ଜଗତସିଂହପୁରରେ ପ୍ରମୁଖ ନାଗରିକ ସଂଗୋଷ୍ଠୀ ବୈଠକ
ଜଗତସିଂହପୁର- ଜଗତସିଂହପୁର ସଦର ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (ଆରଏସଏସ) ପକ୍ଷରୁ ପ୍ରମୁଖ ନାଗରିକ ସଂଗୋଷ୍ଠୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହ ସରସ୍ବତୀ ବିଦ୍ୟାମନ୍ଦିରର ପିଲାମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । ଆୟୋଜିତ ସଭାରେ
ବିଭାଗ ବୌଦ୍ଧିକ ପ୍ରମୁଖ ବିଜୟ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟାପକ ଲିଙ୍ଗରାଜ ବେହେରା ଏବଂ ଜିଲ୍ଲା ସଂଘଚାଳକ ସୁରେଶ କୁମାର ରାୟ ମଞ୍ଚାସୀନ ଥିଲେ । ଶେଷରେ ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ମୁଖ୍ୟବକ୍ତା ଭାବେ ଯୋଗଦେଇ ପୂର୍ବକ୍ଷେତ୍ର କାର୍ଯ୍ୟବାହ ଦୁର୍ଗାପ୍ରସାଦ ସାହୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତବର୍ଷର ଯାତ୍ରା ଏବଂ ବର୍ତ୍ତମାନ ସଂଘର ପ୍ରାସଙ୍ଗିକତା ଓ ଅପରିହାର୍ଯ୍ୟତା ଉପରେ ଉପସ୍ଥାପନା କରିଥିଲେ। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଓ ଏହାର ପୃଷ୍ଠ ପୋଷାକତାରେ କାର୍ଯ୍ୟ କରୁଥିବା ବିବିଧ କ୍ଷେତ୍ର କିଭଳି ରାଷ୍ଟ୍ରୀୟ ଦୃଷ୍ଟିକୋଣ ଦେଇ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଏହା ଉପରେ ଆଲୋକପାତ କରିଥିଲେ।