ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକ କର୍ଣ୍ଣାଟକର ବେଲଗାଭିରେ ଆରମ୍ଭ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବାର୍ଷିକ ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକ କର୍ଣ୍ଣାଟକର ବେଲଗାଭିରେ ଆଜି ସକାଳେ ପ୍ରାରମ୍ଭ ହୋଇଯାଇଛି। ଏହି ବୈଠକରେ ପୂଜନୀୟ ସରସଂଘଚାଳକ ଡା. ମୋହନ ଭାଗବତ, ମାନନୀୟ ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ , ସମସ୍ତ ସହ ସରକାର୍ଯ୍ୟବାହ, ଅଖିଳ ଭାରତୀୟ କାର୍ଯ୍ୟ ବିଭାଗ ପ୍ରମୁଖ, ସହ ପ୍ରମୁଖ, କାର୍ଯ୍ୟକାରିଣୀ ସଦସ୍ୟ, କ୍ଷେତ୍ର ପ୍ରଚାରକ, ସହ କ୍ଷେତ୍ର ପ୍ରଚାରକ ଏବଂ ସମସ୍ତ ୪୬ଟି ପ୍ରାନ୍ତର ପ୍ରାନ୍ତ ପ୍ରଚାରକ, ସହପ୍ରାନ୍ତ ପ୍ରଚାରକ ତଥା ସଂଘ ପ୍ରେରିତ ବିଭିନ୍ନ ସଂଗଠନର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି।

ଏହି ବୈଠକରେ ମାର୍ଚ୍ଚ ୨୦୨୬ ପରେ ସଂଘର ବିଭିନ୍ନ ସ୍ତରରେ ସମ୍ପନ୍ନ ହୋଇଥିବା ପ୍ରଶିକ୍ଷଣ ବର୍ଗର ବିବରଣୀ ଏବଂ ଶାଖା ସ୍ତରରେ କାର୍ଯ୍ୟଯୋଜନାର କାର୍ଯ୍ୟାନ୍ୱୟନ ଦୃଷ୍ଟିରୁ ବିସ୍ତୃତ ଆଲୋଚନା କରାଯିବ। ସଂଘ ଶତାବ୍ଦୀ ଉପଲକ୍ଷେ ହୋଇଥିବା ଶାଖା କାର୍ଯ୍ୟ ବିସ୍ତାରର ସମୀକ୍ଷା ଏବଂ ଆଗାମୀ ଅଧିକତମ ଶାଖା ବିସ୍ତାର ଯୋଜନା ଉପରେ ମଧ୍ୟ ଆଲୋଚନା ହେବ। ସେହିପରି ଶତାବ୍ଦୀ ବର୍ଷରେ ସମ୍ପନ୍ନ ହୋଇଥିବା କାର୍ଯ୍ୟକ୍ରମର ସମୀକ୍ଷା ଏବଂ ନିର୍ଦ୍ଧାରିତ ବାକି ଥିବା କାର୍ଯ୍ୟକ୍ରମର ଯୋଜନା, ପୂଜନୀୟ ସରସଂଘଚାଳକ ଜୀଙ୍କର ବର୍ଷ ୨୦୨୬-୨୭ ର ପ୍ରବାସ ଯୋଜନା ଭଳି ବିଷୟ ଉପରେ ମଧ୍ୟ ଚର୍ଚ୍ଚା କରାଯିବ। ସଂଘ ଶତାବ୍ଦୀ ବର୍ଷ (୨୦୨୫-୨୬) ର ଶେଷ କାର୍ଯ୍ୟକ୍ରମ ଆଗାମୀ ବିଜୟାଦଶମୀ ଅର୍ଥାତ୍ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଚାଲିବ।

Leave a Reply

Your email address will not be published. Required fields are marked *