Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାଙ୍ଗାଲୋର ବୋମା ବିସ୍ଫୋରଣର ଚେର ଓଡିଶାରେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାଙ୍ଗାଲୋର ବୋମା ବିସ୍ଫୋରଣର ଚେର ଓଡିଶାରେ

ଟ୍ରେନ ପୋଡି ଘଟଣା ହେଉ ଅବା ବରଗଡ଼ରେ ଗୁଡୁମୁସଲିମ୍‌ ରହିବା ହେଉ ଏହି ଘଟଣା ଚେତାଇଦେଇଥିଲା ଯେ, ଆତଙ୍କୀମାନଙ୍କ ପାଇଁ ଓଡ଼ିଶା ଏକସୁରକ୍ଷିତ ସ୍ଥାନ ପାଲଟିଛି । ରଥଯାତ୍ରା ସମୟରେ, ପୁରୀଶ୍ରୀମନ୍ଦିର ଉପରେ ମଧ୍ୟ ଆତଙ୍କୀ ଆକ୍ରମଣର ସମ୍ଭାବନାକଥା ଅନେକ ଥର ଉଠିଛି । ହେଲେ ସରକାର ଓପ୍ରଶାସନ ଏହାକୁ ଏଡ଼ାଇ ଦେଇ ଆସୁଥିବା ମନେହୁଏ । ପୂର୍ବରୁ ନକଲି ସିମ୍‌ କାର୍ଡ ମାମଲାରେଆତଙ୍କୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେ ୩ଜଣଓଡ଼ିଆ ଗିରଫହୋଇସାରିଲେଣି । ଆଉ ଏବେ ଯେଉଁଖବର ଆହୁରି ଚିନ୍ତା ସୃଷ୍ଟି କରେ ତାହା ହେଉଛି ଓଡ଼ିଆଯୁବକ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁଥରେ ନୁହେଁ ଦୁଇ ତିନି ଥର ଭେଟିଛନ୍ତି । ଆଉମାଙ୍ଗାଲୋର ବୋମା ବିସ୍ଫୋରଣରେ ମଧ୍ୟ ଲିଙ୍କ ରହିଛିଓଡ଼ିଆ ଯୁବକଙ୍କର ।ଶନିବାର କଟକ ସାଇବର ପୁଲିସ୍‌ ସାଇବରମାଫିଆଙ୍କୁ ପି୍ର ଆକ୍ଟିଭ୍‌ ସିମ୍‌ ଯୋଗାଉଥିବା ମାମଲାରେ୮ଜଣଙ୍କୁ ଗିରଫ କରିଥିଲା । ଏବେ ଏହି ପି୍ର ଆକ୍ଟିଭ୍‌ସିମ୍‌ ମାମଲାରେ ସ୍ପେଶାଲ ଟାସ୍କଫୋର୍ସ ଆଉ ଜଣେଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକହେଉଛନ୍ତି ଯାଜପୁର ଜିଲା ବରୀ ବ୍ଲକ ରାମଚନ୍ଦ୍ରପୁରଭୁରୁଙ୍ଗା ଗ୍ରାମର ୩୧ବର୍ଷିୟ ପ୍ରତାପ କର । ଗତବର୍ଷମାଙ୍ଗାଲୋରରେ ହୋଇଥିବା ବୋମା ବିସ୍ଫୋରଣରେଯେଉଁ ପି୍ର ଆକ୍ଟିଭେଟେଡ୍‌ ସିମ୍‌ ବ୍ୟବହୃତ ହୋଇଥିଲାତାହା ଯାଇଥିଲା ଓଡ଼ିଶାରୁ । ଏହି ଘଟଣାରେ ପୂର୍ବରୁଆଉ ୪ଜଣ ଗିରଫ ହୋଇଥିଲେ । ଏସଟିଏଫ୍‌ ପକ୍ଷରୁଯେଉଁ ବଡ଼ ସୂଚନା ଦିଆଯାଇଛି ତାହା ହେଉଛିମୋବାଇଲ୍‌ ଓ ସିମ୍‌ କାର୍ଡ ଦୋକାନ କରିଥିବା ପ୍ରୀତମଭାରତରେ ସକି୍ରୟ ଆଇଏସଆଇ ଏଜେଣ୍ଟମାନଙ୍କୁବିପୁଳ ଟଙ୍କା ବଦଳରେ ଏହି ପି୍ର ଆକ୍ଟିଭେଟେଡ୍‌ ସିମ୍‌କାର୍ଡ ଯୋଗାଉଥିଲେମାଙ୍ଗାଲୋର ବୋମା ବିସ୍ଫୋରଣ ସମୟରେ ଏହି ସିମ୍‌ କଥା ଜଣାପଡିଥିଲା ।ଆଉ ଆଇଏସଆଇ ଏଜେଣ୍ଟଙ୍କୁ ଏହା ମିଳିଥିଲା ଓଡ଼ିଶାରୁ । ବଡ଼ କଥା ହେଉଛିପ୍ରୀତମ ଦୁଇ ଦୁଇ ଥର ଆଇଏସଆଇ ଏଜେଣ୍ଟକୁ ଭେଟିଥିଲା । ବର୍ତ୍ତମାନ ଏସଟିଏଫ୍‌ଏହି ମାମଲାରେ ୫ଜଣଙ୍କୁ ଗିରଫ କରିସାରିଥିଲାବେଳେ ତଦନ୍ତ ଜାରି ରଖିଛି ।ପ୍ରୀତମ ଆଇଏସଆଇକୁ ଯୋଗାଯୋଗ କରୁଥିବା ଏକ ହ୍ୱାଟ୍ସଆପ୍‌ ଗ୍ରୁପର ଆଡମିନ୍‌ଥିଲାବେଳେ ଏଥିରେ ୧୧୩ଜଣ ସଦସ୍ୟ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶସଦସ୍ୟ ହେଉଛନ୍ତି ବିଦେଶର । ଏଥିସହ ପ୍ରୀତମ ଅନେକ ଗ୍ରୁପରେ ମଧ୍ୟ ସଦସ୍ୟରହିଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ୧୯ତାରିଖରେ ମାଙ୍ଗାଲୋରବୋମା ବିସ୍ଫୋରଣ ହୋଇଥିଲାବେଳେ ତଦନ୍ତ ପରେ କର୍ଣ୍ଣାଟକ ପୁଲିସ୍‌ ମୁଖିଆସ୍ପଷ୍ଟ କରିଥିଲେ ଯେ, ଏଥିରେ ଆତଙ୍କୀ ଗ୍ରୁପର ହାତ ଅଛି । ବର୍ତ୍ତମାନ ନ୍ୟାସନାଲ୍‌ଇନଭେଷ୍ଟିଗେସନ୍‌ ଏଜେନ୍ସୀ ଏହି ଘଟଣାର ତଦନ୍ତ କରୁଛି ।

Leave a Reply