Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅର୍ଥାଭାବରେ ଘାଣ୍ଟି ହେଉଛି ଆଫଗାନିସ୍ତାନ- ଅନୁଷ୍ଠିତ ହେଲା ସାମୂହିକ ବିବାହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅର୍ଥାଭାବରେ ଘାଣ୍ଟି ହେଉଛି ଆଫଗାନିସ୍ତାନ- ଅନୁଷ୍ଠିତ ହେଲା ସାମୂହିକ ବିବାହ

ନୂଆଦିଲ୍ଲୀ : ନିଜ ମନ ପସନ୍ଦର ବିବାହ କରିବାକୁ କିଏ ବା ନଚାହେ । ପ୍ରତିଟି ବ୍ୟକ୍‌ତି ବିଶେଷଙ୍କ ଏହା ମନର କଥା । କିନ୍ତୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଆଫଗାନିସ୍ତାନର ସାଧାରଣ ଲୋକମାନେ ମଧ୍ୟ ଏହି ସୁଯୋଗ ପାଇବାରୁ ବଞ୍ଚିତ । ଅଗଷ୍ଟ ୨୦୨୧ରେ ତାଲିବାନ କ୍ଷମତାକୁ ଫେରିବା ପରେ ଆଫଗାନିସ୍ତାନର ଅର୍ଥନୀତି ଖରାପ ସ୍ଥିତି ଦେଇ ଗତି କରୁଛି । ପରିସ୍ଥିତି ଏମିତି ହେଉଛି ଯେ ଆଫଗାନିସ୍ତାନର ଲୋକମାନେ ବିବାହରେ ହେଉଥିବା ଖର୍ଚ୍ଚ ହ୍ରାସ କରିବା ପାଇଁ ସାମୂହିକ ବିବାହ କରୁଛନ୍ତି । ଏବେ ଏହା ଆଫଗାନିସ୍ତାନରେ ଏକ ପରମ୍ପରାରେ ପରିଣତ ହୋଇଛି । ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ଅନୁଷ୍ଟିତ ହୋଇଥିଲା ସାମୂହିକ ବିବାହ ୟ ଯେଉଁଠି ବିବାହ କରିଥିଲେ ପଚାଶ ଯୋଡା ଦମ୍ପତ୍ତି । ଗଣ ବିବାହ ସମାରୋହକୁ ମୁଖ୍ୟତଃ ସରଳ କରାଯାଇଥିଲା । କାରଣ ତାଲିବାନ ସରକାର ବିବାହ ସମାରୋହରେ ନୃତ୍ୟ ଏବଂ ସଙ୍ଗୀତ ଉପରେ ପ୍ରତିବନ୍ଧକ ଲଗାଇ ଏହାକୁ ଅଣ ଇସଲାମିକ ବୋଲି କହିଛନ୍ତି । କାବୁଲ ବିମାନବନ୍ଦର ନିକଟରେ ଥିବା ଏକ ବିବାହ ହଲରେ ଆୟୋଜିତ ଏହି ଗଣ ବିବାହ ଉତ୍ସବରେ କୌଣସି ମହିଳା ଉପସ୍ଥିତ ନଥିଲେ । ନବ ବିବାହିତ ଦମ୍ପିଙ୍କୁ ନେଇ ଯାଉଥିବା କାରଗୁଡିକ ସବୁଜ ରିବନ୍ ଏବଂ ପ୍ଲାଷ୍ଟିକ୍ ଗୋଲାପରେ ସଜାଯାଇଥିଲା । ଏହି ସମାନ ବିବାହରେ ବିବାହ କରୁଥିବା ୧୮ବର୍ଷ ବୟସ୍କା ରୁହୁଲାଇ ରେଜାଇ କହିଛନ୍ତି ଯେ ବିବାହର ଖର୍ଚ୍ଚ ସେ କେବଳ ବହନ କରିପାରିବେ ନାହିଁ । ପାରମ୍ପରିକ ଋଙ୍ଗରେ ବିବାହ କରିବାକୁ ହେଲେ ଆମକୁ ଅତି କମରେ ୨ ଲକ୍ଷରୁ ୨.୫ ଲକ୍ଷ ଆଫଗାନିସ୍ତାନ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । କିନ୍ତୁ ଆମେ ଚାହୁଁ ଏହି ବିବାହ ୧୦ ହଜାରରୁ ୧୫ ହଜାର ଆଫଗାନିସ୍ତାନ ଟଙ୍କା ମଧ୍ୟରେ ହେଉ । ଆଫଗାନିସ୍ତାନର ଘୋର ପ୍ରଦେଶର ବାସିନ୍ଦା ରୁହୁଲାଇ ରେଜାଇ ହଜାରା ସଂଖ୍ୟାଲଘୁ ସମ୍ପ୍ରଦାୟର ଅଟନ୍ତି ଏବଂ ପ୍ରତିଦିନ ୩୫୦ ଆଫଗାନିସ୍ତାନ ଟଙ୍କା ରୋଜଗାର କରନ୍ତି । ରୁହୁଲାଇ କୁହନ୍ତି ଯେ ମୁଁ ମୋ ବିବାହରେ ୩୦୦ ରୁ ୪୦୦ ଜଣଙ୍କ ମଧ୍ୟରୁ କେବଳ ୩୫ ଜଣଙ୍କୁ ନିମନ୍ତ୍ରଣ କରିଛି । ଏହି ଗଣ ବିବାହରେ ଆୟୋଜନ କରିଥିବା ସେଲାବ ଫାଉଣ୍ଡେସନ ପ୍ରତ୍ୟେକ ନବ ବିବାହିତ ଦମ୍ପତିଙ୍କୁ ଉପହାର ସ୍‌୍ୱରୂପ ୧୬୦୦ ଆମେରିକୀୟ ଡଲାର ପ୍ରଦାନ କରିଛନ୍ତି । ଦୁନିଆର ସବୁଠାରୁ ଗରିବ ଦେଶ ମଧ୍ୟରୁ ଆଫଗାନିସ୍ତାନର ଲୋକଙ୍କ ପାଇଁ ଏହା ଏକ ବିପୁଳ ପରିମାଣ । ଏହା ବ୍ୟତୀତ ସମସ୍ତ ଦମ୍ପତ୍ତିଙ୍କୁ ଏକ ବିବାହ କିଟ୍ ମଧ୍ୟ ଦିଆଯାଇଛି । ଯେଉଁଥିରେ ଟୁଥପେଷ୍ଟ, ସାମ୍ପୋ, ମଶ୍ଚରାଇଜର, ଏକ କାର୍ପେଟ, କମ୍ବଳ ଏବଂ କିଛି ଘରୋଇ ଉପକରଣ ରହିଛି

Leave a Reply