Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୫ଟି ସ୍ଥାନରେ ଥିବା ପିଏଫଆଇ ଠିକଣାରେ ଏନଆଇଏ ଚଢଉ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୫ଟି ସ୍ଥାନରେ ଥିବା ପିଏଫଆଇ ଠିକଣାରେ ଏନଆଇଏ ଚଢଉ

ନୂଆଦିଲ୍ଲୀ : ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ଫୁଲୱାରିଶରିଫ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ବୁଧବାର କର୍ଣ୍ଣାଟକ, କେରଳ ଏବଂ ବିହାରର ପ୍ରାୟ ୨୫ଟି ସ୍ଥାନରେ ଚଢ଼ାଉ କରିଛି । ହିଂସାତ୍ମକ ଓ ବେଆଇନ କାର୍ଯ୍ୟକଳାପରେ ପିଏଫଆଇ ଏବଂ ଏହାର ନେତା ଓ କ୍ୟାଡରଙ୍କ ସମ୍ପୃକ୍ତି ଅଭିଯାଗରେ ଏହି ଚଢଉ କରାଯାଉଛି । ରାଷ୍ଟ୍ରବିରାଧୀ କାର୍ଯ୍ୟପାଇଁ ସେମାନେ ପାଟନାର ଫୁଲୱାରୀଶରିଫ ଅଞ୍ଚଳରେ ଯେଉଁ ସନ୍ଦିଗ୍ଧଙ୍କ ଘରେ ଏକାଠି ହାଇଥିଲେ ସେଠାରେ ଏବେ ବି ଚଢ଼ାଉ ଜାରି ରହିଛି । ଏହି ମାମଲାରେ ଏନଆଇଏ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ଦେଇନାହିଁ । ଚଢ଼ାଉ ବେଳେ କିଛି ଆପତ୍ତିଜନକ କାଗଜପତ୍ର ମିଳିଥିବା ସୂଚନା ମିଳିଛି । ଏନଆଇଏ ପାଣ୍ଠି ଯାଗାଣ ଦିଗରୁ ତଦନ୍ତ କରୁଛି । କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଅଞ୍ଚଳରେ ବି ଚଢ଼ାଉ ଜାରି ରହିଛି । ଗତବର୍ଷ ଜୁଲାଇ ୧୨ ତାରିଖରେ ବିହାରର ପାଟନା ଜିଲ୍ଲାର ଫୁଲ”ାରିଶରିଫ ଥାନାରେ ରୁଜୁ ହାଇଥିବା ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯିବା ସହ ପିଏଫଆଇ ସହ ଜଡ଼ିତ ଅନେକ ଆପତ୍ତିଜନକ ସାମଗ୍ରୀ ଓ କାଗଜପତ୍ର ଜବତ କରାଯାଇଥିଲା । ଚଳିତ ବର୍ଷ ଫେବ୍ରୁଆରି ୪-୫ତାରିଖରେ ଏନ୍ଆଇଏ ବିହାରର ମାତିହାରୀର ୮ଟି ସ୍ଥାନରେ ଚଢ଼ାଉ କରି ହତ୍ୟାକାଣ୍ଡ ଘଟାଇବା ପାଇଁ ଅସ୍ତ୍ରଶସ୍ତ୍ର ଓ ଗାଳାବାରୁଦ ବ୍ୟବସ୍ଥା କରିଥିବା ଦୁଇ ଜଣଙ୍କୁ ଗିରଫ କରିଥିଲା ।

Leave a Reply