Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଦେଶରେ ଭାରତକୁ ଗାଳି ଦେବା ରାହୁଳଙ୍କ ଅଭ୍ୟାସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଦେଶରେ ଭାରତକୁ ଗାଳି ଦେବା ରାହୁଳଙ୍କ ଅଭ୍ୟାସ

ନୂଆଦିଲ୍ଲୀ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ଦିନ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କୁ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ବିଦେଶକୁ ଗଲାମାତ୍ରକେ ରାହୁଳଗାନ୍ଧୀ ନିଜ ଦେଶ ବାବଦରେ ବିରୋଧୀ କଥା କୁହନ୍ତି । ଦେଶର ଆଭ୍ୟନ୍ତର କଥା ବିଦେଶରେ ଯାଇ ଉଠାଇବା ଦେଶର ସ୍ୱାର୍ଥ ବିରୋଧୀ ବୋଲି ମନେପକାଇ ଦେଇଛନ୍ତି ଜୟଶଙ୍କର । ଯେତେବେଳେ ସାରା ବିଶ୍ୱ ଆମକୁ ଆଶାର ଦୃଷ୍ଟିରେ ଅନାଇଛି ସେତିକି ବେଳେ ରାହୁଳ ଗାନ୍ଧୀ ବିଦେଶକୁ ଯାଇ ଦେଶର ନିନ୍ଦା କରନ୍ତି ଏହା ତାଙ୍କର ପୁରୁଣା ଅଭ୍ୟାସ । ଜାତୀୟ ରାଜନୀତିକୁ ବିଦେଶ ମାଟିରେ ଉଠାଇବା ଜାତୀୟ ସ୍ୱାର୍ଥ ପାଇଁ ହାନିକାରକ ବୋଲି କହିଛନ୍ତି ଜୟଶଙ୍କର । ରାହୁଳଙ୍କ ସଦ୍ୟ ଆମେରିକା ଗସ୍ତ ବେଳେ ସେ ଅନେକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଭାରତୀୟ ଜନତା ପାର୍ଟିକୁ କରୁଛନ୍ତି ସମାଲୋଚନା ା

Leave a Reply