Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ମହାସାଗରରେ ୪ଟି ରାଫେଲ ବିମାନ କଲେ ରଣନୈତିକ ଅଭିଯାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ମହାସାଗରରେ ୪ଟି ରାଫେଲ ବିମାନ କଲେ ରଣନୈତିକ ଅଭିଯାନ

ନୂଆଦିଲ୍ଲୀ, : ଭାରତୀୟ ବାୟୁସେନା(ଆଇଏଏଫ୍)ର ୪ଟି ରାଫେଲ ଲଢୁଆ ବିମାନଭାରତ ମହାସାଗର ଅଞ୍ଚଳରେ ଦୀର୍ଘ ୬ ଘଣ୍ଟାରୁଅଧିକ ସମୟ ଧରି ଏକ ରଣନୈତିକ ଅଭିଯାନଚଳାଇଛନ୍ତି । ଏହି ଅଭିଯାନ କାଳରେ ଲଢ଼ୁଆରାଫେଲ ଯୁଦ୍ଧ ବିମାନଗୁଡ଼ିକ ସେମାନଙ୍କର ଦୀର୍ଘଦୂରତାର ଯୁଦ୍ଧ କ୍ଷମତାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନକରିଥିଲା । ପୂର୍ବ ସେକ୍ଟରର ହାସିମାରା ବାୟୁସେନାଷ୍ଟେସନରୁ ଉଡ଼ାଣ ଭରିଥିବା ଏହି ବିମାନଗୁଡ଼ିକବିଭିନ୍ନ ଯୁଦ୍ଧ କୌଶଳ ଓ ସିମୁଲେଟେଡ୍ ଅପରେସନସହିତ ମିଶନ କରିଥିଲେ ଏବଂ ଆଶାନୁରୂପଫଳାଫଳ ହାସଲ କରିବା ପରେ ବେସ୍କୁ ଫେରିଆସଥିଲେ । ଉଲ୍ଲେଖଯୋଗ୍ୟ, ଭାରତୀୟନୌସେନାର ପଛ ଅଗଣା କୁହାଯାଉଥିବା ଭାରତମହାସାଗର ଅଞ୍ଚଳରେ ଚୀନ୍ ନିଜର ଉପସ୍ଥିତିବଢ଼ାଉଥିବା ବେଳେ ଭାରତୀୟ ବାୟୁସେନା ଏହିଅଭିଯାନ ଚଳାଇଛି । ୪ଟି ରାଫେଲ ବିମାନରମିଶନ ବିଭିନ୍ନ ଚ୍ୟାଲେଞ୍ଜିଂ ପରିସ୍ଥିତିର ମୁକାବିଲାକରିବାରେ ସେମାନଙ୍କର କାର୍ଯ୍ୟଦକ୍ଷତା ଏବଂପ୍ରସ୍ତୁତିକୁ ଏହି ଅଭିଯାନ କାଳରେ ଦର୍ଶାଇଥିବାକୁହାଯାଉଛି । ବାୟୁସେନା ମଧ୍ୟ ଏହି ମିଶନବିଷୟରେ ଟୁଇଟ୍ କରି କହିଛି; ବାୟୁସେନାର ୪ଟିରାଫେଲ ଆଇଓଆରରେ ୬ ଘଣ୍ଟାରୁ ଅଧିକ ସମୟଧରି ଲମ୍ବା ଦୂରତା ଅଭିଯାନ ଚଳାଇଥିଲେ । ଏହିବିମାନଗୁଡ଼ିକ ସେମାନଙ୍କ ୱେପନ୍ ରିଲିଜ୍ପଏଣ୍ଟକୁ ଯିବା ବାଟରେ ଏକ ବିଶାଳ ଫୋର୍ସମୁତୟନ ମଧ୍ୟ ଦେଇ ‘ଲଢ଼େଇ’ କରିଥିଲେ । ଠିକ୍ସମୟରେ ଟାର୍ଗେଟରେ ଅସ୍ତ୍ରଶସ୍ତ୍ର ମାଡ଼ କରିବାବାୟୁସେନାର ଉପାୟ! ତେବେ, ବାୟୁସେନା ଅପରେସନ୍ର ଦିନ ସମ୍ପର୍କରେ କୌଣସି ସୂଚନାଦେଇନାହିଁ । ରୁଷରୁ ସୁଖୋଇ ବିମାନ ଆମଦାନିହେବା ପରେ ଗତ ୨୩ ବର୍ଷ ମଧ୍ୟରେ ରାଫେଲଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ରାଫେଲ ଯୁଦ୍ଧ ବିମାନ । ରାଫେଲ ଯୁଦ୍ଧ ବିମାନ ଅନେକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ବହନକରିବାରେ ସକ୍ଷମ ଓ ସମର୍ଥ ।

Leave a Reply