Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସଂସ୍କୃତି ଓ ଗୋ-ସୁରକ୍ଷା ମଞ୍ଚ ପକ୍ଷରୁ ସାଧାରଣ ବୈଠକ ବେଆଇନ ଗୋ-ଚାଲାଣ ବେଳେ ପୋଲିସର ଭୂମିକା ନେଇ ପ୍ରଶ୍ନବାଚୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସଂସ୍କୃତି ଓ ଗୋ-ସୁରକ୍ଷା ମଞ୍ଚ ପକ୍ଷରୁ ସାଧାରଣ ବୈଠକ ବେଆଇନ ଗୋ-ଚାଲାଣ ବେଳେ ପୋଲିସର ଭୂମିକା ନେଇ ପ୍ରଶ୍ନବାଚୀ

ପିପିଲି : ସଂସ୍କୃତି ଓ ଗୋ-ସୁରକ୍ଷା ମଂଚ ପକ୍ଷରୁ ପିପିଲି କନକଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପିପିଲି, ଡେଲାଙ୍ଗ, କଣାସ, ସତ୍ୟବାଦୀ, ଓ ବାଲିପାଟଣା ଅଂଚଳର ଗୋସୁରକ୍ଷା ପ୍ରେମୀମାନେ ଯୋଗଦେଇ ଗୋ-ସୁରକ୍ଷା ଓ ଗୋ ସଂପଦ ବିକାଶ ପାଇଁ ଆଲୋଚନା କରିଥିଲେ । ସତ୍ୟବାଦୀ ବରାଳ ବାଲୁଙ୍କେଶ୍ୱରଦେବ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ମହେଶ୍ୱର ପ୍ରଧାନ ଙ୍କ ସଭାପତିତ୍ୱରେ ଟ୍ରଷ୍ଟ ଆବାହକ ପ୍ରଭାତ କୁମାର ମହାପାତ୍ର, ଓଡିଶା ସଂସ୍କୃତି ଓ ଗୋ-ସୁରକ୍ଷା ମଂଚର ସଭାପତି ବାବାଜୀ ଚରଣ ଦାସ,ସଂପାଦକ ପ୍ରକାଶ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ବେଆଇନ ଗୋଚାଲଣ ରେ ପୋଲିସର ଭୁମିକାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଦେଇ ରାଜ୍ୟ ବାହାରକୁ ଗୋଚାଲଣକାରୀ ମାନେ ଦୈନିକ ଅମାନୁଷିକ ଭାବେ ହଜାର ହଜାର ଗୋ-ଚାଲଣ କରୁଛନ୍ତି । ଏହାଦ୍ୱାରା ଅଂଚଳର ଗୋ ସଂପଦ ପ୍ରତି ସଂକଟମୟ ପରିସ୍ଥିତି ସୃଷ୍ଟି ହେଉଛି । ଗୋ-ଚାଲଣ ବେଳେ ସ୍ଥାନୀୟ ଓ ଜିଲ୍ଲା ପୋଲିସ ପ୍ରଶାସନ ନିରବଦ୍ରଷ୍ଟା ଭୁମିକା ଓ ଚାଲଣକାରୀ ମାନଙ୍କ ସହ ପ୍ରଶାସନ ର ମଧୁଚନ୍ଦ୍ରିକା ଉପରେ ସଂଦେହ କରାଯାଉଛି । ଗୋ-ଚାଳଣକାରୀ ମାନେ ବିଭିନ୍ନ ମାରଣାସ୍ତ୍ର ଧରି ରାଜରାସ୍ତାରେ ବିଭିନ୍ନ ଅପରାଧ ଘଟାଇ ଖୁଲମ ଖୁଲା ଆତଙ୍କସୃଷ୍ଟି କରି ଗୋ-ଚାଲଣ କରୁଥିବାର ଅଭିଯୋଗ ହୋଇଥିଲେ ମଧ୍ୟ ସତବାଦୀ, ବଳଙ୍ଗା, ଡେଲାଙ୍ଗ, ବ୍ରହ୍ମଗିରି, କଣାସ ଥାନା ଅଧିକାରୀମାନେ କୈାଣସି ପଦକ୍ଷେପ ନେଉନାହାନ୍ତି ବୋଲି ସଭାରେ ଅଭିଯୋଗ ଉଠିଥିଲା । ତେଣୁ ଗୋଚାଳଣକାରୀ ଓ ତାଙ୍କ ସହଯୋଗୀ ମାନଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ନେବାପାଇଁ ଆଗାମୀ ଦିନରେ ପୋଲିସ ମହାନିଦେ୍ର୍ଦଶକ ଙ୍କୁ ଏ ସଂପର୍କରେ ଅବଗତ କରାଯାଇ ମଂଚ ପକ୍ଷରୁ ବିଭିନ୍ନ ଦାବୀ କରାଯିବ ବୋଲି ସଭାରେ ନିଷ୍ପତି ହୋଇଥିଲା । ଏହାସହ ବୈଠକରେ ଗୋ ଆଧାରିତ ଉତ୍ପାଦନ କେନ୍ଦ୍ର ସହ ଗୋ ସୁରକ୍ଷା ଦଳ ଓ ସଚେତନତା ଦଳ ସର୍ବସମ୍ମତି କ୍ରମେ ଗଠନ କରାଯାଇଥିଲା । କାର୍ଯ୍ୟକ୍ରମରେ ମଂଚର ସଦସ୍ୟ ଭିକାରୀ ଚରଣ ଦାସ, ଅନ କୁମାର ପଣ୍ଡା, ଅଭିମନ୍ୟୁ ମହାପାତ୍ର, ସୁଦର୍ଶନ ବେହେରା ଙ୍କ ସହ ପିପିଲି, ଡେଲାଙ୍ଗ, କଣାସ, ସତ୍ୟବାଦୀ, ଓ ବାଲିପାଟଣା ଅଂଚଳର ଗୋପ୍ରେମୀମାନେ ଯୋଗଦେଇଥିଲେ ।

Leave a Reply