ସମସ୍ତ ଭାରତୀୟ ପନ୍ଥ “ଧର୍ମ ମୂଲ୍ୟବୋଧ” ରେ ବିଶ୍ୱାସ କରନ୍ତି – ଅରୁଣ ଜୈନ
ସଂଘର ଶତାବ୍ଦୀ ବର୍ଷ ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଅଜୟମେରୁ ମହାନଗର ତରଫରୁ ସୂଚନା କେନ୍ଦ୍ର ସଭାଗୃହରେ ଆଜମେରର କଳାକାରମାନଙ୍କ ପାଇଁ ଏକ “ପ୍ରମୁଖ ଜନ ସଂଗୋଷ୍ଠୀ” ଅନୁଷ୍ଠିତ ହୋଇଥିଲା । ଆଜମେରରେ ରହୁଥିବା ପ୍ରସିଦ୍ଧ କଳାକାର ଏବଂ କଳା ଜଗତର ପ୍ରମୁଖ ବ୍ୟକ୍ତିତ୍ୱ ସମ୍ମିଳନୀରେ ଯୋଗ ଦେଇଥିଲେ।
ଏହି କାର୍ଯ୍ଯକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସହ-ପ୍ରଚାରକ ପ୍ରମୁଖ ଅରୁଣ ଜୈନ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଥିଲେ। ସେ ସମାଜରେ ସଂଘର ଗଠନମୂଳକ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ସଂଗଠନର ଅଭାବ, ଆଚରଣରେ ଧର୍ମର ପରିତ୍ୟାଗ, ପରାଧୀନତା ସମୟରେ ସାଂସ୍କୃତିକ ଆତ୍ମ-ହିନତା ଏବଂ ସ୍ବାର୍ଥ କେନ୍ଦ୍ରିତ ଲାଳସା
ଯୋଗୁଁ ସମାଜ ପତନ ଦିଗରେ ଅଗ୍ରସର ହେବା ସହିତ ପରାଧୀନ ହୋଇଗଲା। ତେଣୁ ଡକ୍ଟର ହେଡଗେୱାର ବ୍ୟକ୍ତିଗତ ଏବଂ ରାଷ୍ଟ୍ରୀୟ ଚରିତ୍ର ଯୁକ୍ତ ସମାଜ ନିର୍ମାଣ ପାଇଁ ସଂଘ ପ୍ରତିଷ୍ଠା କରିଥିଲେ। ଏହି ଉଦ୍ଦେଶ୍ୟରେ ସେ ଶାଖା ପଦ୍ଧତିର ବିକଶିତ କରିଥିଲେ। ପ୍ରଶିକ୍ଷିତ କାର୍ଯ୍ୟକର୍ତ୍ତାମାନେ ସାମାଜିକ ଜୀବନରେ ଭାରତ-କୈନ୍ଦ୍ରିକ ବିଚାର ଉପରେ ଆଧାରିତ ସଂଗଠନ ପ୍ରତିଷ୍ଠା କରିଥିଲେ। ଶ୍ରୀ ଗୁରୁଜୀ ସଂଘର ଆଦର୍ଶଗତ ଭିତ୍ତିଭୂମିକୁ ମଜବୁତ କରିଥିଲେ ଏବଂ ଏହାର କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରେରଣାଦାୟକ ନେତୃତ୍ୱ ପ୍ରଦାନ କରିଥିଲେ। ତାଙ୍କର ଅଲୌକିକ ନେତୃତ୍ୱ ମାଧ୍ୟମରେ ସେ ସମାଜର ପ୍ରମୁଖ ଲୋକମାନଙ୍କ ସହିତ ସଂବାଦ କରିଥିଲେ ଏବଂ ସଂଘର କାର୍ଯ୍ୟକୁ ଆଗକୁ ବଢାଇଥିଲେ।