ଦୁଷ୍କର୍ମ ପରେ ବ୍ଳାକମେଲିଂ ଓ ବଳପୂର୍ବକ ଧର୍ମ ପରିବର୍ତ୍ତନ

ନାଗପୁର, ୧୭/୬ : ନାଗପୁରରେ ଜଣେ ଭାରତୀୟ ବାୟୁସେନା ଅଧିକାରୀଙ୍କ ପତ୍ନୀ ତାଙ୍କର ଜଣେ ପୂର୍ବତନ ସହପାଠୀ ଆୟଜ ତାଜ ମଦାରେ(୨୬)ଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ବାୟୁସେନା ଅଧିକାରୀଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ଆୟଜ ତାଙ୍କ ହାତ ଧରି ଉର୍ଦୁରେ କିଛି ଉଚାରଣ କରିବା ସହ ତାଙ୍କ ଧର୍ମ ପରିବର୍ତ୍ତନ ହେଲା ବୋଲି କହିଥିଲା। ଏହି ସମୟରେ ସେ ତାଙ୍କୁ ଛାଡ଼ିଦେବାପାଇଁ ଅନୁରୋଧ କରିଥିଲେ ସୁଦ୍ଧା ଆୟଜ ତାଙ୍କୁ ବାରମ୍ବାର ମାଡ଼ ମାରି ଚୁପ୍ ରହିବାକୁ କହିଥିଲା। ଏହା ପରେ ସେ ତାଙ୍କୁ ଦୁଷ୍କର୍ମ କରିବାପାଇଁ ଉଦ୍ୟମ କରିଥିଲା। ବାୟୁସେନା ଅଧିକାରୀଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ନିଶା ଦେଇ ଦୁଷ୍କର୍ମ କରିବାପରେ ଅଶ୍ଳୀଳ ଭିଡିଓ ପଠାଇ ବ୍ଲାକମେଲ୍ କରାଯାଇଥିଲା

ଏହି ଭିଡିଓ ଦ୍ଵାରା ବ୍ଲାକମେଲ୍ କରି ଅଭିଯୁକ୍ତ ତାଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ନେଇଥିଲା। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏହି ଘଟଣାର ତଦନ୍ତ କରୁଛନ୍ତି। ମହିଳା ଜଣଙ୍କ ଏହି ମାମଲାରେ ଏକ ଭିଡିଓ ଦାଖଲ କରିଛନ୍ତି ଏବଂ ଏହି ଭିଡିଓକୁ ପୁଲିସ ଭଲଭାବେ ଯାଞ୍ଚ କରୁଛି। ଘଟଣାଟି ପ୍ରାୟ ୧୩ ବର୍ଷ ତଳର କିନ୍ତୁ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ଏନେଇ ଜଣାଇବାପରେ ଘଟଣାରେ ଜୁନ୍ ତାରିଖରେ ଏକ ମାମଲା ରୁଜୁ ହେଲା

ପୁଲିସ ଅନୁଯାୟୀ ପୀଡ଼ିତା ପ୍ରଥମେ ଏହି କଥା କହିବାପାଇଁ ସାହସ କରିପାରିନଥିଲେ। କାରଣ ସେ ବିବାହିତା ଥିଲେ | କିନ୍ତୁ ପରିଶେଷରେ ସେ ତାଙ୍କ ସ୍ବାମୀଙ୍କୁ ଏହି ବିଷୟରେ ଜଣାଇବାପାଇଁ ସାହସ ଜୁଟାଇ ପାରିଥିଲେ। ପୁଲିସ ଏହି ମାମଲାରେ ଆୟଜ ତାଜ ମଦାରେ ଏବଂ ଅମିନ ଶେଖକୁ ଗିରଫ କରିଛି ଏବଂ ମାମଲାରେ ତୃତୀୟ ଅଭିଯୁକ୍ତ ହଜରତ ମୌଲାନା ଯିଏ କି ମଧ୍ୟପ୍ରଦେଶ ତାମିଆ ବାସିନ୍ଦା ତାକୁ ଧରିବାପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି।ପୀଡ଼ିତା ମହିଳାଙ୍କ ସ୍ବାମୀ ଏବେ ବାୟୁ ସେନାରେ ଅଛନ୍ତି ଏବଂ ସେ ଅନ୍ୟ ଏକ ସହରରେ ରହୁଛନ୍ତି। ମହିଳା ଜଣଙ୍କ ଜମିଜମା ବ୍ୟବସାୟରେ ଜଡ଼ିତ। ୨୦୨୫ ଫେବ୍ରୁଆରିରେ ଆୟଜ ଏକ ଜମି କିଣିବା ବାହାଁନାରେ ପୀଡ଼ିତାଙ୍କୁ ଫୋନ କରିଥିଲା ଏବଂ ତାଙ୍କୁ ୱାଦ୍ଧା ରୋଡ୍‌ରେ ଥିବା ଏକ ହୋଟେଲକୁ ଡାକିଥିଲା।

ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ଆୟଜ ତାଙ୍କୁ ନିଶା ମିଶା ଜୁସ୍ ଦେଇଥିଲା ଏବଂ ସେ ଅଚେତ ହୋଇଯିବାପରେ ତାଙ୍କୁ ଦୁଷ୍କର୍ମ କରିଥିଲା ଏହି ଘଟଣାର ସେ ଭିଡିଓ ରେକର୍ଡିଂ କରିଥିଲା ଏବଂ ଫଟୋ ଉଠାଇଥିଲା। ଅଭିଯୁକ୍ତ ପରେ ଏହି ଭିଡିଓ ବ୍ୟବହାର କରି ମହିଳାଙ୍କୁ ବ୍ଲାକମେଲ୍ କରିଥିଲା ଏବଂ ବାରମ୍ବାର ଯୌନ ନିର୍ଯାତନା ଦେଇଥିଲା | ସେ ତାଙ୍କଠାରୁ ୩ ଲକ୍ଷ ଟଙ୍କା ଜୋର୍‌ଜବରଦସ୍ତି ନେଇଥିଲା | ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଧର୍ମ ପରିବର୍ତନ ପାଇଁ ବାଧ୍ୟ କରାଯାଇଥିଲା। ଅଭିଯୋଗ ଅନୁଯାୟୀ ଆୟଜ ତାଙ୍କୁ ନାଗପୁରର କମଳେଶ୍ଵର ନେଇଥିଲା ଏବଂ ସେଠାରେ ଅମିନ ଶେଖ ଏବଂ ହାଜରତ ମୌଲାନାଙ୍କ ସହ ତାଙ୍କର ପରିଚୟ କରାଯାଇଥିଲା। ସେମାନେ ସେଠାରେ କିଛି ମନ୍ତ୍ର ପାଠ କରିବା ସହ ପୀଡ଼ିତାଙ୍କ ଧର୍ମ ପରିବର୍ତ୍ତନ ହୋଇଥିବା କହିଥିଲେ। ତେବେ ୩ ଦିନ ପୂର୍ବେ ମହିଳାଙ୍କ ସ୍ବାମୀ ଘରକୁ ଫେରିବାପରେ ସେ ତାଙ୍କୁ ସବୁ କଥା ଜଣାଇଥିଲେ। ଏହି ଘଟଣା ପରେ ସୋନେଗାଓଁ ଥାନାରେ ଏନେଇ ଅଭିଯୋଗ କରାଯାଇଛି ଏବଂ ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିଛି|

Leave a Reply

Your email address will not be published. Required fields are marked *