ତାଳଚେର ନଗର ତରଫରୁ ପ୍ରବୃଦ୍ଧ ନାଗରିକ ସଂଗୋଷ୍ଠୀ

ତାଳଚେର ନଗର ତରଫରୁ ପ୍ରବୃଦ୍ଧ ନାଗରିକ ସଂଗୋଷ୍ଠୀ
ତାଳଚେର :: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଯୋଜନା ଅନୁଯାୟୀ ତାଳଚେର ନଗର ତରଫରୁ ଅପ୍ରେଲ 5 ତାରିଖ ଦିନ ପ୍ରବୃଦ୍ଧ ନାଗରିକ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତାଳଚେର ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ମେଳର ସୁବ୍ରତ ଦାସ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଚାର ଉପରେ ମତ ପ୍ରକାଶ କରିଥିଲେ ମୁଖ୍ୟ ବକ୍ତା ଭାବରେ ପ୍ରଧ୍ୟାପକ ତଥା ଆରଏସ ଏସ ର କ୍ଷେତ୍ର କାର୍ଯ୍ୟବାହ ଦୁର୍ଗା ପ୍ରସାଦ ସାହୁ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦେଶ, ସମାଜ ଓ ଧର୍ମ ପ୍ରଥମ ଆଧାରରେ କାର୍ଯ୍ୟରତ ବୋଲି ପ୍ରକାଶ କରିଥିଲେ । ଶତାବ୍ଦୀ ବର୍ଷରେ ସଂଘ ର ୧୩୫୦୦୦ ସ୍ଥାନରେ ଶାଖା ଚାଲିଛି ।ବିଦେଶରେ ୬୨ ଦେଶରେ ସଂଘର କାର୍ଯ୍ୟକ୍ରମ ଚାଲିଛି । ସଂଘ ଏକ ସଂସ୍ଥା କିମ୍ବା ବି ସଂଗଠନ ନୁହେଁ ଏହା ଏଭଲ୍ୟୁସନ ଅଫ ଲାଇଫ ଅଫ ହିନ୍ଦୁ ନେସନ ବୋଲି ସେ କହିଥିଲେ । ସଂଘ ର ମୂଳ କାର୍ଯ୍ୟ ସମାଜ ପରିବର୍ତନ ବୋଲି ସେ କହିଥିଲେ । ଶତାଦ୍ଦୀ ବର୍ଷର ପଞ୍ଚ ପରିବର୍ତନ ଉପରେ ବିସ୍ତୃତ ଭାବେ ବ୍ୟାଖ୍ୟା କରିଥିଲେ । ୩୫୦ ରୁ ଉର୍ଦ୍ଧ୍ୱ ବୁଦ୍ଧିଜୀବୀଙ୍କର ବିଭିନ୍ନ ପ୍ରଶ୍ନ ର ଉତ୍ତର ରଖିଥିଲେ ଶ୍ରୀଯୁକ୍ତ ସାହୁ । ସମ୍ମାନିତ ଅତିଥୁ ଅନୁଗୋଳ ଜିଲ୍ଲା ସଂଘ ଚାଳକ ବିଜୟ କୁମାର ସାହୁ, ତାଳଚେର ନଗର ସଂଘ ଚାଳକ ପ୍ରମୋଦ କୁମାର କୁଣ୍ଡ ମଞ୍ଚାସୀନ ଥିଲେ । ଭକ୍ତ ବୁଦ୍ଧିଜୀବୀ ସମ୍ମିଳନୀରେ ତାଳଚେର ଅଞ୍ଚଳର ଡାକ୍ତର, ଇଂଜିନିୟର, ବୈଜ୍ଞାନିକ, ଓକିଲ, ସାମ୍ବାଦିକ, ଗବେଷକ, ଅଧ୍ୟାପକ,
ପ୍ରଧ୍ୟାପକ, ଶିକ୍ଷକ, ବ୍ୟବସାୟୀ, ସମାଜସେବୀ, କଳାକାର, ବିଭିନ୍ନ ଧାର୍ମିକ ବ୍ୟକ୍ତି, ବୁଦ୍ଧିଜୀବୀ ଗଣ ଉପସ୍ଥିତ ଥିଲେ । ପର୍ଶୁରାମ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply