ପୁଣେ – ‘ମହାରାଷ୍ଟ୍ର ଧର୍ମ ସ୍ୱାଧୀନତା ଅଧିନିୟମ ୨୦୨୬’ ଅଧୀନରେ ଦୁଇଟି ମାମଲା ରୁଜୁ, ଲଭ୍ ଜିହାଦ୍ ଓ ବେଆଇନ ଧର୍ମାନ୍ତରଣ ଷଡ଼ଯନ୍ତ୍ର ପର୍ଦ୍ଦାଫାଶ

ପୁଣେ – ‘ମହାରାଷ୍ଟ୍ର ଧର୍ମ ସ୍ୱାଧୀନତା ଅଧିନିୟମ ୨୦୨୬’ ଅଧୀନରେ ଦୁଇଟି ମାମଲା ରୁଜୁ, ଲଭ୍ ଜିହାଦ୍ ଓ ବେଆଇନ ଧର୍ମାନ୍ତରଣ ଷଡ଼ଯନ୍ତ୍ର ପର୍ଦ୍ଦାଫାଶ

ପୁଣେ। ଧର୍ମାନ୍ତରଣ ବିରୋଧୀ ନୂଆ ଆଇନ ‘ମହାରାଷ୍ଟ୍ର ଧର୍ମ ସ୍ୱାଧୀନତା ଅଧିନିୟମ ୨୦୨୬’ ଲାଗୁ ହେବା ପରେ ପୁଣେରେ ଦୁଇଟି ମାମଲା ରୁଜୁ ହୋଇଛି। ଏଥିମଧ୍ୟରୁ ଗୋଟିଏ ମାମଲା ଜଣେ ନାବାଳିକା ହିନ୍ଦୁ ଝିଅଙ୍କୁ ଫସାଇ ବେଆଇନ ଧର୍ମାନ୍ତରଣ ପାଇଁ ଚାପ ପକାଇବା (ଲଭ୍ ଜିହାଦ୍) ର ରହିଥିବା ବେଳେ, ଅନ୍ୟ ମାମଲାଟି ଜଣେ ବିଦେଶୀ ଖ୍ରୀଷ୍ଟିଆନ୍ ଧର୍ମ ପ୍ରଚାରକ ଓ ଆୟୋଜକଙ୍କ ଦ୍ୱାରା ହିନ୍ଦୁ ଦେବ-ଦେବୀଙ୍କୁ ଅପମାନିତ କରି ବେଆଇନ ଧର୍ମାନ୍ତରଣ ପାଇଁ ଉସକାଇବା ଘଟଣାର ଅଟେ।

ବିଶେଷ ଶାଖାର ପୁଲିସ ଡେପୁଟି କମିଶନର (DCP) ଡକ୍ଟର ପ୍ରଶାନ୍ତ ଅମୃତକର ଏହି ମାମଲାଗୁଡ଼ିକର ପୁଷ୍ଟି କରିଛନ୍ତି। ଫୁରସୁଙ୍ଗି ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି।

ମାମଲା ୧: ନାବାଳିକା ଝିଅଙ୍କୁ ଫସାଇଲେ, ଶୋଷଣ କଲେ ଏବଂ ଧର୍ମାନ୍ତରଣ ପାଇଁ ଚାପ ପକାଇଲେ

ଫୁରସୁଙ୍ଗି ପୁଲିସ ଷ୍ଟେସନରେ ଦାଖଲ ଅଭିଯୋଗ ଅନୁଯାୟୀ, ମୂଳତଃ ଉତ୍ତର ପ୍ରଦେଶର ଫିରୋଜାବାଦର ରହୁଥିବା ୨୨ ବର୍ଷୀୟ ଅଭିଯୁକ୍ତ ଗତବର୍ଷ ଲୁଧିଆନା (ପଞ୍ଜାବ) ରୁ ଜଣେ ୧୭ ବର୍ଷୀୟା ନାବାଳିକା ହିନ୍ଦୁ ଝିଅଙ୍କୁ ପ୍ରଲୋଭିତ କରି ନେଇଯାଇଥିଲା। ଅଭିଯୁକ୍ତ ଝିଅଟିକୁ ବିବାହ ଓ ପାଠପଢ଼ା ପୂରା କରିବାର ପ୍ରତିଶ୍ରୁତି ଦେଇଥିଲା।

ଅଭିଯୁକ୍ତ ନାବାଳିକାଙ୍କୁ ଆଲିଗଡ଼ ଓ କର୍ଣ୍ଣାଟକର କୋଲାର ନେଇଯାଇଥିଲା ଏବଂ ଗତ ଦୁଇ ମାସ ହେବ ପୁଣେର ଫୁରସୁଙ୍ଗି (ହାଣ୍ଡେୱାଡ଼ି ରୋଡ୍) ରେ ରଖିଥିଲା। ସେ ଝିଅଟିର ଇଚ୍ଛା ବିରୋଧରେ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। ଯେତେବେଳେ ଝିଅଟି ବିବାହ କଥା କହିଲା, ଅଭିଯୁକ୍ତ ତାଙ୍କ ଉପରେ ନିଜ ଧର୍ମ ବଦଳାଇବା ପାଇଁ ଚାପ ପକାଇବା ଆରମ୍ଭ କରିଦେଲା। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ବିରୋଧରେ ‘ମହାରାଷ୍ଟ୍ର ଧର୍ମ ସ୍ୱାଧୀନତା ଅଧିନିୟମ ୨୦୨୬’ ଏବଂ ‘ପୋକ୍ସୋ ଆକ୍ଟ’ (POCSO) ର ଧାରା ଅଧୀନରେ ମାମଲା ରୁଜୁ କରି ତାଙ୍କୁ ଜେଲ୍ ପଠାଇଦେଇଛି। ପୀଡ଼ିତାଙ୍କୁ ଶିଶୁ କଲ୍ୟାଣ ସମିତିର ଦାୟିତ୍ବରେ ସୁରକ୍ଷିତ ସ୍ଥାନକୁ ପଠାଯାଇଛି।

ମାମଲା ୨: ବ୍ରିଟେନର ଖ୍ରୀଷ୍ଟିଆନ୍ ଧର୍ମଗୁରୁ ଓ ସ୍ଥାନୀୟ ଆୟୋଜକ ପଙ୍କଜ ଦେବଣୂରଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦ୍ୱିତୀୟ ମାମଲାଟି ପୁଣେର ଖଡ଼କ ପୁଲିସ ଷ୍ଟେସନର, ଯେଉଁଠାରେ ଗୁରୁବାର ପେଠସ୍ଥିତ ଏକ ପ୍ରାର୍ଥନା ସ୍ଥଳରେ ଖ୍ରୀଷ୍ଟିଆନ୍ ଧର୍ମ ପ୍ରଚାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ବ୍ରିଟେନ (ମାଞ୍ଚେଷ୍ଟର) ରୁ ଆସିଥିବା ଜଣେ ୫୦ ବର୍ଷୀୟ ଖ୍ରୀଷ୍ଟିଆନ୍ ଧର୍ମଗୁରୁ ପଙ୍କଜ ଦେବଣୂର ଓ ଅନ୍ୟ ସହଯୋଗୀମାନେ ଅଗଷ୍ଟ ୭ ରୁ ୯ ମଧ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ହିନ୍ଦୁ ଦେବା-ଦେବୀଙ୍କ ପ୍ରତି ଭ୍ରମ ଓ ଅନ୍ଧବିଶ୍ୱାସ ପ୍ରଚାର କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ପ୍ରଲୋଭନ ଦେଇ ଧର୍ମାନ୍ତରଣ ପାଇଁ ଉସୁକାଇଥିଲେ ।

ଅଭିଯୋଗ ଆଧାରରେ ଖଡ଼କ ପୁଲିସ ଖ୍ରୀଷ୍ଟିଆନ୍ ଧର୍ମଗୁରୁ ପଙ୍କଜ ଦେବଣୂର ଓ ଅନ୍ୟମାନଙ୍କ ବିରୋଧରେ ‘ମହାରାଷ୍ଟ୍ର ଧର୍ମ ସ୍ୱାଧୀନତା ଅଧିନିୟମ ୨୦୨୬’ ଏବଂ ‘ପ୍ରବାସନ ଓ ବିଦେଶୀ ନାଗରିକ ଅଧିନିୟମ ୨୦୨୫’ ର ଧାରା ଅଧୀନରେ ଏଫ୍‌ଆଇଆର୍ (FIR) ରୁଜୁ କରିଛି। ସହକାରୀ ପୁଲିସ ନିରୀକ୍ଷକ (API) ଅନିତା ତୋଣ୍ଡେ ଏହି ମାମଲାର ଅଧିକ ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *