେମାନଙ୍କ ନାମରେ ସିମ୍ ବାହାର କରି ବାହାର ରାଜ୍ୟର ସାଇବର ଠକଙ୍କୁ ଦେଉଥିଲେ । ଏଥିରୁ ସେମାନେ ପ୍ରଚୁର ଟଙ୍କା ରୋଜଗାର କରୁଥିଲେ । ଅନ୍ଲାଇନ୍ ଗେମ୍ ଓ ସଟା ଖେଳ ଜରିଆରେ ସାଇବର ଠକମାନଙ୍କ ସଂସ୍ପର୍ଶରେ ଆସିବା ପରେ ଗିରଫ ଅଭିଯୁକ୍ତମାନେ ଠକାମୀ ଚଳାଇଥିଲେ ବୋଲି ଡିସିପି କହିଛନ୍ତି ।

Leave a Reply