ଶ୍ରୀମନ୍ଦିର ରେଡ୍ ଜୋନ, ଡ୍ରୋନ ଉଡ଼ାଣ ନିଷେଧ

ଶ୍ରୀମନ୍ଦିର ରେଡ୍ ଜୋନ, ଡ୍ରୋନ ଉଡ଼ାଣ ନିଷେଧ
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଉପର ଏବଂ ଚତୁଃ ପାର୍ଶ୍ଵ ଅଞ୍ଚଳକୁ ଗୁରୁବାର ରେଡ୍ ଜୋନ୍ ଘୋଷଣା କରାଯାଇଛି। ସେଠାରେ ଡ୍ରୋନ୍ ଉଡ଼ାଣ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କଟକଣା ଉଲଂଘନ କରି କୌଣସି ବ୍ୟକ୍ତି ସେଠାରେ ଡ୍ରୋନ ଉଡ଼ାଇଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ନିଷେଧାଦେଶ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ସିଂହଦ୍ବାର ଥାନା ସମେତ ସୁରକ୍ଷା ଦାୟିତ୍ଵରେ ଥିବା ପୁଲିସ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। କେତେକ ବ୍ୟକ୍ତି ଓ ସଂଗଠନ ଅନଧୂକୃତ ଭାବେ ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରେନ ଉଡ଼ାଇ ଭିତର ଦୃଶ୍ୟ ଉତ୍ତୋଳନ କରୁଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ଉପଗ୍ର ସମେତ ଚତୁଃପାର୍ଶ୍ବରେ ଏହି ନିଷେଧାଦେଶ କଡ଼ାକଡ଼ି କରାଯାଇଛି ଶ୍ରୀମନ୍ଦିରର ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଜନସାଧାରଣ ପୁଲିସକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *