ପିକ୍ଅପ୍ ଭ୍ୟାନ୍ ସହ ୪ ଗୋରୁ ଜବତ
ଯୋଡ଼ା/ବାମେବାରି : ବାମେବାରି ଥାନା ତାଡ଼ପାଣି ଗ୍ରାମର ନିକଟରୁ ଅପ୍ରେଲ ୬ ତାରିଖ ଦିନ ଏକ ପିକ୍ଅପ୍ ଭ୍ୟାନ୍ରେ ବେଆଇନ ଗୋରୁ ଚାଲାଣ ହେଉଥିବା ବେଳେ ପୁଲିସ ୪ଟି ଗୋରୁ ଉଦ୍ଧାର କରିଛି। ଗାଡ଼ି ଛାଡ଼ି ମାଫିଆମାନେ ଫେରାର ହୋଇଯାଇଛନ୍ତି।
ଗତକାଲି ବିଳମ୍ବିତ ରାତିରେ ବନ ବିଭାଗର ଏକ ଟିମ୍ ପାଟ୍ରୋଲିଂ କରୁଥିଲେ। ପିକ୍ଅପ୍ ଭ୍ୟାନ୍କୁ ଚୋରା କାଠ ବୋଝେଇ ଗାଡ଼ି ଭାବି ଅଟକାଇ ଥିଲେ। ଚାଳକ ଓ ଗାଡ଼ିରେ ଥିବା ମାଫିଆମାନେ ବନ କର୍ମଚାରୀଙ୍କୁ ଦେଖି ଫେରାର ହୋଇଯାଇଥିଲେ । ଏନେଇ ବନ ବିଭାଗ ପକ୍ଷରୁ ବାମେବାରି ଥାନାକୁ ଖବର ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ୪ଟି ଗୋରୁ ଉଦ୍ଧାର କରିବା ସହ ଗାଡ଼ି ଜବତ କରିଛି। ଜବତ ଗାଡ଼ିଟି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରୁ ଆସିଥିବା ବେଳେ ସେଥିରେ ନକଲି ନମ୍ବର ପ୍ଲେଟ୍ ଲାଗିଥିବା ଜଣାପଡ଼ିଛି।