Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଫେରି ସାରିଲାଣି ୫୦ପ୍ରତିଶତ ୨ହଜାର ଟଙ୍କିଆ ନୋଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଫେରି ସାରିଲାଣି ୫୦ପ୍ରତିଶତ ୨ହଜାର ଟଙ୍କିଆ ନୋଟ

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଗୁରୁବାର କୁହାଯାଇଛି ଯେ, ଭାରତୀୟ ବଜାରରେ ଯେତେ ୨ହଜାର ଟଙ୍କିଆ ନୋଟ ପ୍ରଚଳନ ପାଇଁ ଛଡାଯାଇଥିଲା ତା’ ଭିତରୁ ୫୦ ପ୍ରତିଶତ ବଦଳ ହୋଇସାରିଲାଣି । ପ୍ରାୟ ୧.୮ଲକ୍ଷ କୋଟି ଟଙ୍କାର ୨ହଜାର ଟଙ୍କିଆ ନୋଟ ଲୋକେ ବଦଳାଇ ନେଇ ସାରିଲେଣି । ତା’ ଭିତରୁ ୮୫ପ୍ରତିଶତ ବ୍ୟାଙ୍କ ଜମା ଆକାରରୁ ଆସିଛି । ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ୩.୬୨ଲକ୍ଷ କୋଟି ୨ଜହାର ଟଙ୍କିଆ ନୋଟ ବଜାରରେ ବ୍ୟବହାର ପାଇଁ ଥିଲା । ଏବେ ୨ହଜାର ଟଙ୍କିଆ ନୋଟ ରଦ୍ଦ ହୋଇସାରିଥିଲା ବେଳେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହାକୁ ବଦଳ କରାଯାଇପାରିବାର ସୁବିଧା କରାଯାଇଛି । ଯେ କୌଣସି ବ୍ୟାଙ୍କରେ ୨ହଜାର ଟଙ୍କିଆ ନୋଟ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜମା ବା ବଦଳ କରାଯାଇପାରିବ । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଦେଶବାସୀଙ୍କୁ ଅପିଲ କରିଛନ୍ତି ଯେ, ବଦଳ ସୀମାର ଶେଷ ୧୦ ରୁ ୧୫ଦିନ ଅଧିକ ଯାମ ହେବାକୁ ଦିଅନ୍ତୁ ନାହିଁ । ଯେଉଁମାନଙ୍କ ପାଖରେ ୨ହଜାର ଟଙ୍କିଆ ନୋଟ ଅଛି ସେମାନେ ଏହାକୁ ଡିପୋଜିଟ କରିବା ବା ବଦଳାଇବା ପାଇଁ ଶେଷ କିଛି ଦିନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ । ଭିଡ ନଥିଲା ବେଳେ ଆଗୁଆ ଡିପୋଜିଟ କରିଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

Leave a Reply