ଏବିଭିପିରଏକଦିବସୀୟ କେନ୍ଦ୍ରୀୟ କାର୍ଯ୍ୟ ସମିତି ବୈଠକ

ଏବିଭିପିରଏକଦିବସୀୟ କେନ୍ଦ୍ରୀୟ କାର୍ଯ୍ୟ ସମିତି ବୈଠକ
ଭୁବନେଶ୍ୱର, ୨୭/୫ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଏକ ଦିବସୀୟ କେନ୍ଦ୍ରୀୟ କାର୍ଯ୍ୟ ସମିତି ବୈଠକ ରାଜଧାନୀର ‘ଶିକ୍ଷା ‘ଓ’ ଅନୁସନ୍ଧାନ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି । ବୈଠକରେ ପଶ୍ଚିମବଙ୍ଗରେ ହିଂସା, ଭୟ ରାଜନୀତିକୁ ସମାପ୍ତ କରି ଗଣତାନ୍ତ୍ରିକ ମୂଲ୍ୟବୋଧର ସ୍ଥାପନା ପାଇଁ ଜନମତଙ୍କୁ ଅଭିନନ୍ଦନ ଜଣାଇ ପ୍ରସ୍ତାବ ପାରିତ ହୋଇଥିଲା । ଏବିଭିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରାଧାପକ ରଘୁରାଜ କିଶୋର ତିୱାରୀ, ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ. ବୀରେନ୍ଦ୍ର ସିଂହ ସୋଲାଙ୍କି ଏବଂ ରାଷ୍ଟ୍ରୀୟ ସଙ୍ଗଠନ ମନ୍ତ୍ରୀ ଆଶିଷ ଚୌହାନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ବୈଠକରେ ରାଷ୍ଟ୍ରୀୟ ସମସାମୟିକ ସମସ୍ୟା, ଶିକ୍ଷା ବ୍ୟବସ୍ଥା, ଯୁବବର୍ଗଙ୍କ ଭୂମିକା ରାଷ୍ଟ୍ରୀୟ ସୁରକ୍ଷା, ସାମାଜିକ ଏବଂ ଆର୍ଥିକ ବିଷୟ, ସଂଗଠନାତ୍ମକ ସମୀକ୍ଷା ଓ ବିସ୍ତାର ସହିତ ସମସାମୟିକ ପ୍ରତିଦ୍ବନ୍ଦିତା ଉପରେ ଆଲୋଚନା ହୋଇଥିଲା । ପରିଷଦଙ୍କ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ତିୱାରୀ କହିଥିଲେ ଯେ, ଶିକ୍ଷା କ୍ଷେତ୍ରରେ ଏବିଭିପିର ସ୍ପଷ୍ଟ ମତ ଭାରତର ଶିକ୍ଷା ବ୍ୟବସ୍ଥା, ଭାରତୀୟ ଦର୍ଶନ ଏବଂ ମୂଲ୍ୟବୋଧ ଉପରେ ଆଧାରିତ ହେବା ଉଚିତ । ପରିଷଦର ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ. ସୋଲାଙ୍କି କହିଥିଲେ ଯେ, ବର୍ତ୍ତମାନ ସମୟରେ ଯେତେବେଳେ ଭାରତ ବିଶ୍ବର ନେତୃତ୍ବ ନେଉଛି, ସେତେବେଳେ ଏବିଭିପି ନକ୍ସଲବାଦର ଅନ୍ତ ହେଉ କିମ୍ବା ଶିକ୍ଷାରେ ବ୍ୟାପ୍ତ ବିକୃତି, ସେଗୁଡ଼ିକର ସମାଧାନ ପାଇଁ ରଚନାତ୍ମକ ଆନ୍ଦୋଳନ ଏବଂ ସଂଘର୍ଷ ମାଧ୍ୟମରେ କାର୍ଯ୍ୟ କରୁଛି ।

Leave a Reply

Your email address will not be published. Required fields are marked *