ଜାତୀୟ ଶିକ୍ଷା ନୀତି ଆଧାରରେ ବିଜ୍ଞାନ ଓ ମୂଲ୍ୟବୋଧ ଆଧୁନିକ ଓ ଆଦର୍ଶ ଶିକ୍ଷାର ଏକ ଉଦାହରଣ

ଜାତୀୟ ଶିକ୍ଷା ନୀତି ଆଧାରରେ ବିଜ୍ଞାନ ଓ ମୂଲ୍ୟବୋଧ ଆଧୁନିକ ଓ ଆଦର୍ଶ ଶିକ୍ଷାର ଏକ ଉଦାହରଣ

ଭୁବନେଶ୍ୱର | ଦିନାଙ୍କ – ୧୨ ଅଗଷ୍ଟ ୨୦୨୬ (ବୁଧ ବାର) :ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ୟୁନିଟ୍–୩, ଭୁବନେଶ୍ୱରରେ ଏକ ଉତ୍ସାହଭରା ବାତାବରଣ ମଧ୍ୟରେ ୟୁନିଟ -୩ ସଙ୍କୁଳ ସ୍ତରୀୟ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ଏହି ସଙ୍କୁଳ ଅନ୍ତର୍ଗତ ୟୁନିଟ -୩,ଭୀମ ଟାଙ୍ଗୀ,ବଡଗଡ ବ୍ରିଟ କଲୋନୀ,ରସୁଲଗଡ଼,ୟୁନିଟ -୬,ଭିଙ୍ଗର ପୁର ,ବାଲିପାଟଣା ଇତ୍ୟାଦି ୭ ଟି ବିଦ୍ୟାଳୟର ୩୬୫ ଜଣ ଛାତ୍ରଛାତ୍ରୀ କନିଷ୍ଠ ଶିଶୁ ବର୍ଗ, ଶିଶୁ ବର୍ଗ, ବାଲ୍ ବର୍ଗ ଓ କିଶୋର ବର୍ଗ ରେ ବିଭିନ୍ନ ବିଜ୍ଞାନ ଆଧାରିତ ପ୍ରକଳ୍ପ,ଗଣିତ ପ୍ରକଳ୍ପ,ନୂତନ ପ୍ରୟୋଗ ପ୍ରକଳ୍ପ ପ୍ରଦର୍ଶନ,ପତ୍ରବଚନ,ପ୍ରଶ୍ନ ମଞ୍ଚ, ମୂର୍ତ୍ତିକା କଳାରେ ଭାଗ ନେଇ ଅଭିଭାବକମାନଙ୍କର ଆକର୍ଷଣର କେନ୍ଦ୍ର ବନିଥିଲେ।

ଏହି ମେଳାର ଉଦ୍ଘାଟନୀ ଉତ୍ସବରେ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ,ଭୁବନେଶ୍ଵରର ଆସୋସିଏଟ ପ୍ରଫେସର ତଥା ବିଶିଷ୍ଟ ବୈଜ୍ଞାନିକ ଶ୍ରୀଯୁକ୍ତ ଡଃ.ସତ୍ୟ ପ୍ରକାଶ ସାହୁ , ମୁଖ୍ୟ ଅତିଥିତି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ପ୍ରଦାନ କହିଥିଲେ, “ଏହି ଉଦୀୟମାନ କୁନି ବିଜ୍ଞାନୀମାନେ ଆଗାମୀ ଦିନରେ ଭାରତର ବିଜ୍ଞାନ କ୍ଷେତ୍ରରେ ଦୃଢ଼ ନେତୃତ୍ୱ ନେବେ।” ଏଥି ସହିତ ଆଧୁନିକ ବିଜ୍ଞାନର ବରଦାନ AI ଓ ରୋବର୍ଟ ର ଉପଯୋଗୀତା ସମ୍ବଦ୍ଧରେ ବିସ୍ତୃତ ଆଲୋକପାତ କରିଥିଲେ।

ସମାରୋପ ଅଂଶରେ C S I R, ଭୁବନେଶ୍ଵରର ମୁଖ୍ୟ ବୈଜ୍ଞାନିକ ଡଃ. ମମତା ମହାପାତ୍ର ଯୋଗଦେଇ କୃତି ପ୍ରତିଭାଗୀମାନଙ୍କୁ ପୁରସ୍କାର ବିତରଣ କରିଛନ୍ତି।

ପରିଚାଳନା ସମିତିର ସଭାପତି ତଥା ବରିଷ୍ଠ ସ୍ତମ୍ଭକାର ଶ୍ରୀ ସଂଜୀବ କୁମାର ନାୟକ ତାଙ୍କ ଅଭିଭାଷଣରେ କହିଛନ୍ତି, “ସ୍ୱଦେଶୀ ବିଜ୍ଞାନ କୌଶଳର ଚମତ୍କାର ମାନେ ବ୍ରହ୍ମୋସ ମିସାଇଲ ଭଳି ପ୍ରଯୁକ୍ତିରେ ପ୍ରତିଫଳିତ ହୋଇଛି। ବିଜ୍ଞାନ ନିତାନ୍ତ ଆବଶ୍ୟକ – ଏହା ବିନା ଉନ୍ନତି ସମ୍ଭବ ନୁହେଁ।”

ଅନ୍ୟତମ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଇନ୍ଦ୍ରଜିତ ଦାଶ, ସଙ୍କୁଳ ପ୍ରମୁଖ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ସାହୁ ଉପସ୍ଥିତ ହୋଇ ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ସଙ୍କୁଳ ଅନ୍ତର୍ଗତ ୭ ଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସମ୍ମାନନୀୟ ପ୍ରଧାନ ଆଚାର୍ଯ୍ୟ ପ୍ରଧାନ ଆଚାର୍ଯ୍ୟା ମାନେ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିଲେ।ୟୁନିଟ -୩ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଓ ଅନ୍ୟ ବିଦ୍ୟାଳୟରୁ ଆସିଥିବା ଗୁରୁଜୀ ଗୁରୁମାଙ୍କ ପ୍ରଚେଷ୍ଟାରେ କାର୍ଯ୍ୟକ୍ରମଟି ସଫଳ ହୋଇଛି।

ବିଜ୍ଞାନ ପ୍ରମୁଖ ଶଶି ଶେଖର ମିଶ୍ର ଙ୍କ ନେତୃତ୍ୱରେ ଏହି ବିଜ୍ଞାନ ମେଳାର ଯୋଜନା, ଡିଜାଇନ୍ ପ୍ରସ୍ତୁତି କରିବା ସହିତ ସଫଳ କ୍ରୀୟାନ୍ଵୟନ୍ କରିଥିଲେ।
ଗୁରୁମା ଶ୍ରୀମତୀ ସୁଚିଶ୍ମିତ ସାହୁ ମଞ୍ଚ ପରିଚାଳନା କରିଥିଲେ। ଅନ୍ତରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନିରଞ୍ଜନ ତରାସ ସମସ୍ତ ଅତିଥି, ଅଭିଭାବକ ଓ ଛାତ୍ରୀଛାତ୍ର ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସନତ କୁମାର ନାୟକଙ୍କ
ପ୍ରତ୍ୟେକ୍ଷ ମାର୍ଗ ଦର୍ଶନରେ କାର୍ଯ୍ୟ କ୍ରମ ଆୟୋଜନ କରାଯାଇ ଥିଲା। ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକା ଅକ୍ଲାନ୍ତ ପରିଶ୍ରମ କରି ବିଜ୍ଞାନ ମେଳା କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ବିଦ୍ୟାଳୟ ପରିଚାଳନା ସମିତି ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *